ସିସିଟିଭି ନଜରରେ ରହିବ ଜଗତ୍‌ସିଂହପୁର ସହର

ଜଗତ୍‌ସିଂହପୁର ଅଫିସ, ୧୫।୨: ଜଗତ୍‌ସିଂହପୁର ସହରରେ ଦିନ ଦି ପ୍ରହରରେ ଲୁଟ୍‌ କିଛି ନୂଆ କଥା ନୁହେଁ। ଏଭଳି ଘଟଣା ଥରେ କି ଦୁଇଥର ନୁହେଁ, ଏକାଧିକ ବାର ଘଟିଥିଲେ ସୁଦ୍ଧା ପ୍ରତିକାର ନାହିଁ। କାରଣ ଅପରାଧୀମାନେ ଜାଣନ୍ତି ସହରରେ ସିସିଟିଭି କ୍ୟାମେରା ନ ଥିବାରୁ ସେମାନଙ୍କୁ ଚିହ୍ନଟ କରିବା ପୋଲିସ ପକ୍ଷରେ କଷ୍ଟକର। ବାସ୍ତବରେ ଅପରାଧୀଙ୍କୁ ଧରିବାରେ ପୋଲିସ ନାକେଦନ ହେଉଥିବାରୁ ସହରରେ ସିସିଟିଭି କ୍ୟାମେରା ଲଗାଯିବା ଜରୁରୀ ଅନୁଭବ କରି ଜଗତ୍‌ସିଂହପୁର ଥାନା ଆଇଆଇସି ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଏ ନେଇ ୪ ମାସ ପୂର୍ବରୁ ଚିଠି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ସହରରେ ଲୋକଙ୍କ ଧନ, ଜୀବନ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଯିବା ଜରୁରୀ। ଏହାହେଲେ ଅପରାଧୀଙ୍କୁ ଧରିବା ସହଜ ହୋଇପାରିବ। ପୋଲିସର ଏହି ଯୁକ୍ତିକୁ ଜଗତ୍‌ସିଂହପୁର ପୌର ପ୍ରଶାସକ ତଥା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଗ୍ରହଣ କରି ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସହରର ୮ଟି ସ୍ଥାନରେ ୩୫ଟି ସିସିଟିଭି କ୍ୟାମେରା ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏ ବାବଦରେ ୧୩.୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତେବେ ଏହା ଭିତରେ ଅର୍ଥାତ୍‌ ଗତ ୩ରୁ ଆସନ୍ତା ୨୦ ତାରିଖ ସୁଦ୍ଧା ଟେଣ୍ଡର ପକାଇବାକୁ ବିଜ୍ଞାପନ ପ୍ରକାଶ ପାଇଥିବା ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ବଡ କଥା ହେଲା କେଉଁ ବ୍ରାଣ୍ଡର କ୍ୟାମେରା ଲାଗିବ ତା’ ଉପରେ ସ୍ପଷ୍ଟ କରାଯାଇ ନ ଥିବାରୁ ବାସ୍ତବ ଲକ୍ଷ୍ୟ ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜଣେ ପୋଲିସ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, କ୍ୟାମେରାର ଗୁଣାବତ୍ତା ଉପରେ ଛବିର ମାନ ନିର୍ଭର କରେ। ଶସ୍ତା କ୍ୟାମେରା ଲାଗିଲେ ଏଥିରେ ଉତ୍ତୋଳିତ ଫଟୋ ବା ଭିଡିଓର ମାନ ଠିକ୍‌ ରହିବ ନାହିଁ, ଯାହାକି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ପୋଲିସ ଅଡୁଆରେ ପଡିପାରେ।
୨୭ା୯।୧୯ରେ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଜଗତ୍‌ସିଂହପୁର ଆଇଆଇସି ରଜନୀକାନ୍ତ ମିଶ୍ର ଚିଠି କରି ସହରରେ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ। ସେ ଦର୍ଶାଇଥିଲେ, ସହରର ମୁଖ୍ୟ ରାସ୍ତା ଏପରି କି ଗୁରୁତ୍ୱପୂର୍ଣ୍ଣ ଛକ ସ୍ଥାନରେ ଅପରାଧିମାନେ ସହଜରେ ଚଳପ୍ରଚଳ ହୋଇ ପାରୁଛନ୍ତି। ସେମାନେ କିଛି ଅପରାଧ ଘଟାଇ ଖସିଗଲେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡୁଛି। ଏପରି କି ପାର୍ବଣ ଋତୁରେ ପ୍ରବଳ ଜନସମାଗମ ଦେଖି ଅପରାଧୀମାନେ ଅପରାଧ ଭିଆଁଇବାକୁ ପଛାଉ ନାହାନ୍ତି। ତେଣୁ ସହରରେ ସିସିଟିଭି କ୍ୟାମେରା ଲଗାଯିବା ଜରୁରୀ ହୋଇପଡିଛି। ପ୍ରାଥମିକ ପର୍ଯ୍ୟାୟରେ ଗାନ୍ଧି ଛକରୁ ସିପି ଓ ପୋଲିସ ଷ୍ଟେସନ୍‌ ଛକରୁ ପୁରୋହିତପୁର ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ରାସ୍ତାର ଗାନ୍ଧି ଛକ, କଲେଜ ଛକ, କୋର୍ଟ ଛକ, ପୋଷ୍ଟ ଅଫିସ ଛକ, ପୋଲିସ ଷ୍ଟେସନ୍‌ ଛକ, ସିପିସ୍ଥିତ ଏକ ଗେଷ୍ଟ ହାଉସ ନିକଟ ଛକ, ପୁରୋହିତପୁର ଛକ ଓ ହାଟପୋଲ ନିକଟରେ ସିସିଟିଭି କ୍ୟାମେରା ଲଗାଯିବା ଜରୁରୀ ବୋଲି ଆଇଆଇସି ଦର୍ଶାଇଥିଲେ। ଆଇଆଇସିଙ୍କ ଯୁକ୍ତିର ଗୁରୁତ୍ୱ ଦୃଷ୍ଟିରୁ ପରିଷଦ ନିର୍ବାହୀ ଅଧିକାରୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳଙ୍କ ଅନୁମତିକ୍ରମେ ବୈଷୟିକ ବିବରଣୀ ଓ ଆନୁମାନିକ ବଜେଟ୍‌ ପ୍ରସ୍ତୁତ କରିଥିଲା ଏନ୍‌ଆଇସି (ନ୍ୟାସନାଲ ଇନ୍‌ଫର୍ମେଟିକ୍‌ ସେଣ୍ଟର) ଜଗତ୍‌ସିଂହପୁର ଶାଖା। ସହରର ଉପରୋକ୍ତ ୮ଟି ସ୍ଥାନରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିବ। କିନ୍ତୁ ଏହି କ୍ୟାମେରାଗୁଡିକ ଉପରେ ଯେପରି ବର୍ଷାଦିନେ କିଛି ପ୍ରଭାବ ପଡିବନି ସେଥିପ୍ରତି ଧ୍ୟାନ ଦିଆଯିବ। ୫୫ ଇଞ୍ଚ ଏଲ୍‌ଇଡି, ୧ଟି ଇନ୍‌ଭର୍ଟର, ୮ଟି ୟୁପିଏସ୍‌ କିଣାଯିବ। ଏ ସବୁ ଜଗତ୍‌ସିଂହପୁର ଥାନାକୁ ହସ୍ତାନ୍ତର କରାଯିବ। ଥାନାରେ ଏକ ସ୍ବତନ୍ତ୍ର କୋଠରୀରେ ର଼୍ୟାକ୍‌ କରାଯାଇ ସେଠାରେ ମେସିନ୍‌ଗୁଡିକ ରଖାଯିବ। ମୋଟାମୋଟି ଭାବେ କହିବାକୁ ଗଲେ କଣ୍ଟ୍ରୋଲ ରୁମ୍‌ ଜଗତ୍‌ସିଂହପୁର ଥାନାରେ ହେବ ଏବଂ ଆଇଆଇସି ଏହାକୁ ନିୟନ୍ତ୍ରଣ କରିବେ। ନିୟମିତ ବ୍ୟବଧାନରେ ସମସ୍ତ କ୍ୟାମେରାରେ ଉତ୍ତୋଳିତ ଫଟୋ ଓ ଭିଡିଓ ଯାଞ୍ଚ ହେବ। ଆବଶ୍ୟକସ୍ଥଳେ ଯେ କୌଣସି ସମୟରେ ପୋଲିସ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ତଦନ୍ତ କରିପାରେ। କିନ୍ତୁ ସମସ୍ତ ତଥ୍ୟ ଗୋପନୀୟ ରହିବ। ବିଶେଷକରି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ବେସ୍‌ ସହାୟକ ହେବ। ସୂଚନାଯୋଗ୍ୟ ଯେ, କଟକ-ଭୁବନେଶ୍ୱର କମିଶନରେଟ୍‌ ଅଞ୍ଚଳ ସମେତ ରାଜ୍ୟର ଏକାଧିକ ଜିଲା ମୁଖ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯାଇଛି । ଜଗତ୍‌ସିଂହପୁର ସହରରେ ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଆଇଆଇସି କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ସହରର ଅନ୍ୟ ସ୍ଥାନଗୁଡିକ ଚିହ୍ନଟ କରାଯାଇ ତାଲିକା ଦିଆଯିବ। ତା’ ଉପରେ ପରିଷଦ ଧ୍ୟାନ ଦେଇ ସିସିଟିଭି କ୍ୟାମେରା ଲଗାଇବା ବ୍ୟବସ୍ଥା କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚାଉଳ ଜବତ କଲା ପୋଲିସ

ଡୁଙ୍ଗୁରିପାଲି,୧୨ା୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଏଫସିଆଇ ଗେଟ ସମ୍ମୁଖରେ ଥିବା ଏକ ଦୋକାନରେ ସ୍ଥାନୀୟ ପୋଲିସ ଶୁକ୍ରବାର ଚଢାଉ କରି ୩୩ କୁଇଣ୍ଟାଲ ୪୫...

ଧୋକା ଦେଲା ସରକାରୀ ବିହନ

ନୂଆପଡ଼ା ଅଫିସ,୧୭।୧୦: ନୂଆପଡା ଜିଲାର ୮୦ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ଧାନ ସହିତ ଗୁର୍ଜି, ମାଣ୍ଡିଆ, କୋଦୋ, କାଙ୍ଗ, ବାଜରା ସହ ଡାଲି...

ଲିଜ୍‌ଧାରୀଙ୍କୁ ୧୦ କୋଟି ଜରିମାନା

ଯାଜପୁର ଅଫିସ,୧୯।୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବହୁଚର୍ଚ୍ଚିତ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ଓ ଜାଲିଆତି ଅଭିଯୋଗର ଲୋକାୟୁକ୍ତ ମାମଲା ଭିନ୍ନମୋଡ ନେଇଛି।...

୯ ଜିଲାରୁ ୧୨ ମୁଣ୍ଡ ନେଲା କରୋନା: ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟରେ ଆଉ ୧୨ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ୫୩ ବର୍ଷୀୟ ବ୍ୟକ୍ତି, କଟକର ୬୩ ବର୍ଷୀୟ ବୃଦ୍ଧ, ଗଞ୍ଜାମର(୩୫ ବର୍ଷୀୟ...

କଣ୍ଟାପଡ଼ାକୁ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି ୯୩୫ ପ୍ରବାସୀ, ପ୍ରଥମ ପର୍ଯ୍ୟାୟରେ ଫେରିଲେ ୧୨ ଜଣ

କଣ୍ଟାପଡ଼ା,୧୧ା୫(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ସାରାଦେଶରେ କାର୍ଯ୍ୟରତ ଶ୍ରମିକଙ୍କ ଘରବାହୁଡ଼ା ଜାରିରହିଛି। ରବିବାର ରାତିରେ ସୁରଟରେ କାମ କରୁଥିବା କଟକ ଜିଲା କଣ୍ଟାପଡ଼ା ବ୍ଲକର ଶ୍ରମିକ...

ଅଗଷ୍ଟ ୧ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୧ା୬(ବ୍ୟୁରୋ):ଅଗଷ୍ଟ ୧ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଆରମ୍ଭ ହେବ। ଏନେଇ ସୋମବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ...

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରାସ୍ତା ଶୋଚନୀୟ

ନାଉଗାଁ,୧୦ା୧୦ (ସ୍ବ.ପ୍ର): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକର ଗଜରାଜପୁର ପଞ୍ଚାୟତ ତୁମ୍ବେଶ୍ୱରଠାରେ ପ୍ରବାହିତ ଦେବୀ ନଦୀରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଦ୍ୱାରା ମେଗା ପାନୀୟ...

୭୦ ବର୍ଷରେ ମତୋ ଗଜଲକ୍ଷ୍ମୀ ପୂଜା

ଚାନ୍ଦବାଲି, ୧୫।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି। ପୂଜା ପାଇଁ ସମଗ୍ର ଅଞ୍ଚଳ...

Advertisement
Archives

Model This Week