Posted inଜାତୀୟ

ସୀମାପାର୍‌ ଟ୍ରେନ, ବସ୍‌ ସେବା ବାତିଲ

ନୂଆଦିଲ୍ଲୀ, ୧୪।୩(ପି.ଟି.): କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଭାରତ ପକ୍ଷରୁ ବାଂଲାଦେଶକୁ ସୀମାପାର୍‌ ବସ୍‌ ଓ ଟ୍ରେନ୍‌ ସେବା ମାସକ ଲାଗି ଏପ୍ରିଲ ୧୫ ପର୍ଯ୍ୟନ୍ତ ବାତିଲ କରାଯାଇଛି। ପଡ଼ୋଶୀ ୪ ଦେଶକୁ ସଂଯୋଗ କରୁଥିବା ୧୮ ଇମିଗ୍ରେଶନ ଚେକ୍‌ପୋଷ୍ଟକୁ ବନ୍ଦ କରିଦିଆଯାଇଛି। ତେବେ ମାଲବାହୀ ଟ୍ରେନ ସେବା ପୂର୍ବ ଭଳି ଜାରି ରହିବ ଓ କର୍ତ୍ତାରପୁର କରିଡରରୁ ଗୁରୁଦ୍ୱାର ଦରବାର ସାହିବକୁ ଭାରତୀୟ ତୀର୍ଥଯାତ୍ରୀଙ୍କ ଯାତ୍ରା ଆଗ ଭଳି ଚାଲିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅନିଲ ମଲିକ ପ୍ରକାଶ କରିଛନ୍ତି। ଆସାମ, ବିହାର, ମେଘାଳୟ, ମିଜୋରାମ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଦେଇ ବାଂଲାଦେଶ, ଭୁଟାନ, ନେପାଳ, ମ୍ୟାନ୍‌ମାରକୁ ଲାଗିଥିବା ୧୯ ଚେକ୍‌ପୋଷ୍ଟ ଖୋଲା ରହିବ। ନେପାଳ ଓ ଭୁଟାନ ନାଗରିକଙ୍କ ଲାଗି ଭିଜାମୁକ୍ତ ପ୍ରବେଶ ଆଗଭଳି ରହିବ। ଚେକ୍‌ପୋଷ୍ଟ ଓ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ମେଡିକାଲ ସ୍କ୍ରିନିଂ କରାଯିବା ବାଧ୍ୟତାମୂଳକ କରାଯାଇଥିବା ମଲିକ କହିଛନ୍ତି। କରୋନା ସଂକ୍ରମଣ ଇଟାଲୀ ଓ ଇରାନ୍‌ରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଥିବା ଅଧିକାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ବର ଭାଙ୍ଗିଲେ ଧନୁ

ସାରନ,୨୮।୬: ତ୍ରେତୟାଯୁଗରେ ଭଗବାନ ଶ୍ରୀରାମଙ୍କ ସ୍ବୟଂମ୍ବରରେ କଥା ସମସ୍ତେ ଜାଣିଥିବେ ଓ ଶୁଣିଥିବେ। କିନ୍ତୁ କଳିଯୁଗରେ ସ୍ବୟଂମ୍ବର ଆୟୋଜିତ ହେବା କଥା କେବେ ଶୁଣିଛନ୍ତି କି।...

ବିଦେଶୀ ଅନୁଦାନ ସଂଶୋଧନ ବିଲ୍‌କୁ ଅନୁମୋଦନ

ନୂଆଦିଲ୍ଲୀ,୨୪।୯: ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍‌-୨୦୨୦ ରାଜ୍ୟ ସଭାରେ ବୁଧବାର ଗୃହୀତ ହୋଇଛି। ପୂର୍ବରୁ ଏହା ଲୋକ ସଭାରେ ଗୃହୀତ ହୋଇଥିବାରୁ ଏହି ସଂଶୋଧନ...

ଅଜିତ ଯୋଗୀଙ୍କ ପୁଅ ଗିରଫ

ବିଳାସପୁର,୪ା୯(ପି.ଟି.): ନିର୍ବାଚନ ସତ୍ୟପାଠରେ ଜାଲିଆତି ଅଭିଯୋଗରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତ୍‌ଙ୍କୁ ମଙ୍ଗଳବାର ବିଳାସପୁର ଜିଲାରୁ ଗିରଫ କରାଯାଇଛି। ୨୦୧୩ ଛତିଶଗଡ଼...

କରୋନା, ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ ଚିନ୍ତା ବଢ଼ାଉଛି ‘ବୋନ୍‌ ଡେଥ୍‌’

ମୁମ୍ବାଇ,୫।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଆତଙ୍କ ଖେଳାଇବା ପରେ ଦେଶରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ବିଭିନ୍ନ ରାଜ୍ୟରେ ହଜାର ହଜାର...

ବିଚ୍‌ ରାସ୍ତାରେ ମୃତଦେହ ଅଦଳବଦଳ, ପୂରା ଘଟଣାବଳୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୨୭ା୯: ସବୁବେଳେ ଚର୍ଚ୍ଚାରେ ରହୁଥିବା ଇନ୍ଦୋରର ଗ୍ରେଟର କୈଳାସ ହସ୍ପିଟାଲ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ଚର୍ଚ୍ଚା ସବୁ ଚର୍ଚ୍ଚାକୁ ଟପିଯାଇଛି। ଏଠାରେ ଏଥର...

ତ୍ରିପୁରା ହିଂସାର ରିପୋର୍ଟ କରିବାରୁ ୨ ମହିଳା ଜର୍ନାଲିଷ୍ଟ ଅଟକ

ଗୁଆହାଟୀ,୧୪।୧୧: ତ୍ରିପୁରା ହିଂସାକୁ ନେଇ ବିବାଦୀୟ ଖବର ପ୍ରକାଶ କରିଥିବା ଦିଲ୍ଲୀର ଦୁଇଜଣ ମହିଳା ଖବରଦାତାଙ୍କୁ ଅଟକ ରଖାଯାଇଛି। ସେମାନେ ଧର୍ମ ଆଧାରରେ ବିଭିନ୍ନ ସଂଗଠନ...

ଶର୍ମିଳାଙ୍କୁ ସମ୍ମାନୀତ କରିବେ ମଣିପୁର ସରକାର

ଇମ୍ଫାଲ,୩ ।୪: ମଣିପୁର ସରକାର ମାନବାଧିକାର କର୍ମୀ ଇରୋମ ଶର୍ମିଳାଙ୍କୁ ସମ୍ମାନୀତ କରିବେ । ଶର୍ମିଳା ୧୬ ବର୍ଷ ପର୍ଯ୍ୟନ୍ତ ଆଣ୍ଟି ଆର୍ମଡ ଫୋର୍ସେସ ସ୍ପେଶାଲ...

ନିମ୍ନ ଅଦାଲତରେ ୪ କୋଟିରୁ ଅଧିକ ବିଚାରାଧୀନ ମାମଲା…

ନୂଆଦିଲ୍ଲୀ,୧୦।୧୧: ଦେଶର ବିଭିନ୍ନ ନିମ୍ନ ଅଦାଲତରେ ୪ କୋଟିରୁ ଅଧିକ ବିଚାରଧୀନ ମାମଲାର ରହିଛି। ତେବେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ମାମଲାଗୁଡ଼ିକର ଫଇସଲାରେ ବାଧା ସୃଷ୍ଟି...

Advertisement
Archives

Model This Week