Posted inଜାତୀୟ

ସୀମାରେ ବଳ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୨୭ା୫ : ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣର କାରଣ ସାଜିଥିବା ଚାଇନାକୁ ଅନ୍ତର୍ଜାତୀୟ ସମୁଦାୟ କାଠଗଡ଼ାରେ ଛିଡ଼ା କରାଇଥିବାବେଳେ ନିଜ ପାପରୁ ଧ୍ୟାନ ହଟାଇବା ପାଇଁ ଚାଲ୍‌ କରିଛି ବେଜିଂ। ଲଦାଖ ନିକଟରେ ଭାରତୀୟ ଯବାନଙ୍କ ସହ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟମାନେ ମୁହଁାମୁହିଁ ହେବା ପରେ ଚାଇନାର ଆଉ ଏକ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଲଦାଖ ସୀମାରେ ଚାଇନା ସୈନ୍ୟ ବଳ ବଢ଼ାଇବା ସହ ତା’ର ଏୟାରବେସ୍‌କୁ ବିସ୍ତାର କରୁଥିବା ଉପଗ୍ରହ ଜରିଆରେ ସଂଗୃହୀତ ଚିତ୍ରରୁ ଜଣାପଡ଼ିଛି।
ମେ ୫ ଓ ୬ ତାରିଖରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଭାରତ ଓ ଚାଇନାର ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହାକୁ ୧୯୯୯ କାର୍‌ଗିଲ ଯୁଦ୍ଧ ପରଠୁ ସବୁଠୁ ବଡ଼ ସୀମା ବିବାଦ ବୋଲି କୁହାଯାଉଛି। ସେହି ସ୍ଥାନରୁ ୨୦୦ କି.ମି ଦୂର ସ୍ଥିତ ଏକ ଅତ୍ୟୁଚ୍ଚ ଅଞ୍ଚଳରେ ଚାଇନା ବଡ଼ ଧରଣର ନିର୍ମାଣ ଆରମ୍ଭ କରିଥିବା ଉପଗ୍ରହ ଚିତ୍ରରେ ଦେଖିବାକୁ ମିଳିଛି। ଶ୍ୟାଡୋବ୍ରେକ୍‌ ଇଣ୍ଟେଲିଜେନ୍ସର ଗୋଇନ୍ଦା ବିଶ୍ଳେଷକ ଡିଟ୍ରେସ୍ଫାଠାରୁ ତିବ୍ବତର ନଗାରି ଗୁନ୍ସା ବିମାନବନ୍ଦର ଦୁଇଟି ଫଟୋ ମିଳିଛି। ପ୍ରଥମ ଫଟୋ ୨୦୨୦ ଏପ୍ରିଲ ୬ରେ ଉଠାଯାଇଥିବାବେଳେ ଦ୍ୱିତୀୟ ଫଟୋଟି ମେ ୨୧ର। ଫଟୋରୁ ଜଣାପଡ଼ୁଛି ଯେ, ଚାଇନା ଉକ୍ତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଚଳାଇଛି। ଦ୍ୱିତୀୟ ଫଟୋରେ ଏୟାରବେସ୍‌ର ଟର୍ମାକ୍‌ରେ ହେଲିକପ୍ଟର ବା ଯୁଦ୍ଧବିମାନ ରଖିବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ୁଛି। ସେହିପରି ନିର୍ମାଣସ୍ଥଳର ଖୁବ୍‌ ନିକଟରୁ ନିଆଯାଇଥିବା ତୃତୀୟ ଫଟୋରେ କ୍ରମାନ୍ବୟରେ ୪ଟି ଫାଇଟର ଜେଟ୍‌ ରଖାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ବିମାନଗୁଡ଼ିକ ପିଏଲ୍‌ଏର ଜେ-୧୧ କିମ୍ବା ଜେ-୧୬ ବୋଲି ଅନୁମାନ କରାଯାଉଛି। ଏହି ଯୁଦ୍ଧବିମାନଗୁଡ଼ିକ ରୁଷିଆର ସୁଖୋଇ ୨୭ର ଚାଇନା ସଂସ୍କରଣ ହୋଇଥିବାବେଳେ ଭାରତୀୟ ବାୟୁସେନାର ସୁଖୋଇ ଏମ୍‌କେଆଇ ସହ ଏହାର ଯୁଦ୍ଧ କ୍ଷମତା ରହିଛି। ନଗାରି ଗୁନ୍ସା ଏୟାରବେସ୍‌ର ଅବସ୍ଥିତି ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଉଭୟ ସାମରିକ ଓ ବେସାମରିକ ବିମାନବନ୍ଦର ରହିଛି। ୧୪,୦୨୨ ଫୁଟ ଉଚ୍ଚତାରେ ଥିବା ଏହି ବିମାନବନ୍ଦରରୁ ତିବ୍ବତର ଶିକ୍ୱାନ୍‌ହେ ସହରକୁ ବିମାନ ଚଳାଚଳ କରିଥାଏ। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ର ଅତି ନିକଟରେ ଥିବାରୁ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି।

ମୋଦି-ଡୋଭାଲ-ରାଓ୍ବତ୍‌ଙ୍କ ସହ ତିନି ସେନା ମୁଖ୍ୟଙ୍କ ମନ୍ତ୍ରଣା

ଲଦାଖ ସୀମାରେ ଚାଇନା ସହ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ, ଡିଫେନ୍ସ ଷ୍ଟାଫ୍‌ ମୁଖ୍ୟ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତଙ୍କ ସହ ତିନି ସେନା ମୁଖ୍ୟ ଉପସ୍ଥିତ ଥିଲେ। ବାହ୍ୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତର ସାମରିକ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିବା ଜଣାପଡ଼ିଛି। ପୂର୍ବ ଲଦାଖରେ ଉପୁଜିଥିବା ସ୍ଥିତି ସମ୍ପର୍କରେ ତିନି ସେନାର ଶୀର୍ଷ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ପାଙ୍ଗୋଙ୍ଗ ହ୍ରଦ, ଗଲଓ୍ବାନ୍‌ ଉପତ୍ୟକା, ଡେମ୍‌ଚୋକ୍‌ ଓ ଦୌଲତ ବେଗ୍‌ ଓଲ୍ଡି ଆଦି ଅଞ୍ଚଳର ସ୍ଥିତି ସମୀକ୍ଷା କରିଥିଲେ। ଏହି ଅଞ୍ଚଳରେ ୨୦ ଦିନ ତଳେ ଦୁଇଦେଶର ସେନା ମୁହଁାମୁହିଁ ହୋଇଥିଲେ।

ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ

ଯୁଦ୍ଧ ଲାଗି ପ୍ରସ୍ତୁତ ହେଉଛି ପଡ଼ୋଶୀ ଚାଇନା। ରାଷ୍ଟ୍ରପତି ଜି. ଜିନ୍‌ପିଙ୍ଗ ମଙ୍ଗଳବାର ସେନାକୁ ଯୁଦ୍ଧ ଲାଗି ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଚାଇନାର ଶକ୍ତିଶାଳୀ ସେଣ୍ଟ୍ରାଲ ମିଲିଟାରି କମିଶନରେ ଅଧ୍ୟକ୍ଷତା କରି ପିପୁଲ୍ସ ଲିବରେଶନ ଆର୍ମି ଓ ପିପୁଲ୍ସ ଆର୍ମଡ୍‌ ପୋଲିସ ଫୋର୍ସକୁ ସେ ଏଭଳି ଆହ୍ବାନ ଦେଇଛନ୍ତି। କରୋନା ମହାମାରୀ କବଳରୁ ବିଶ୍ୱ ମୁକୁଳିବାର ରାସ୍ତା ଖୋଜି ପାଉ ନ ଥିବାବେଳେ ଚାଇନାର ଏଭଳି ରଣହୁଙ୍କାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କରୋନା ଉତ୍ପତ୍ତିକୁ ନେଇ ଆମେରିକା ସହ ବାକ୍‌ଯୁଦ୍ଧ, ତାଇଓ୍ବାନ ପ୍ରସଙ୍ଗ, ଲଦାଖରେ ଭାରତ-ଚାଇନା ସେନା ମଧ୍ୟରେ ଛକାପଞ୍ଝା ଯୁଦ୍ଧ ଆଶଙ୍କାକୁ ବଢ଼ାଇ ଦେଇଛି। ଜାତୀୟ ସାର୍ବଭୌମତ୍ୱର ସୁରକ୍ଷା ଲାଗି ସେନା ପ୍ରଶିକ୍ଷଣ ଓ ଯୁଦ୍ଧ ଲାଗି ପ୍ରସ୍ତୁତ ରହିବାକୁ ଜିନ୍‌ପିଙ୍ଗ ନିର୍ଦ୍ଦେଶ ଦେଇଥିବା ମିଡିଆ ରିପୋର୍ଟରୁ ଜଣାପଡ଼ିଛି।
ଗତ ଦୁଇଦିନ ତଳେ ଚାଇନାର ବରିଷ୍ଠ କୂଟନୀତିଜ୍ଞ ଓ୍ବାଙ୍ଗ ୟି ଆମେରିକାର ମନଗଢ଼ା ରାଜନୈତିକ ଆକ୍ଷେପକୁ ସମାଲୋଚନା କରିଥିଲେ। ଚାଇନାରୁ କରୋନା ଭୂତାଣୁ ଆସିଥିବା ଓ ଭୂତାଣୁ ସମ୍ପର୍କରେ ତଥ୍ୟ ଲୁଚାଯାଇଥିବା ଅଭିଯୋଗ କରାଯାଇଥିଲା। କେତେକ ୟୁରୋପୀୟ ଦେଶ ଆମେରିକାକୁ ସମର୍ଥନ ମଧ୍ୟ କରିଥିଲେ। ଏବେ ଲଦାଖରେ ଭାରତ- ଚାଇନା ସେନା ମଧ୍ୟରେ ମୁହାଁମୁହିଁ ହେବା ପରିସ୍ଥିତିକୁ ସରଗରମ କରିପକାଇଛି। ଲଦାଖ ସୀମାରେ ଥିବା ୩,୪୮୮ କି.ମି. ବିବାଦୀୟ ଅଞ୍ଚଳକୁ ନେଇ ଦୁଇଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ସମ୍ବେଦନଶୀଳ ଅଞ୍ଚଳରେ ଉଭୟ ଦେଶ ପକ୍ଷରୁ ଅଧିକ ସେନା ମୁତୟନ କରାଯାଇଛି। ଚାଇନାର ପ୍ରତିରକ୍ଷା ବଜେଟ ବୃଦ୍ଧି ଓ ସେନା ଆଧୁନିକୀକରଣ ଏବେ ଚିନ୍ତା ବଢ଼ାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ

ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ…

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

କୋହଲି-ରୋହିତଙ୍କ ପରେ ଏହି ୨ ଖେଳାଳି ଭାରତର ସୁପରଷ୍ଟାର: ପୂର୍ବତନ ଅଲ୍‌ରାଉଣ୍ଡଙ୍କ ମନ୍ତବ୍ୟ ସମସ୍ତଙ୍କୁ କଲା ଚକିତ

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍‌ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର…

IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…

ନୂଆଦିଲ୍ଲୀ,୨୬।୧୦: ଆଇପିଏଲ୍‌ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଷ୍ଟାଫ୍‌ରେ ନୂଆ ନିଯୁକ୍ତି ହୋଇଛି । ଇଂଲଣ୍ଡର ପୂର୍ବତନ ବୋଲର ଗାରେଥ୍ ବ୍ୟାଟିଙ୍କୁ ଦଳର…

କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ

ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ: ୬ ବରିଷ୍ଠ ଅଧିକାରୀ ସସପେଣ୍ଡ

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ସମୟରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ ଆୟୋଗ । ଆଗ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?