ସିନ୍ଦୂର ପିନ୍ଧାଇ ବଳାତ୍କାର କରିବା ଘଟଣାର ଭିନ୍ନମୋଡ଼ : ଟଙ୍କା ପାଇଁ ବ୍ଲାକ୍‌ମେଲ୍‌ କରୁଛନ୍ତି ଯୁବତୀ

ଭୁୁବନେଶ୍ୱର,୮।୭(ବ୍ୟୁରୋ) : ଜଣେ ଯୁବତୀଙ୍କୁ ମଥାରେ ସିନ୍ଦୂର ଦେଇ ବଳାତ୍କାର ହୋଇଥିବା ନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଏବେ ଏହି ଘଟଣା ଭିନ୍ନମୋଡ଼ ନେଇଛି। ଯୁବତୀ ଜଣକ ତାଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ପାଇଁ ବ୍ଲାକ୍‌ମେଲ୍‌ କରୁଥିବା ଓ ମିଥ୍ୟା ଅଭିଯୋଗ ଆଣିଥିବା ଅଭିଯୁକ୍ତ ପାଲଟା ଅଭିଯୋଗ ଆଣିଛନ୍ତି। ସେ ଏନେଇ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନାରେ ଉକ୍ତ ଯୁବତୀଙ୍କ ନାମରେ ଏପରି ଅଭିଯୋଗ ଆଣିବା ସହ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଜଣାଇଛନ୍ତି। ଫଳରେ ଭୁବନେଶ୍ୱର ମହିଳା ଥାନାରେ ଯୁବତୀଜଣକ କରିଥିବା ଅଭିଯୋଗକୁ ନେଇ ପ୍ରଶ୍ନ ଉଠିଛି।
ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଅଞ୍ଚଳର ଦେବବ୍ରତ ଦାସଙ୍କ ଅଭିଯୋଗ ମୁତାବକ, ଯୁବତୀ ଜଣକ ଏକ ଏନଜିଓରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସହ ଭେଟ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା। ମାତ୍ର ଯୁବତୀ ଜଣକ ଅନେକ ସମୟରେ ବିଭିନ୍ନ ଆଳ ଦେଖାଇ ତାଙ୍କଠାରୁ ଟଙ୍କା ପଇସା ମାଗିବାରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲେ। ଏପରିକି ବିବାହ ନ କଲେ ବିଷ ପିଇଦେବେ ବୋଲି କହି ତାଙ୍କୁ ଡାକିଥିଲେ। ଦେବବ୍ରତ ପହଞ୍ଚତ୍ବା ପରେ ଯୁବତୀ ଓ ତାଙ୍କ ସହ ଥିବା ପୁରୁଷ ବନ୍ଧୁ ତାଙ୍କୁ ୫ଲକ୍ଷ ଟଙ୍କା ଦେବାକୁ ଧମକ ଦେଇ ବ୍ଲାକ୍‌ମେଲିଂ ଆରମ୍ଭ କରିଥିଲେ। ମାମଲା ରୁଜୁ ପରେ ବି ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଫୋନ୍‌ କରି ଏବେବି ଟଙ୍କା ଦେଇଦେଲେ ରଫାଦଫା କରିଦେବେ ବୋଲି କହୁଥିବା ଦେବବ୍ରତ ଗଣମାଧ୍ୟମକୁ ଜଣାଇଛନ୍ତି। ଏଥିସହ ଯୁବତୀଙ୍କ ସମ୍ପର୍କରେ ଆହୁରି ଅନେକ ଅଭିଯୋଗ ଆଣିଛନ୍ତି ଦେବବ୍ରତ। ସେ କହିଛନ୍ତି, ଯୁବତୀ ଜଣକ ସୋସିଆଲ ମିଡିଆ ଜରିଆରେ ଯୁବକମାନଙ୍କୁ ପ୍ରେମ ଜାଲରେ ଫସାନ୍ତି। ପରେ ଭେଟିବାକୁ ପ୍ରସ୍ତାବ ଦେଇ ସମ୍ପର୍କ ବଢ଼ାନ୍ତି। ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ଭିତରେ ବିବାହ ପ୍ରସ୍ତାବ ଦିଅନ୍ତି। ଏପରିକି ଯୁବକଙ୍କ ହାତରୁ ସିନ୍ଦୂର ପିନ୍ଧିବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋକୁ ନେଇ ବ୍ଲାକ୍‌ମେଲ କରନ୍ତି। ଏହାପରେ ଯୁବତୀ ଜଣକ ନିଜର ଅସଲ ଉଦ୍ଦେଶ୍ୟକୁ ସଫଳ କରନ୍ତି। ମୋଟା ଅଙ୍କର ଅର୍ଥ ଦାବି କରନ୍ତି। ଚାହିଁବା ମୁତାବକ ଅର୍ଥ ନ ମିଳିଲେ ଭିନ୍ନ ଭିନ୍ନ ଥାନାରେ ଅଭିଯୋଗ ଆଣି ସମାଧାନ ପାଇଁ ଆହୁରି ଅଧିକ ଅର୍ଥ ଅସୁଲ କରନ୍ତି। ଟଙ୍କା ନ ମିଳିଲେ ଜେଲ୍‌ ଯିବା ପର୍ଯ୍ୟନ୍ତ ପୋଲିସ ଉପରେ ଚାପ ପକାନ୍ତି। ଏହିପରି ଯୁବତୀ ଜଣକ ପୂର୍ବରୁ ଭୁବନେଶ୍ୱରର ୩ ଥାନାରେ ସମାନ ଅଭିଯୋଗ ଆଣିଛନ୍ତି। ଯୁବତୀଙ୍କ ଅଭିଯୋଗକ୍ରମେ ଜଣେ ଯୁବକ ସରକାରୀ ଚାକିରି ହରାଇବା ସହ ଜେଲ୍‌ ଯାଇଛନ୍ତି। ସେହିଭଳି ଆଉ ଦୁଇଜଣ ଯୁବକ ମଧ୍ୟ ଗିରଫ ହୋଇ ଜେଲ୍‌ ଯାଇଥିବା ସେ କହିଛନ୍ତି। ଏ ସଂକ୍ରାନ୍ତରେ ଡିସିପି ଅନୁପ ସାହୁ କହିଛନ୍ତି , ଯୁବତୀ ଜଣକ ମହିଳା ଥାନାରେ କରିଥିବା ଅଭିଯୋଗ ଓ ଅଭିଯୁକ୍ତ ଯୁବକ ଆଣିଥିବା ଅଭିଯୋଗର ତଦନ୍ତ କରାଯାଉଛି। ଖୁବ୍‌ଶୀଘ୍ର ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ବସ୍‌ଷ୍ଟାଣ୍ଡରୁ ଇ-ରିକ୍‌ସାରେ ଆସିବେ ବଡ଼ଦାଣ୍ଡ

ପୁରୀ ଅଫିସ, ୨୯ା୬: ରଥଯାତ୍ରା ଅବସରରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ କିପରି...

ଓଏସ୍‌ସିଏଚ୍‌ସି ନିର୍ଦ୍ଦେଶକ ପଦରୁ କାନନ, ଦିଲୀପଙ୍କ ଇସ୍ତଫା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଓଡ଼ିଶା ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ(ଓଏସ୍‌ସିଏଚ୍‌ସି) ଲିମିଟେଡ ଭୁବନେଶ୍ୱର ପରିଚାଳନା କମିଟି ନିର୍ଦ୍ଦେଶକ ପଦରୁ କାନନ ବିହାରୀ ପତି ଏବଂ ଦିଲୀପ କୁମାର...

ଭିତରକନିକାରେ ଲାଗିଲା କ୍ୟାମେରା

ରାଜନଗର, ୨୭।୧୦(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ କ୍ୟାମେରା ଟ୍ରାପ ମାଧ୍ୟମରେ ବନ୍ୟଜନ୍ତୁମାନଙ୍କର ଗତିବିଧି ନିରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦଫାରେ ରାଜନଗର ରେଞ୍ଜର ଘଞ୍ଚ...

ନଦୀ ଜଳ ବିବାଦ ବିଚାର ପାଇଁ ବିଲ୍‌ ଲୋକ ସଭାରେ ଗୃହୀତ ଗୋଟିଏ ଟ୍ରିବ୍ୟୁନାଲରେ ସମାଧାନ

ନୂଆଦିଲ୍ଲୀ,୧ା୮ (ପି.ଟି./ଆଇଏଏନ୍‌ଏସ୍‌) ଆନ୍ତଃ ରାଜ୍ୟ ନଦୀଜଳ ବିବାଦର ବିଚାରକୁ ସରଳ ଓ ସୁସଙ୍ଗତ କରିବା ପାଇଁ ଉଦ୍ଦିଷ୍ଟ ଇଣ୍ଟର ଷ୍ଟେଟ୍‌ ରିଭର ଓ୍ବାଟର ଡିସ୍‌ପ୍ୟୁଟ୍‌ (ଆମେଣ୍ଡମେଣ୍ଟ)...

ଭୁବନେଶ୍ୱର, ବାଲେଶ୍ୱରରୁ ୫ ବ୍ରାଉନସୁଗାର ଡିଲର ଗିରଫ: ୩୨୪ ଗ୍ରାମ ବ୍ରାଉନସୁଗାର, ୩.୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ପୋଲିସ ଡିଜିଙ୍କ କଡା ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏସଟିଏଫ୍‌ ଟିମ୍‌ ନିଶା ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ରବିବାର ଏସଟିଏଫ୍‌ ଟିମ୍‌...

ଦଶମ ଶ୍ରେଣୀ ପାଇଁ ନୂଆ ସିଲାବସ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ଚଳିତ ବର୍ଷ ନବମ ଶ୍ରେଣୀରୁ ପାସ୍‌ ହୋଇ ଦଶମକୁ ଯିବାକୁ ଥିବା ପିଲାମାନେ ନୂଆ ବହି ପାଇବେ। ଅର୍ଥାତ୍‌ ଚଳିତ ବର୍ଷ ଦଶମ...

୧୪ରୁ ଖୋଲିବ ପ୍ରି-ସ୍କୁଲ

ଭୁବନେଶ୍ୱର, ୯ା୨(ବ୍ୟୁରୋ):ରାଜ୍ୟର ସମସ୍ତ ଘରୋଇ ପ୍ରି-ସ୍କୁଲ (ପ୍ଲେ ଓ କେଜି ଶ୍ରେଣୀ) ଖୋଲିବା ପାଇଁ ମଙ୍ଗଳବାର ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁପାଳନ...

‘ପରୀକ୍ଷା ପେ ଚର୍ଚ୍ଚା’ରେ ଓଡ଼ିଶାରୁ ୨୮ ପିଲା

ଭୁବନେଶ୍ୱର,୧୯।୧(ବ୍ୟୁରୋ)-ନୂଆଦିଲ୍ଲୀଠାରେ ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୨୨୦୦ଜଣ ଛାତ୍ରୀଛାତ୍ର, ଅଭିଭାବକ...

Advertisement
Archives

Model This Week