Posted inଖେଳ

ସୁଇମିଂରେ ରିଦ୍ଧିଙ୍କ ସଫଳତା

ଭୁବନେଶ୍ୱର, ୨୬।୨ (ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସୁଇମିଂର ମହିଳା ୫୦ ମିଟର ବ୍ରେଷ୍ଟ ଷ୍ଟୋକରେ ରିଦ୍ଧି ବୋହ୍‌ରା ରୌପ୍ୟ ପଦକ ଜିତିଛନ୍ତି। ବେଙ୍ଗାଲୁରୁସ୍ଥିତ କ୍ରିଷ୍ଟ କଲେଜର ବିବିଏ ଛାତ୍ରୀ ରିଦ୍ଧି ଆଘାତ ସତ୍ତ୍ୱେ ଏଥିରୁ ସଫଳତାର ସହ ମୁକୁଳି ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ସଫଳତା ପାଇଛନ୍ତି। ଏହି ଇଭେଣ୍ଟରେ ଦୁଇଜଣ ନିଷ୍ଠାବାନ ଏବଂ ପ୍ରତିଦ୍ୱନ୍ଦୀ ଯମଜ ଭଗିନୀ ଜ୍ୟୋତି ଓ ଆରତୀ ପଟେଲଙ୍କ ଉପସ୍ଥିତି ସତ୍ତ୍ୱେ ରିଦ୍ଧି ପୋଡିୟମ ଫିନିଶ କରିଛନ୍ତି। ଦୁଇ ଯାଆଁଳା ପ୍ରତିଦ୍ୱନ୍ଦୀ ଜ୍ୟୋତି ସ୍ବର୍ଣ୍ଣ ଏବଂ ଆରତି ବ୍ରୋଞ୍ଜ ପଦକ ପାଇଥିଲେ। ବିବିଏ ଛାତ୍ରୀ ରିଦ୍ଧିଙ୍କ ଜୀବନରେ ଆଘାତ ଏକ ସହଚର ଭାବେ ରହିଆସିଛି। ଏହାସତ୍ତ୍ୱେ ସେ ଏକାଧିକ ରାଜ୍ୟ ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି। ‘ତିନିବର୍ଷ ମଧ୍ୟରେ ଏହା ମୋର ପ୍ରଥମ ପଦକ। ବହୁ ଆଘାତଜନିତ ସମସ୍ୟା ସତ୍ତ୍ୱେ କେବେ ମଧ୍ୟ ହାର ମାନିନାହିଁ। ଦୀର୍ଘ ସମୟ ପାଇଁ ନିଜର କାନ୍ଧ ଆଘାତର ଯନ୍ତ୍ରଣା ଦେଇ ଗତି କରିବାକୁ ପଡ଼ିଥିଲା। କିନ୍ତୁ ଏଥିରେ କୌଣସି ବଡ଼କଥା ନୁହେଁ ବୋଲି ନିଜକୁ ଆଶ୍ୱାସନା ଦେଉଥିଲି’ ବୋଲି ରୌପ୍ୟ ସଫଳତା ପରେ ରିଦ୍ଧି କରିଛନ୍ତି। ‘ମଁୁ ସବୁବେଳେ ଆଗକୁ ବଢ଼ୁଛି। ନିଶ୍ଚିତ ରୂପେ କହିବାକୁ ଚାହଁୁଛି ଯେ ମୋ ଆଘାତ କାରଣରୁ ନିକଟ ଅତୀତରେ ଅଳ୍ପକେ ପଦକ ହାତଛଡ଼ା କରିଥିଲି’ ବୋଲି ସେ କହିଛନ୍ତି। ଜୀବନର କୌଶଳ ଶିଖି ପାରିବେ ବୋଲି ରିଦ୍ଧିଙ୍କ ମା ତାଙ୍କୁ ସୁଇମିଂରେ ନିପୁଣ କରାଇଥିଲେ। କିନ୍ତୁ ସେ ଏଭଳି ଜଣେ ଯୋଦ୍ଧା ଥିଲେ ଯେ ତାକୁ ଏକ ଜୀବିକା ବିକଳ୍ପ ରୂପେ ଗ୍ରହଣ କରିନେଲେ। ପୁଲ୍‌ ତାଙ୍କ ପାଇଁ ବିଜୟର ମାର୍ଗରେ ପରିଣତ ହୋଇଥିଲା। ଦୈବାତକ୍ରମେ ରିଦ୍ଧିଙ୍କ ଭାଇ, କଳ୍ପ ଗତମାସରେ ଗୁହାହାଟୀଠାରେ ଆୟୋଜିତ ହୋଇଥିବା ଖେଲୋ ଇଣ୍ଡିଆ ସ୍କୁଲ କ୍ରୀଡ଼ାରେ ପଦକ ସଫଳତା ପାଇଥିଲେ। ଭାଇଙ୍କ ପ୍ରଦର୍ଶନରୁ ହିଁ ପ୍ରେରଣା ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଏହି ଦୃଢ଼ ମନୋବଳ ତାଙ୍କୁ ଭୁବନେଶ୍ୱରରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସହାୟ ହେଉନି ଭାଗ୍ୟ

ସାଉଥାମ୍ପଟନ,୨୦।୬: ନ୍ୟୁଜିଲାଣ୍ଡର ବୋଲରଙ୍କ ସାମ୍ନାରେ ତାସ ଘର ଭଳି ଭୁଷୁଡ଼ି ପଡ଼ିଲା ତାରକା ଖଚିତ ଭାରତୀୟ ବ୍ୟାଟିଂ ଲାଇନ। ମାତ୍ର ୨୧୭ ରନ୍‌ରେ ସୀମିତ ରହିଥିଲା...

ପ୍ରିୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରି କୀର୍ତ୍ତିମାନ ହାସଲ କଲେ ଏହି ବୋଲର୍‌

ଆବୁଧାବି,୨୯।୧୦: ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଅନେକ କିଛି ସମାନତା ରହିଛି।...

ଷ୍ଟିର୍ଲିଂ-ବାଲବିର୍ନିଙ୍କ ଦ୍ୱିଶତକୀୟ ଭାଗୀଦାରି: ଇଂଲଣ୍ଡ ବିପକ୍ଷରେ ଆୟର୍ଲାଣ୍ଡର ଦ୍ୱିତୀୟ ବିଜୟ

ସାଉଥାମ୍ପଟନ, ୬।୮- ଆୟର୍ଲାଣ୍ଡ ଏହାର ଏକଦିବସୀୟ କ୍ରିକେଟ ଇତିହାସରେ ଦ୍ୱିତୀୟଥର ପାଇଁ ଇଂଲଣ୍ଡକୁ ପରାସ୍ତ କରିଛି। ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଅନୁଷ୍ଠିତ ଏକ ହାଇସ୍କୋରିଂ...

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ରୟ ବାଦ୍‌

ଲଣ୍ଡନ,୨୪।୬(ଏଏଫ୍‌ପି): ଜାସନ ରୟ ମଙ୍ଗଳବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ସେ ଏପର୍ଯ୍ୟନ୍ତ ମାଂସପେଶୀଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ରୂପେ ମୁକୁଳି ପାରିନାହାନ୍ତି।...

ସାଉଥ୍‌ ଏସିଆନ୍‌ ଗେମ୍ସ ମେଡାଲିଷ୍ଟଙ୍କୁ ଆର୍ଥିକ ପୁରସ୍କାର

ନୂଆଦିଲ୍ଲୀ,୧୨।୧୨(ପି.ଟି.)- ନେପାଳ ରାଜଧାନୀ କାଠମାଣ୍ଡୁରେ ଅନୁଷ୍ଠିତ ହୋଇଥିବା ସାଉଥ୍‌ ଏସିଆନ ଗେମ୍ସରେ ପଦକ ହାସଲ କରିଥିବା ଆଥଲେଟମାନଙ୍କୁ ଆର୍ଥିକ ପୁରସ୍କାର ଦେବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ...

ମ୍ୟାକ୍ସଓ୍ବେଲଙ୍କୁ ଆରସିବିରେ ସାମିଲ କରିବାକୁ ଯୋଜନା କରିଥିଲେ କୋହଲି

ଚେନ୍ନାଇ, ୧୪ା୪- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। ଗତ ବର୍ଷ...

ବୋପ୍ପାନା-କୋପିଲ ଯୋଡ଼ି ବିଜୟୀ

ପ୍ୟାରିସ, ୨୯ା୫ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ ରୋମାନିଆନ ପାର୍ଟନର ମାରିଅସ୍‌ କୋପିଲ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ...

ନ୍ୟୁଜିଲାଣ୍ଡ କବ୍‌ଜାରେ ଦିନିକିଆ ସିରିଜ୍‌

ଅକ୍‌ଲାଣ୍ଡ,୮।୨- ସ୍ଥାନୀୟ ଇଡେନ ପାର୍କଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨୨ ରନ୍‌ରେ ବିଜୟ ହାସଲ କରିଛି। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ...

Advertisement


Archives

Model This Week