ସୁନ୍ଦରଗଡ଼ର ନାଲାରୋଡ୍‌ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ଅନ୍ୟାଦେଶ ପର୍ଯ୍ୟନ୍ତ କଟକଣା ବଳବତ୍ତର

ସୁନ୍ଦରଗଡ଼(ଡି.ଏନ୍‌.ଏ.) /ରାଉରକେଲା ଅଫିସ, ୨୬।୪: ସୁନ୍ଦରଗଡ଼ ଜିଲାରେ ପୂର୍ବ ତିନି ଆକ୍ରାନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ରବିବାର ଆଉ ତିନିଗୋଟି କୋଭିଡ -୧୯ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲାର ୪ ଓ ୫ ନମ୍ବର ଆକ୍ରାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ ଗୁଡଗୁଡଜୋର ବାସିନ୍ଦା। ସେହିପରି ୬ ନମ୍ବର ଆକ୍ରାନ୍ତ ରାଉରକେଲା ମହାନଗର ନିଗମ ଅଞ୍ଚଳ ଅନ୍ତର୍ଗତ ନାଲା ରୋଡର ବାସିନ୍ଦା। ୪ ନମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୬୭ ବର୍ଷିୟ ମହିଳା ଓ ୫ ନମ୍ବର ଆକ୍ରାନ୍ତ ୨୩ ବର୍ଷିୟ ଯୁବକ। ଉଭୟେ ୩ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ନିଜେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୬ ନମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୬୦ ବର୍ଷିୟ ପୁରୁଷ ବ୍ୟକ୍ତି। ତାଙ୍କର ବର୍ତ୍ତମାନ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଚତୁର୍ଥ ଓ ପଞ୍ଚମ ଆକ୍ରାନ୍ତଙ୍କ ସୂଚନା ମିଳିବା ପରେ ବିଶ୍ରା ଅଞ୍ଚଳରେ ପୂର୍ବ ଘୋଷିତ କଣ୍ଟେନମେଣ୍ଚ ଜୋନ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି। ସେହିପରି ଷଷ୍ଠ ପଜିଟିଭ ଆକ୍ରାନ୍ତ ନାଲା ରୋଡର ବାସିନ୍ଦା ହୋଇଥିବାରୁ ନାଲା ରୋଡ ଅଞ୍ଚଳ ତତ୍‌ ସଂଲଗ୍ନ ଅଞ୍ଚଳକୁ ରବିବାରଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

ସୂଚନା ପ୍ରାପ୍ତି ପରେ ସୁନ୍ଦରଗଡ଼ ଜିଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ତରଫରୁ ତତ୍ପରତା ପ୍ରକାଶ ପାଇଛି। ରାଉରକେଲା ମହାନଗର ନିଗମ କମିଶନରଙ୍କ ଆଦେଶ କ୍ରମେ ରାଉରକେଲା ସହରର ଜନତା ନିବାସ ଲେନ୍‌ ପଏଣ୍ଚଠାରୁ ମହତାବ ରୋଡ ପଏଣ୍ଟ, ମେଇନ ରୋଡର ମଧ୍ୟଭାଗ, ଯାହାକି ଜନତା ନିବାସ ଲେନ୍‌ ଏବଂ ଅନ୍ୟ ପଟେ ଏଗ୍‌ ଓ ଭେଜିଟେବଲ ଲେନ୍‌କୁ ସ୍ପର୍ଶ କରୁଥିବା ପଏଣ୍ଟ, ଡେଲି ମାର୍କେଟର ଏଗ ଓ ଭେଜିଟେବଲ ଲେନ ପଏଣ୍ଟ ଠାରୁ ରେଲୱେ ଲାଇନ ବାଉଣ୍ଡେରୀ, ଆନନ୍ଦ ଭବନ ଲେନ୍‌ଠାରୁ ରିଙ୍ଗ ରୋଡ୍‌ ସ୍ପର୍ଶ କରୁଥିବା ପଏଣ୍ଟ, ଆନନ୍ଦ ଭବନ ଲେନ୍‌ ଠାରୁ ବିଗ ବଜାର ସ୍ପର୍ଶ କରୁଥିବା ମିଡିଲ ପଏଣ୍ଟ, ନେତାଜୀ ମାର୍ଗ ଦେଇ ରେଲୱେ ଲାଇନ ସ୍ପର୍ଶ କରୁଥିବା ବିଗ ବଜାର ପାର୍ଶ୍ୱ ଲେନ୍‌କୁ କଣ୍ଚେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ସେହିପରି କଣ୍ଚେନମେଣ୍ଟ ଜୋନ୍‌ ସଂଲଗ୍ନ କିଛି ଅଞ୍ଚଳକୁ ବଫର ଜୋନ ଭାବେ ଚିହ୍ନଟ କରାଯାଇଛି। ସେଗୁଡିକ ହେଲା ପାୱାରା ହାଉସ ରୋଡଠାରୁ ରିଙ୍ଗ ରୋଡକୁ ସ୍ପର୍ଶ କରୁଥିବା ପଏଣ୍ଟ, ତେଲୁଗୁପଡ଼ା ନିକଟ ରେଲୱେ ଲାଇନ ବାଉଣ୍ଡେରୀକୁ ସ୍ପର୍ଶ କରୁଥିବା ଲାଲ ବିଲ୍ଡିଂ ରୋଡ ପଏଣ୍ଟ, ଗୋଟିଏ ପଟେ ପାୱାର ହାଉସ ରୋଡ ଏବଂ ଅନ୍ୟ ପଟେ ଲାଲ ବିଲ୍ଡିଂ ରୋଡଠାରୁ ରେଲୱେ ଲାଇନକୁ ସ୍ପର୍ଶ କରୁଥିବା ମେନ୍‌ ରୋଡ୍‌ର ପଏଣ୍ଟ, ମଧୁସୁଦନ ମାର୍ଗରୁ ରିଙ୍ଗ୍‌ ରୋଡକୁ ସ୍ପର୍ଶ କରୁଥିବା ପଏଣ୍ଟ, ମଧୁସୁଦନ ଛକ ପଏଣ୍ଟ ଏବଂ ରାଉରକେଲା ରେଲୱେ ଷ୍ଟେସନ ପ୍ରସ୍ଥାନ ଗେଟ।

କଣ୍ଚେନମେଣ୍ଟ ଜୋନରେ ଏହି ସମୟରେ ବ୍ୟକ୍ତିଗତ ଯାତାୟତ, ଯାନବାହାନ ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଅନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ। ଏହି ସମୟରେ ପ୍ରଶାସନ ତରଫରୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଯୋଜନା କରାଯାଇଛି। ବଫର ଜୋନରେ କେବଳ ରାସନ ସାମଗ୍ରୀର ହୋଲ ସେଲ ଦୋକାନ ହିଁ ଖୋଲିପାରିବ ବୋଲି ଜଣାପଡ଼ିଛି। ସେହିଭଳି ଅଞ୍ଚଳର ସମସ୍ତଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବା ଲାଗି ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?