ସିଲ୍‌ ହେଲା ଧର୍ମେନ୍ଦ୍ରଙ୍କ ‘ହି ମ୍ୟାନ’ ରେସ୍ତୋରାଁ

ହରିୟାଣା,୮।୩: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ରେସ୍ତୋରାଁ ଖୋଲିଥିଲେ। ଆଉ ଏହାର ନାଁ ରହିଥିଲେ ‘ହି ମ୍ୟାନ୍‌’। ଏବେ ଏହି ରେସ୍ତୋରାଁକୁ ସିଲ୍‌ କରି ଦିଆଯାଇଥିବା ଖବର ମିଳିଛି। ତେବେ ବେଆଇନ ଭାବେ ସେ ଏହାକୁ ନିର୍ମାଣ କରିଥିବାରୁ ରେସ୍ତୋରାଁଟିକୁ ସିଲ୍‌ କରିଦିଆଯାଇଥିବା ସୂଚନା ମିଳିଛି। ନିକଟରେ ନଗର ନିଗମ ପକ୍ଷରୁ ଉକ୍ତ ରେସ୍ତୋରାଁ ଉପରେ ଚଢାଉ କରାଯାଇ ସେଠାରେ ଥିବା କର୍ମଚାରୀ ଓ ଗ୍ରାହକଙ୍କୁ ବାହାର କରିଦେବା ପରେ ନଗର ନିଗମ ପକ୍ଷରୁ ରେସ୍ତୋରାଁ ବାହାରେ ନୋଟିସ ଲଗାଇ ଦିଆଯାଇଥିବା ଜଣାପଡିଛି।

ବେଶ୍‌ କିଛିଦିନ ହେବ ବଲିଉଡ୍‌ ଦୁନିଆରୁ ଦୂରେଇ ରହିଥିବା ଧର୍ମେନ୍ଦ୍ର ଏବେ ନିଜ ଫାର୍ମ ହାଉସ ଉପରେ ଅଧିକ ନଜର ଦେଉଥିବା କୁହାଯାଏ। ଅନ୍ୟପଟେ ଧର୍ମେନ୍ଦ୍ର ରେସ୍ତୋରାଁ ମାଧ୍ୟମରେ କିଛି ଆୟ କରିବାର ଲକ୍ଷ୍ୟ ରଖିଥିବା ବେଳେ ଏବେ ତାହା ବନ୍ଦ ହୋଇଯିବାରୁ ତାଙ୍କୁ ଚିନ୍ତାରେ ପକାଇବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାହା ନାଁ ଆଲୁ ତ ଆଉ କିଏ ଚିରକୁଟ୍‌, ବଲିଉଡ୍‌ ଅଭିନେତ୍ରୀଙ୍କୁ ଏହି ନାମରେ ଡାକନ୍ତି ସାଙ୍ଗସାଥୀ

ବଲିଉଡ୍‌ ଅଭିନେତ୍ରୀମାନଙ୍କ ପ୍ରକୃତ ନାଁ ତ ଆପଣ ଜାଣିଥିବେ କିନ୍ତୁ କିଛି ଅଭିନେତ୍ରୀଙ୍କ ଡାକ ନାଁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ରଣବୀର କପୁରଙ୍କ ସହ...

କରୋନାକୁ ହରାଇଲେ ମନମୋହନ

ନୂଆଦିଲ୍ଲୀ,୨୯।୪: କରୋନାକୁ ହରାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତ ଏପ୍ରିଲ ୧୯ରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଏମ୍ସର ଟ୍ରମା...

ମାଲାୟଲମ ଗୀତିକାର ଅନିଲଙ୍କ ପରଲୋକ: କରୋନାରେ ହୋଇଥିଲେ ଆକ୍ରାନ୍ତ

ଥିରୁଭାନନ୍ତପୁରମ୍‌,୪।୧: ଲୋକପ୍ରିୟ ମାଲାୟଲମ ଗୀତିକାର ଅନିଲ ପାନାଚୋରାନ୍‌ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଗତ ଏକ ସପ୍ତାହ ଧରି ତାଙ୍କର...

ଥିଏଟରରୁ ଆରମ୍ଭ ହୋଇଥିଲା ଏହି ଅଭିନେତାଙ୍କ ଲଭ ଷ୍ଟୋରୀ, ଏହି କାରଣ ପାଇଁ ଲୁଚାଇ ଥିଲେ ବିବାହ କଥା

କେ କେ ମେନନ ବଲିଉଡରେ ଅଭିନୟ ପାଇଁ ବେଶ ଜଣାଶୁଣା। କେ କେ ମେନନ ୧୯୯୫ ଚଳଚ୍ଚିତ୍ର ‘ନସିମ’ ସହିତ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ।...

ବଢିପାରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅଡୁଆ

ଚଣ୍ଡିଗଡ଼,୧୮ ।୯: ପଞ୍ଜାବ କଂଗ୍ରେସ ପାଇଁ ଶନିବାର ବଡ ଦିନ ବୋଲି କୁହାଯାଉଛି । କାରଣ ଶନିବାର ଏଆଇସିସି ସନ୍ଧ୍ୟା ୫ଟାରେ ବିଧାୟକ ଦଳର ବୈଠକ...

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଲାଲୁ

ନୂଆଦିଲ୍ଲୀ,୨୪।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଶନିବାର...

ରହସ୍ୟ ହୋଇ ରହିଛି ଆନ୍ଧ୍ରପ୍ରଦେଶର ଏଲୁରୁରେ ଅଜଣା ରୋଗ

ଏଲୁରୁ, ୭।୧୨- ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଏଲୁରୁ ଅଞ୍ଚଳରେ ବ୍ୟାପିଥିବା ଅଜଣା ରୋଗ ରହସ୍ୟ ହୋଇ ରହିଛି। ଅଜଣା ରୋଗରେ ୩୪୦ ଜଣ...

ଶ୍ରମିକଙ୍କ ପୁଅ ହେଲେ ଇସ୍ରୋ ବୈଜ୍ଞାନିକ

ମୁମ୍ବାଇ,୧୮ା୬: ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସାଧ୍ୟ କାମକୁ ସାଧନ କରିପାରେ। ସେମିତି କରି ଦେଖାଇଛନ୍ତି ଜଣେ ଶ୍ରମିକଙ୍କ ପୁଅ। କଠିନ ଅଧ୍ୟବସାୟ ବଳରେ...

Advertisement
Archives

Model This Week