Posted inଜାତୀୟ

ସୀମାରେ ବଳ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୨୭ା୫ : ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣର କାରଣ ସାଜିଥିବା ଚାଇନାକୁ ଅନ୍ତର୍ଜାତୀୟ ସମୁଦାୟ କାଠଗଡ଼ାରେ ଛିଡ଼ା କରାଇଥିବାବେଳେ ନିଜ ପାପରୁ ଧ୍ୟାନ ହଟାଇବା ପାଇଁ ଚାଲ୍‌ କରିଛି ବେଜିଂ। ଲଦାଖ ନିକଟରେ ଭାରତୀୟ ଯବାନଙ୍କ ସହ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟମାନେ ମୁହଁାମୁହିଁ ହେବା ପରେ ଚାଇନାର ଆଉ ଏକ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଲଦାଖ ସୀମାରେ ଚାଇନା ସୈନ୍ୟ ବଳ ବଢ଼ାଇବା ସହ ତା’ର ଏୟାରବେସ୍‌କୁ ବିସ୍ତାର କରୁଥିବା ଉପଗ୍ରହ ଜରିଆରେ ସଂଗୃହୀତ ଚିତ୍ରରୁ ଜଣାପଡ଼ିଛି।
ମେ ୫ ଓ ୬ ତାରିଖରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଭାରତ ଓ ଚାଇନାର ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହାକୁ ୧୯୯୯ କାର୍‌ଗିଲ ଯୁଦ୍ଧ ପରଠୁ ସବୁଠୁ ବଡ଼ ସୀମା ବିବାଦ ବୋଲି କୁହାଯାଉଛି। ସେହି ସ୍ଥାନରୁ ୨୦୦ କି.ମି ଦୂର ସ୍ଥିତ ଏକ ଅତ୍ୟୁଚ୍ଚ ଅଞ୍ଚଳରେ ଚାଇନା ବଡ଼ ଧରଣର ନିର୍ମାଣ ଆରମ୍ଭ କରିଥିବା ଉପଗ୍ରହ ଚିତ୍ରରେ ଦେଖିବାକୁ ମିଳିଛି। ଶ୍ୟାଡୋବ୍ରେକ୍‌ ଇଣ୍ଟେଲିଜେନ୍ସର ଗୋଇନ୍ଦା ବିଶ୍ଳେଷକ ଡିଟ୍ରେସ୍ଫାଠାରୁ ତିବ୍ବତର ନଗାରି ଗୁନ୍ସା ବିମାନବନ୍ଦର ଦୁଇଟି ଫଟୋ ମିଳିଛି। ପ୍ରଥମ ଫଟୋ ୨୦୨୦ ଏପ୍ରିଲ ୬ରେ ଉଠାଯାଇଥିବାବେଳେ ଦ୍ୱିତୀୟ ଫଟୋଟି ମେ ୨୧ର। ଫଟୋରୁ ଜଣାପଡ଼ୁଛି ଯେ, ଚାଇନା ଉକ୍ତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଚଳାଇଛି। ଦ୍ୱିତୀୟ ଫଟୋରେ ଏୟାରବେସ୍‌ର ଟର୍ମାକ୍‌ରେ ହେଲିକପ୍ଟର ବା ଯୁଦ୍ଧବିମାନ ରଖିବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ୁଛି। ସେହିପରି ନିର୍ମାଣସ୍ଥଳର ଖୁବ୍‌ ନିକଟରୁ ନିଆଯାଇଥିବା ତୃତୀୟ ଫଟୋରେ କ୍ରମାନ୍ବୟରେ ୪ଟି ଫାଇଟର ଜେଟ୍‌ ରଖାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ବିମାନଗୁଡ଼ିକ ପିଏଲ୍‌ଏର ଜେ-୧୧ କିମ୍ବା ଜେ-୧୬ ବୋଲି ଅନୁମାନ କରାଯାଉଛି। ଏହି ଯୁଦ୍ଧବିମାନଗୁଡ଼ିକ ରୁଷିଆର ସୁଖୋଇ ୨୭ର ଚାଇନା ସଂସ୍କରଣ ହୋଇଥିବାବେଳେ ଭାରତୀୟ ବାୟୁସେନାର ସୁଖୋଇ ଏମ୍‌କେଆଇ ସହ ଏହାର ଯୁଦ୍ଧ କ୍ଷମତା ରହିଛି। ନଗାରି ଗୁନ୍ସା ଏୟାରବେସ୍‌ର ଅବସ୍ଥିତି ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଉଭୟ ସାମରିକ ଓ ବେସାମରିକ ବିମାନବନ୍ଦର ରହିଛି। ୧୪,୦୨୨ ଫୁଟ ଉଚ୍ଚତାରେ ଥିବା ଏହି ବିମାନବନ୍ଦରରୁ ତିବ୍ବତର ଶିକ୍ୱାନ୍‌ହେ ସହରକୁ ବିମାନ ଚଳାଚଳ କରିଥାଏ। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ର ଅତି ନିକଟରେ ଥିବାରୁ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି।

ମୋଦି-ଡୋଭାଲ-ରାଓ୍ବତ୍‌ଙ୍କ ସହ ତିନି ସେନା ମୁଖ୍ୟଙ୍କ ମନ୍ତ୍ରଣା

ଲଦାଖ ସୀମାରେ ଚାଇନା ସହ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ, ଡିଫେନ୍ସ ଷ୍ଟାଫ୍‌ ମୁଖ୍ୟ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତଙ୍କ ସହ ତିନି ସେନା ମୁଖ୍ୟ ଉପସ୍ଥିତ ଥିଲେ। ବାହ୍ୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତର ସାମରିକ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିବା ଜଣାପଡ଼ିଛି। ପୂର୍ବ ଲଦାଖରେ ଉପୁଜିଥିବା ସ୍ଥିତି ସମ୍ପର୍କରେ ତିନି ସେନାର ଶୀର୍ଷ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ପାଙ୍ଗୋଙ୍ଗ ହ୍ରଦ, ଗଲଓ୍ବାନ୍‌ ଉପତ୍ୟକା, ଡେମ୍‌ଚୋକ୍‌ ଓ ଦୌଲତ ବେଗ୍‌ ଓଲ୍ଡି ଆଦି ଅଞ୍ଚଳର ସ୍ଥିତି ସମୀକ୍ଷା କରିଥିଲେ। ଏହି ଅଞ୍ଚଳରେ ୨୦ ଦିନ ତଳେ ଦୁଇଦେଶର ସେନା ମୁହଁାମୁହିଁ ହୋଇଥିଲେ।

ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ

ଯୁଦ୍ଧ ଲାଗି ପ୍ରସ୍ତୁତ ହେଉଛି ପଡ଼ୋଶୀ ଚାଇନା। ରାଷ୍ଟ୍ରପତି ଜି. ଜିନ୍‌ପିଙ୍ଗ ମଙ୍ଗଳବାର ସେନାକୁ ଯୁଦ୍ଧ ଲାଗି ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଚାଇନାର ଶକ୍ତିଶାଳୀ ସେଣ୍ଟ୍ରାଲ ମିଲିଟାରି କମିଶନରେ ଅଧ୍ୟକ୍ଷତା କରି ପିପୁଲ୍ସ ଲିବରେଶନ ଆର୍ମି ଓ ପିପୁଲ୍ସ ଆର୍ମଡ୍‌ ପୋଲିସ ଫୋର୍ସକୁ ସେ ଏଭଳି ଆହ୍ବାନ ଦେଇଛନ୍ତି। କରୋନା ମହାମାରୀ କବଳରୁ ବିଶ୍ୱ ମୁକୁଳିବାର ରାସ୍ତା ଖୋଜି ପାଉ ନ ଥିବାବେଳେ ଚାଇନାର ଏଭଳି ରଣହୁଙ୍କାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କରୋନା ଉତ୍ପତ୍ତିକୁ ନେଇ ଆମେରିକା ସହ ବାକ୍‌ଯୁଦ୍ଧ, ତାଇଓ୍ବାନ ପ୍ରସଙ୍ଗ, ଲଦାଖରେ ଭାରତ-ଚାଇନା ସେନା ମଧ୍ୟରେ ଛକାପଞ୍ଝା ଯୁଦ୍ଧ ଆଶଙ୍କାକୁ ବଢ଼ାଇ ଦେଇଛି। ଜାତୀୟ ସାର୍ବଭୌମତ୍ୱର ସୁରକ୍ଷା ଲାଗି ସେନା ପ୍ରଶିକ୍ଷଣ ଓ ଯୁଦ୍ଧ ଲାଗି ପ୍ରସ୍ତୁତ ରହିବାକୁ ଜିନ୍‌ପିଙ୍ଗ ନିର୍ଦ୍ଦେଶ ଦେଇଥିବା ମିଡିଆ ରିପୋର୍ଟରୁ ଜଣାପଡ଼ିଛି।
ଗତ ଦୁଇଦିନ ତଳେ ଚାଇନାର ବରିଷ୍ଠ କୂଟନୀତିଜ୍ଞ ଓ୍ବାଙ୍ଗ ୟି ଆମେରିକାର ମନଗଢ଼ା ରାଜନୈତିକ ଆକ୍ଷେପକୁ ସମାଲୋଚନା କରିଥିଲେ। ଚାଇନାରୁ କରୋନା ଭୂତାଣୁ ଆସିଥିବା ଓ ଭୂତାଣୁ ସମ୍ପର୍କରେ ତଥ୍ୟ ଲୁଚାଯାଇଥିବା ଅଭିଯୋଗ କରାଯାଇଥିଲା। କେତେକ ୟୁରୋପୀୟ ଦେଶ ଆମେରିକାକୁ ସମର୍ଥନ ମଧ୍ୟ କରିଥିଲେ। ଏବେ ଲଦାଖରେ ଭାରତ- ଚାଇନା ସେନା ମଧ୍ୟରେ ମୁହାଁମୁହିଁ ହେବା ପରିସ୍ଥିତିକୁ ସରଗରମ କରିପକାଇଛି। ଲଦାଖ ସୀମାରେ ଥିବା ୩,୪୮୮ କି.ମି. ବିବାଦୀୟ ଅଞ୍ଚଳକୁ ନେଇ ଦୁଇଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ସମ୍ବେଦନଶୀଳ ଅଞ୍ଚଳରେ ଉଭୟ ଦେଶ ପକ୍ଷରୁ ଅଧିକ ସେନା ମୁତୟନ କରାଯାଇଛି। ଚାଇନାର ପ୍ରତିରକ୍ଷା ବଜେଟ ବୃଦ୍ଧି ଓ ସେନା ଆଧୁନିକୀକରଣ ଏବେ ଚିନ୍ତା ବଢ଼ାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri