ସିବିଆଇ ତଦନ୍ତ ଦାବିକଲା କଂଗ୍ରେସ :ସୁରଟରେ ସତ୍ୟଙ୍କ ମୃତ୍ୟୁ ଘଟଣା

ଭଞ୍ଜନଗର, ୧୯ା୫(ଡି.ଏନ୍‌.ଏ.)-ଭଞ୍ଜନଗର ଥାନା ବାରୁଡ଼ାର ସତ୍ୟବାନ ସ୍ବାଇଁଙ୍କୁ ସୁରାଟ ପୋଲିସ ଗତ ଗୁରୁବାର ପିଟି ପିଟି ମାରି ଦେବା ଘଟଣାକୁ ୫ଦିନ ବିତିଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏଭଳି ସ୍ଥିତିରେ ସୋମବାର କଂଗ୍ରେସ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି। ଏଥିସହ ସତ୍ୟବାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି ହୋଇଛି। ନଚେତ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପିସିସିର ଏକ ପ୍ରତିନିଧିମଣ୍ଡଳୀ ସୋମବାର ସତ୍ୟବାନଙ୍କ ପରିବାରକୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ସନ୍ତୋଷ ନାୟକ, ବିଜୟ ସାହୁ, ଶମ୍ଭୁନାଥ ପାଣିଗ୍ରାହୀ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ବରୂପା ତ୍ରିପାଠୀ, ପିସିସି ସଭ୍ୟ ଦେବୀ ବିଷୋୟୀ, ପ୍ରଶାନ୍ତ ବିଷୋୟୀ, ବିଦ୍ୟାଧର ପ୍ରଧାନ ପ୍ରମୁଖ ବାରୁଡ଼ା ଯାଇ ସତ୍ୟବାନଙ୍କ ପରିବାରକୁ ଭେଟିଥିଲେ। ବିଧାୟକ ଜେନା ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ପ୍ରବାସୀ ଓଡ଼ିଆ ସମାଜ, ସୁରଟ ପକ୍ଷରୁ ସତ୍ୟବାଦଙ୍କ ପରିବାକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସୁରଟ ପ୍ରବାସୀ ଓଡ଼ିଆ ସମାଜର ସଭାପତି ପ୍ରଦୀପ କୁମାର ସାହୁ ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜିଲା ପାଇଁ ସ୍ବତନ୍ତ୍ର ରଣନୀତି: କୋରାପୁଟରେ ହେବ ପ୍ଲାଜ୍‌ମା ବ୍ୟାଙ୍କ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ୍‌ ପରିସ୍ଥିତି ଓ ରଣନୀତି ନେଇ ସମୀକ୍ଷା କରିଛନ୍ତି।...

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକକୁ ଧର୍ମେନ୍ଦ୍ରଙ୍କ ବିରୋଧ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ)- ବିଧାନସଭାରେ ଗୃହୀତ ହୋଇଥିବା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ-୨୦୨୦କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରିଛନ୍ତି। ଏହି ବିଧେୟକ ଦେଶର ସାମ୍ବିଧାନିକ ବ୍ୟବସ୍ଥା ତଥା ୟୁଜିସି...

କଟକ: ସନ୍ଧ୍ୟା ୭ରୁ ସକାଳ ୭ ସବୁ ବନ୍ଦ

କଟକ ଅଫିସ,୭ା୫: କଟକରେ ବୁଧବାର ଠାରୁ ଲାଗୁ ହୋଇଛି କର୍ଫ୍ୟୁ ଭଳି ପରିସ୍ଥିତି। ସନ୍ଧ୍ୟା ୭ଟା ପରେ ସାଧାରଣ ଚଳପ୍ରଚଳ ଉପରେ କଡ଼ା କଟକଣା ଲାଗିଛି।...

CORONAVIRUS UPDATE: ରାଜ୍ୟରେ ଆଜି ୧୪୩୪ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ରବିବାର ୧୪୩୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦୧୫୭୪କୁ ବୃଦ୍ଧି ପାଇଥିବା ରାଜ୍ୟ...

ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷାଫଳ ପ୍ରକାଶ: ପାସ୍‌ ହାର ୯୧.୮୨%

ଭୁବନେଶ୍ୱର,୩୦।୯(ବ୍ୟୁରୋ): ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ପାସ୍‌ ହାର ୯୧.୮୨% ରହିଛି। ରାଜ୍ୟରେ ମୋଟ ୧,୧୮୭ଜଣ ଛାତ୍ରୀଛାତ୍ର ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେଇଥିଲେ। ସେମାନଙ୍କ...

ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା: ୧୩ ଗିରଫ ପରେ ଗାଁ ପୁରୁଷଶୂନ୍ୟ

ଛତ୍ରପୁର,୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗ୍ରାମରେ ଶନିବାର ଗୁଣିଆ ସନ୍ଦେହରେ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସଂଘବଦ୍ଧ ଭାବେ ବ୍ରହ୍ମପୁର...

ରାସ୍ତା ମଝିରେ ଓଲଟିଲା ଆମୋନିଆ ଗ୍ୟାସ ବୋଝେଇ ଟ୍ରକ୍‌: ଲିକ୍‌ ଯୋଗୁ ସ୍ଥାନୀୟ ଲୋକେ ଭୟଭୀତ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ନଂ ଜାତୀୟ ରାଜପଥ ଶଙ୍ଖ ନୂଆଗାଁ ଓ ପୁଇଁତୋଳା ରୋଡ ମଝିରେ ସୋମବାର ଏକ ଆମୋନିଆ ଗ୍ୟାସ୍‌ ବୋଝେଇ ଟ୍ରକ ଓଲଟି...

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ତୁଳସୀ

ଜୟପୁର,୨୮ା୩(ନି.ପ୍ର.): ଆନ୍ଧ୍ର-ଓଡ଼ିଶା ବର୍ଡର୍‌ ସ୍ପେଶିଆଲ୍‌ ଜୋନାଲ୍‌ କମିଟିର ମହିଳା ମାଓବାଦୀ ତୁଳସୀ ଉଲ୍ଲାକା ଶନିବାର କୋରାପୁଟ ଏସ୍‌ପି ମୁକେଶ୍‌ ଭାମୋଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ...

Advertisement
Archives

Model This Week