ସୀମାନ୍ତରେ ଧରାପଡ଼ିଲେ ୪୭ ଶ୍ରମିକ

ଚମ୍ପୁଆ, ୮।୫(ଡି.ଏନ.ଏ.)- କରୋନା ମହାମାରୀ ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ଉପାନ୍ତ ଅଞ୍ଚଳର ସୀମା ସିଲ୍‌ କରାଯାଇଛି। ଏଠାରେ ବ୍ୟାପକ ତନଖି ସହିତ ଅନୁପ୍ରବେଶ ରୋକିବା ଏବଂ ରାଜ୍ୟ ବାହାରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟକୁ ପ୍ରବେଶ ସମୟରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସଙ୍ଗରୋଧ ଗୃହରେ ରଖା ଯିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଉଦ୍ୟମ ଜାରି ରହିଛି। ଏନେଇ ଚମ୍ପୁଆ ଓ ଜୟନ୍ତିଗଡ ମଝିରେ ଚେକପୋଷ୍ଟ କରାଯାଇ ୨୪ ଘଣ୍ଟିଆ ଡ୍ୟୁଟି ବ୍ୟବସ୍ଥା କରାଯାଉଛି। ମାତ୍ର ଶ୍ରମିକମାନେ ଏହି ଚେକିଂକୁ ଚକମା ଦେଖାଇ ଏକ ଟ୍ରେଲର ଡାଲାରେ ବସି ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡ଼ିଛନ୍ତି। ସୂଚନା ଅନଯାୟୀ, ବୁଧବାର ରାତି ପ୍ରାୟ ୮ଟା ସମୟରେ ରାଜସ୍ଥାନ ନମ୍ବର ଥିବା ଏକ ମାଲବାହି ଟ୍ରେଲର ସୀମାନ୍ତ ଅତିକ୍ରମ କରୁଥିବା ବେଳେ ପୋଲିସ କର୍ମଚାରୀ ଯାଞ୍ଚ କରିଥିଲେ। କାଗଜ ପତ୍ରରୁ ଟ୍ରେଲରଟି ଖାଲି ଗାଡ଼ି ବୋଲି ଜଣାପଡିଥିଲେ ହେଁ ଗାଡି ଉପରେ ଘୋଡାଯାଇଥିବା ପାଲକୁ ପୋଲିସ ସନ୍ଦେହରେ ଖୋଲିବାରୁ ଡାଲା ମଧ୍ୟରେ ୪୭ ଜଣ ଶ୍ରମିକ ଥିବା ଜଣାପଡ଼ିଥିଲା। ଉକ୍ତ ୪୭ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଗୁରୁବାର ସନ୍ଧ୍ୟାରେ ସେମାନଙ୍କୁ କୋଟା ପଠାଯାଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ଟିଟଲାଗଡ଼,୨୦।୬(ଡି.ଏନ୍‌.ଏ.): ବଲାଙ୍ଗିର ଜିଲା ଟିଟଲାଗଡ଼ ବ୍ଲକ ଅନ୍ତର୍ଗତ ବାଗଡ଼େର ଗାମର ରାସ୍ତାକଡରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଘଣ୍ଟବାହାଲି ଗ୍ରାମର...

ବାଇକ୍‌ ଦୁର୍ଘଟଣା: ୨ ଶିଶୁ ଗୁରୁତର

ସୋରଡ଼ା,୧୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ବୁଲାଣି ଜଙ୍ଗଲ ରାସ୍ତା ପିପଳପଙ୍କ ନିକଟରେ ମଧ୍ୟାହ୍ନରେ ବାଇକ ଦୁର୍ଘଟଣା ଘଟଛି। ଏଥିରେ ଗୋଟିଏ ପରିବାରର ୨ ଶିଶୁ...

ଟଙ୍କା ଫେରସ୍ତ ମାଗିବାରୁ ନର୍ସିଂ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ଉଦ୍ୟମ

ଦେବଗଡ଼,୨୮ା୪: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହି ଅଞ୍ଚଳରେ ଥିବା ଘରୋଇ ନର୍ସିଂ ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଉକ୍ତ ସ୍କୁଲର ଡାଇରେକ୍ଟର ବଳାତ୍କାର ଉଦ୍ୟମ ସହ...

ବକ୍ସିଂରେ ଗୌରବ ବଢ଼ାଉଛନ୍ତି ଦୁଇଭଉଣୀ

ବଡ଼ଗାଁ, ୧ା୫ (ଡି.ଏନ.ଏ)- ଦୁଇ ଭଉଣୀ ସୁଭଦ୍ରା ସିଂ ଓ ଯାଜ୍ଞସେନୀ। ସରକାର ଓ ପ୍ରଶାସନର ସହଯୋଗ ନ ଥିବା ଓ ଆର୍ଥିକ ଅଭାବ ସତ୍ତ୍ବେ...

ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତି ହାଇକୋର୍ଟରେ କାଏମ

କଟକ ଅଫିସ, ୮।୬: ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଫଳରେ...

ମାସ୍କ ନ ପିନ୍ଧି ୧୪୨ ଜଣ ଗଣିଲେ ଜରିମାନା

ବରଗଡ଼ ଅଫିସ,୬ା୫: ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ଉଲ୍ଲଂଘନ କଲେ ଜରିମାନା ନିଆଯାଉଛି। ଏହି କ୍ରମରେ ବରଗଡ଼...

ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୨.୦୨ କୋଟି କ୍ଷତିପୂରଣ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୫।୫: ଜାତୀୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶାନୁସାରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଂଯୋଜନାରେ ଗଞ୍ଜାମ ଜିଲା ଅଦାଲତଗୁଡ଼ିକରେ ଚଳିତ ବର୍ଷର ଦ୍ୱିତୀୟ ଜାତୀୟସ୍ତରୀୟ ଲୋକ ଅଦାଲତ...

ମିଳୁନି ଆବାସ ଯୋଜନାରେ ଘର: ପଲିଥିନ ତଳେ ମୂର୍ତ୍ତି କାରିଗରଙ୍କ ପରିବାର

ନାଉଗଁା,୩୦ା୭(ସ୍ବ.ପ୍ର.): ନାଉଗଁା ବ୍ଲକ ଜାମୁଗଁା ପଞ୍ଚାୟତ ରଘୁନାଥପୁର ଗ୍ରାମର ଚନ୍ଦେଶ୍ୱର ଲେଙ୍କା। ଜଣେ ମୂର୍ତ୍ତି କାରିଗର ଭାବେ ସେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ଦୀର୍ଘ ୩୦ବର୍ଷ...

Advertisement
Archives

Model This Week