ସୀମାନ୍ତରୁ ୩ ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି,୨୨ା୭ (ସ୍ବ.ପ୍ର.): ପ୍ରତିବର୍ଷ ମାଓବାଦୀ ସଙ୍ଗଠନ ପକ୍ଷରୁ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରାଯାଉଛି। ଏହି ସପ୍ତାହ ପାଳନ ବେଳେ ମାଓବାଦୀମାନେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟରେ ବଡଧରଣର ହିଂସା ଘଟାଇଥାନ୍ତି । ଛତିଶଗଡ଼ର ସୁକୁମା ଜିଲା ଏରାବୋରାରେ ମାଓବାଦୀ ସଂଗଠନ ପକ୍ଷରୁ ଶହୀଦ ସପ୍ତାହ ପାଳନ ଅବସରରେ ଯବାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଲଗାଇଥିବା ୩ଟି ଲ୍ୟାଣ୍ଡମାଇନକୁ ୨୨୮ ସିଆରପିଏଫ୍‌ ବାଟାଲିୟାନର ଯବାନମାନେ ଉଦ୍ଧାର କରି ସେଠାରେ ନିଷ୍କ୍ରିୟ କରିଥିବା ଜଣାପଡିଛି। ସେହିପରି ଏରାବୋରା ସାପ୍ତାହିକ ହାଟରେ ସେମାନେ ଲ୍ୟାଣ୍ଡମାଇନ ପୋତିଥିବା ଖବର ପାଇ ସିଆରପିଏଫ ଯବାନମାନେ ହାଟକୁ ଯାଇ ସନ୍ଧାନୀ କୁକୁର ଓ ମେଟାଲ ଡ଼ିଟେକ୍ଟରରେ ଯାଞ୍ଚ କରି ସେଠାରୁ ଅଫୁଟା ଅବସ୍ଥାରେ ଲ୍ୟାଣ୍ଡମାଇନ୍‌ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ନିକଟରେ ଏହାକୁ ନିଷ୍କ୍ରିୟ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନ୍‌ ବଦଳାଇବା ବେଳେ ଦୁର୍ଘଟଣା; ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଗୁଣପୁର,୨୩ା୧(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଗୁଣପୁର ରେଳ ଷ୍ଟେଶନ୍‌ରେ ବୁଧବାର ରାତିରେ ଏକ ଇଞ୍ଜିନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଇଞ୍ଜିନ୍‌ ସାମାନ୍ୟ ଲାଇନ୍‌ଚ୍ୟୁତ ହୋଇଥିବାବେଳେ ଟ୍ରେନ୍‌ ଚଳାଚଳ...

ବ୍ରିଜ୍‌ ତଳକୁ ଖସିପଡିଲା ଇନୋଭା, ଜଣଙ୍କ ଜୀବନ ଗଲା

ରାୟଗଡା ଅଫିସ, ୫।୧୨: ରାୟଗଡା ଜିଲା ରାଫକଣା ବ୍ରିଜ ଉପରେ ଇନୋଭା କାର ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ହେବାସହ...

ନିଆଁ ପୁଇଁବା ହେଲା କାଳ:ଜଳିଗଲେ ୨ ଭଉଣୀ

ଟିକିରି/ରାୟଗଡ଼ା ଅଫିସ,୫ା୨(ଡି.ଏନ୍‌.ଏ.):ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଲାକରସି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଥଣ୍ଡାରେ ନିଆଁ ପୁଇଁବାବେଳେ ଜଳିଯାଇଛନ୍ତି ୨ ଭଉଣୀ। ଦୁହେଁ...

୨ ସୁନା ଚେନ ଲୁଟେରା, ୨ ଗ୍ରାହକ ଗିରଫ

ରାୟଗଡ଼ା ଅଫିସ,୧୭।୧୨: ଗତ କିଛିଦିନ ହେଲା ରାୟଗଡ଼ାରେ ସୁନା ଚେନ ଲୁଟେରାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ା ଗତ ୧୭ରେ ରାୟଗଡ଼ା ବ୍ୟାଙ୍କ କଲୋନୀ ୨ୟ...

ରାୟଗଡ଼ା ଜଳାର୍ଣ୍ଣବ: ଲଗାଣ ବର୍ଷାରେ ଧୋଇଗଲା ରେଲଓ୍ବେ ଟ୍ରାକ

ରାୟଗଡା ଅଫିସ/ମୁନିଗୁଡ଼ା/ଅମ୍ବାଦଳା, ୭।୮(ଡି.ଏନ୍‌.ଏ.): ଗତ ୪୦ ଘଣ୍ଟାରୁ ଅଧିକ ସମୟ ଧରି ଲଗାଣ ବର୍ଷା ଯୋଗୁ ରାୟଗଡ଼ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ସବୁଠୁ...

ରେଳ ଟ୍ରାକ୍‌ରେ ଫସିଲା ଟ୍ରେଲର : ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ମୁଡ଼ିଗୁଡ଼ା,୧୩।୯(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ଏକ ଟ୍ରେଲରର ବ୍ରେକ୍‌ ଫେଲ ହୋଇଯିବାରୁ ରେଳ ଲାଇନ ଉପରେ ଫସିରହିଛି।...

ବାଉଁଶ ତିଆରି ନନ୍ଦରେ ବସୁଛି କୂଅ

ମୁନିଗୁଡ଼ା,୧୭ା୬ : ପାନୀୟ ଜଳ ସମସ୍ୟା ନେଇ ଚିନ୍ତାରେ ରହୁଥିଲେ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ସିନ୍ଧିପଙ୍ଗା ଗ୍ରାମବାସୀ। ଗାଁ ନିକଟରେ କୌଣସି ନଦୀ, ନାଳ...

୬ ବର୍ଷ ହେଲା ବୋରଓ୍ବେଲ ପାଇଁ ଟଙ୍କା ଦେଇ ୨୪ ଚାଷୀ ହତାଶ

ଚିତ୍ରକୋଣ୍ଡା,୨୩।୪(ଡି.ଏନ୍‌.ଏ.)- କୃଷି ଏବଂ ଚାଷୀର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଆଦିବାସୀ ଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର...

Advertisement
Archives

Model This Week