ସୁକୁମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ: ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି,୯।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛିି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି।
ଛତିଶଗଡ଼ର ଡି.ଆଇ.ଜି. (ଆଣ୍ଟି ନକ୍ସଲ ଅପେରଶନ୍‌) ସୁନ୍ଦର ରାଜଙ୍କ ସୂଚନାଅନୁଯାୟୀ, ସକାଳେ ସୁକୁମା ଜିଲା ଦାବାତ୍କୋଣ୍ଟା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀଙ୍କ ମେଳି ଚାଲିଥିବା ଖବର ପାଇକୋବ୍ରା, ସିଆର୍‌ପିଏଫ୍‌, ଏସ୍‌ଟିଏଫ୍‌, ଡିଆର୍‌ଜି ଯବାନମାନେ ଉକ୍ତ ସ୍ଥାନ ଘେରାଉ କରିଥିଲେ। ଏହା ଜାଣିବା ପରେ ମାଓବାଦୀମାନେ ଗୁଳି ଚାଳଣା କରିଥିଲେ। ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଗୁଳି ଚଳାଇ ଥିଲେ। କିଛି ସମୟ ଧରି ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ଯବାନମାନେ ତଲାସି ସମୟରେ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିବା ସହ ଏସ୍‌ଏଲ୍‌ ରାଇଫଲ ଜବତ କରିଛନ୍ତି। ତେବେ ଏହି ଘଟଣାରେ ଅନେକ କ୍ୟାଡର ମାଓବାଦୀ ମୃତ୍ୟୁବରଣ କରିଥିବା ପୁଲିସ ସନ୍ଦେହ ପ୍ରକାଶ କରି ସେହି ଅଞ୍ଚଳରେ ତଲାସି ଜାରି ରଖିଛିନ୍ତି। ଏଯାବତ୍‌ ମୃତ ମହିଳା ମାଓବାଦୀଙ୍କ ପରିଚୟ ମିଳପାରିି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସିଡିଏମ୍‌ଓଙ୍କ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ଆରମ୍ଭ: ଭବିଷ୍ୟତରେ ଓଡ଼ିଶାରେ ଡାକ୍ତର ଅଭାବ ରହିବ ନାହିଁ, ସମସ୍ତଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ରାଜ୍ୟରେ ନୂତନ ସ୍ବାସ୍ଥ୍ୟନୀତି ପ୍ରଣୟନ ସହ ଖୁବ୍‌ଶୀଘ୍ର ଭିଜନ-୨୦୨୫ ଅନୁଯାୟୀ ରାଜ୍ୟବାସୀଙ୍କୁ ବିନାମୂଲ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏ ଦିଗରେ ରାଜ୍ୟ ସରକାର...

୬ ବର୍ଷ ହେଲା ମିଳିନି ଦରମା

ସିମୁଳିଆ, ୫।୪(ଡି.ଏନ.ଏ.)- ଲକ୍‌ଡାଉନରେ କେଇ ମାସ ମିଳୁ ନ ଥିଲା ଦରମା। ଲୋକଙ୍କ ସ୍ଥିତି କେଉଁ ଭଳି ଥିଲା ଦେଖିଛୁ। କିନ୍ତୁ ଆମେ ୬ ବର୍ଷ...

ଦୂରଦର୍ଶନରେ ରଥଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ୱର,୨୨ା୬(ବ୍ୟୁରୋ)- ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। କୋଭିଡ୍‌-୧୯ ପାଇଁ ଏଥର ବିନା ଭକ୍ତରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ରାୟ...

ପରିଣତ ବୟସରେ ଆବାସ ଯୋଜନାରୁ ବଞ୍ଚିତ କଳାକାର, ଘର ଖଣ୍ଡିଏ ପାଇଁ ଗୁହାରି ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁନି

କେନ୍ଦୁଝର,୨୪।୧୨(ସ୍ବ.ପ୍ର.): ସରକାର ଗରିବମାନଙ୍କୁ ପକ୍କା ଘର ଯୋଗାଇ ଦେବା ଲାଗି ଆବାସ ଯୋଜନା କରିଛନ୍ତି। ହେଲେ ଆଜି ବି ରାଜ୍ୟର ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ...

ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): ନିଜ ସହକର୍ମୀଙ୍କ ସହ ଗତ ୩୧ ତାରିଖ ରାତିରେ ଜିରୋ ନାଇଟ୍‌ ସେଲିବ୍ରେଶନ କରିଥିବା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ନୂଆବର୍ଷ ଦିନ ନିଜ...

ବିଶ୍ବସ୍ତରୀୟ ହେବ ପୁରୀ ଷ୍ଟେଶନ: ରଥଯାତ୍ରା ଲାଗି ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ

ପୁରୀ ଅଫିସ,୨୧। ୬: ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ପୁରୀ ବିଶ୍ବସ୍ତରୀୟ ଷ୍ଟେଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୩୬୪ କୋଟି ଟଙ୍କାର...

ବାଲେଶ୍ୱର ସହର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୫୫ କୋଟିର ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ବାଲେଶ୍ୱର ସହରର ବିକାଶ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୫ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ତଦନୁଯାୟୀ ସହଦେବଖୁଣ୍ଟାରେ ଥିବା ବସ୍‌ଷ୍ଟାଣ୍ଡର ବିକାଶ...

ମଣ୍ଡିରୁ ଉଠୁନି ଧାନ: ଚିଠି, ଟୁଇଟର ମାଧ୍ୟମରେ ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ

ଭୁବନେଶ୍ୱର, ୫।୧(ବ୍ୟୁରୋ)- ସାରା ରାଜ୍ୟରେ ଧାନ ସଂଗ୍ରହ ଆରମ୍ଭ ହୋଇଛି। ହେଲେ କେତେକ ସ୍ଥାନରେ ମଣ୍ଡିରୁ ଧାନ ଉଠି ନ ଥିବା ଅଭିଯୋଗ ହୋଇଛି। ଏପରି...

Advertisement
Archives

Model This Week