ସୀମା ସିଲ୍‌ ଅଞ୍ଚଳ ପରିଦର୍ଶନ କଲେ ଡିଜିପି

ବାଲେଶ୍ୱର ଅଫିସ/ଜଳେଶ୍ୱର/ବାରିପଦା ଅଫିସ, ୨୧ା୪(ସ୍ବ.ପ୍ର.)-ଓଡ଼ିଶାରେ ଚିହ୍ନଟ ହୋଇଥିବା ସର୍ବାଧିକ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଥିବା ଜଣାପଡିବା ପରେ ରାଜ୍ୟ ସରକାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା କଡାକଡି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସୀମା ସିଲ୍‌ ଅଞ୍ଚଳର ବାସ୍ତବ ସ୍ଥିତି ପରିଖିବା ପାଇଁ ମଙ୍ଗଳବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ଗସ୍ତ କରିଥିଲେ। ଡିଜିପି ଅଭୟ ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ ସମୟରେ ବାଲେଶ୍ୱର ପୋଲିସ ଲାଇନ ପଡ଼ିଆରେ ପହଞ୍ଚତ୍ ସହରର ଥିବା ଟ୍ରାଫିକ ଥାନା, ଟାଉନ ଓ ସହଦେବଖୁଣ୍ଟା ଥାନା ସହିତ ରିଜର୍ଭ ପୋଲିସ ବାରାକକୁ ପରିଦର୍ଶନ କରିଥିଲେ। ସବୁଠି ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଇଥିଲେ। ଆବଦ୍ଧାଞ୍ଚଳ ଘୋଷଣା ହୋଇଥିବା ସ୍ଥାନକୁ ଯାଇ ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସହ ସ୍ଥିତି ସମ୍ପର୍କରେ ବୁଝିଥିଲେ। ଏହାପରେ ମଧ୍ୟାହ୍ନ ୧୨ଟା ୪୫ରେ ଡିଜିପି ଅଭୟ ଜଳେଶ୍ୱର ଶାନ୍ତିଆ ହେଲିପ୍ୟାଡ଼ଠାରେ ଅବତରଣ କରି ୬୦ନଂ. ଜାତୀୟ ରାଜପଥର ଟୋଲପ୍ଲାଜା ନିକଟରେ ଥିବା ଜଳେଶ୍ୱର ପୋଲିସର ଅସ୍ଥାୟୀ ଚେକ୍‌ଗେଟ୍‌ଠାରେ ପହଞ୍ଚିଥିଲେ। ସେଠାରେ ସେ କେତେକ ପଦସ୍ଥ କର୍ମଚାରୀଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ପରେ ନିକଟରେ ଥିବା ଅନ୍ୟ ଏକ ଗେଟ୍‌ ବୁଲି ଦେଖିଥିଲେ। ବାଲେଶ୍ୱରର ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ନିୟନ୍ତ୍ରଣରେ ରହିଥିବା ପ୍ରକାଶ କରିଥିଲେ ା ଡିଜିପିଙ୍କ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ, ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର, ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଧନେଶ୍ୱର ସାହୁ, ରାଇବଣିଆ ଓଆଇସି ଅଜୟ ମୁର୍ମୁ, ସେଠାରେ କାର୍ଯ୍ୟରତ ପ୍ରବେଶନାରୀ ଡିଏସ୍‌ପି ଅଭିଷେକ ପାଣିଗ୍ରାହୀ, ସ୍ବରାଜ ଦେବତା ଓ ଅଞ୍ଜନା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ନରେ ଡିଜିପି ଅଭୟ ମୟୂରଭଞ୍ଜ ଜିଲା ଗସ୍ତ କରି ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦାଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଜିଲା ପୋଲିସ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ଜିଲା ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ଥିବା ବେଳେ ଆଗାମୀ ଦିନରେ ସେଠାରେ ଅଧିକ ଫୋର୍ସ ନିଯୁକ୍ତ କରାଯିବ ବୋଲି ସୂଚନା ଦେଇଥିଲେ। ଯେଉଁମାନେ ସୀମା ଦେଇ ଲୁଚିଛପି ଆସୁଛନ୍ତିି ଧରାପଡ଼ିଲେ ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବା ସହିତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜି ଅଭୟ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତି ବଢ଼ିବା ପରେ ଚେତିଲା ପ୍ରଶାସନ: ମାସକ ମଧ୍ୟରେ କର୍ମଚାରୀଙ୍କୁ ମିଳିବ ବକେୟା

ଭଞ୍ଜନଗର,୧୯।୬(ଡି.ଏନ.ଏ)-ଭଞ୍ଜନଗର ଓଏସ୍‌ଆର୍‌ଟିସି ଜୋନର ଅସ୍ଥାୟୀ କର୍ମଚାରୀମାନେ ବକେୟା ଦରମା ଦାବି ନେଇ ଗତ ମାସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ। ଜୋନ୍‌ର କ୍ଷତି ବଢ଼ିବା ପରେ ପ୍ରଶାସନ...

ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା

ଆସିକା,୩ା୫(ଡି.ଏନ୍‌.ଏ.)- ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଲକ୍‌ଡାଉନ ଯୋଗୁ ମନ୍ଦିର ବେଢାରେ ଠାକୁରାଣୀଙ୍କୁ ବିଜେ କରାଯାଇ ବିଧି...

ପୋଲିସ ଭୟରେ ଦୌଡ଼ି ପଳାଉଥିବା ବେଳେ ଜୀବନଗଲା

ବରଗଡ଼ ଅଫିସ୍‌,୭।୩: ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ସାନ ପିପିଲିପାଲି ଗ୍ରାମରେ ରବିବାର ଏକ ନିଛାଟିଆ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ...

ସାବିତ୍ରୀ ପାଇଁ ଭୂଲିଗଲେ ସାମାଜିକ ଦୂରତା

କବିସୂର୍ଯ୍ୟନଗର,୨୦ା୫(ଡି.ଏନ୍‌.ଏ.)- କରୋନାର ଭୟାବହତା କମିନାହିଁ। ତେଣୁ ଲକ୍‌ଡାଉନ୍‌ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଏହାକୁ ସାମାନ୍ୟ କୋହଳ କରି ଦୋକାନ ବଜାର...

ପରୀକ୍ଷା ସ୍ଥଗିତ, ଶିକ୍ଷକଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ମହାମାରୀ କରୋନା ନେଇ ସାରା ବିଶ୍ୱରେ ଭୟର ବାତାବାରଣ ସୃଷ୍ଟି ହୋଇଛି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର...

୪ ବିଶେଷଜ୍ଞ, ୬ ଷ୍ଟାଫ୍‌ନର୍ସ ପଦବୀ ଖାଲି

ବିରିଡି,୨୦।୩ (ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସୁଧାରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ...

ହିନ୍ଦୁ, ମୁସଲମାନଙ୍କ ମିଳନସ୍ଥଳ: ସୟଦ ହାତିମଶାହା ପୀରବାବାଙ୍କ ପୀଠ

ରୂପସା, ୧୩ା୩(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡା ପଞ୍ଚାୟତର କାନ୍ଥି ବସ୍ତିରେ ରହିଛି ପ୍ରସିଦ୍ଧ ସୟଦ ହାତିମଶାହା ପୀରବାବାଙ୍କ ପୀଠ। ହିନ୍ଦୁ ଓ ମୁସଲମାନମାନଙ୍କ...

ବରଗଡ଼ରୁ ପୁଣି ୪୯ ଜଣଙ୍କୁ କରୋନା: ଆଜିବି ରହିଛନ୍ତି ଜଣେ ଶିଶୁ

ବରଗଡ଼ ଅଫିସ,୨୬।୧୦: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଜିଲାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।...

Advertisement


Archives

Model This Week

Why Dharitri