ସିନ୍ଦୂର ପିନ୍ଧାଇ ବଳାତ୍କାର କରିବା ଘଟଣାର ଭିନ୍ନମୋଡ଼ : ଟଙ୍କା ପାଇଁ ବ୍ଲାକ୍‌ମେଲ୍‌ କରୁଛନ୍ତି ଯୁବତୀ

ଭୁୁବନେଶ୍ୱର,୮।୭(ବ୍ୟୁରୋ) : ଜଣେ ଯୁବତୀଙ୍କୁ ମଥାରେ ସିନ୍ଦୂର ଦେଇ ବଳାତ୍କାର ହୋଇଥିବା ନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଏବେ ଏହି ଘଟଣା ଭିନ୍ନମୋଡ଼ ନେଇଛି। ଯୁବତୀ ଜଣକ ତାଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ପାଇଁ ବ୍ଲାକ୍‌ମେଲ୍‌ କରୁଥିବା ଓ ମିଥ୍ୟା ଅଭିଯୋଗ ଆଣିଥିବା ଅଭିଯୁକ୍ତ ପାଲଟା ଅଭିଯୋଗ ଆଣିଛନ୍ତି। ସେ ଏନେଇ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନାରେ ଉକ୍ତ ଯୁବତୀଙ୍କ ନାମରେ ଏପରି ଅଭିଯୋଗ ଆଣିବା ସହ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଜଣାଇଛନ୍ତି। ଫଳରେ ଭୁବନେଶ୍ୱର ମହିଳା ଥାନାରେ ଯୁବତୀଜଣକ କରିଥିବା ଅଭିଯୋଗକୁ ନେଇ ପ୍ରଶ୍ନ ଉଠିଛି।
ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଅଞ୍ଚଳର ଦେବବ୍ରତ ଦାସଙ୍କ ଅଭିଯୋଗ ମୁତାବକ, ଯୁବତୀ ଜଣକ ଏକ ଏନଜିଓରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସହ ଭେଟ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା। ମାତ୍ର ଯୁବତୀ ଜଣକ ଅନେକ ସମୟରେ ବିଭିନ୍ନ ଆଳ ଦେଖାଇ ତାଙ୍କଠାରୁ ଟଙ୍କା ପଇସା ମାଗିବାରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲେ। ଏପରିକି ବିବାହ ନ କଲେ ବିଷ ପିଇଦେବେ ବୋଲି କହି ତାଙ୍କୁ ଡାକିଥିଲେ। ଦେବବ୍ରତ ପହଞ୍ଚତ୍ବା ପରେ ଯୁବତୀ ଓ ତାଙ୍କ ସହ ଥିବା ପୁରୁଷ ବନ୍ଧୁ ତାଙ୍କୁ ୫ଲକ୍ଷ ଟଙ୍କା ଦେବାକୁ ଧମକ ଦେଇ ବ୍ଲାକ୍‌ମେଲିଂ ଆରମ୍ଭ କରିଥିଲେ। ମାମଲା ରୁଜୁ ପରେ ବି ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଫୋନ୍‌ କରି ଏବେବି ଟଙ୍କା ଦେଇଦେଲେ ରଫାଦଫା କରିଦେବେ ବୋଲି କହୁଥିବା ଦେବବ୍ରତ ଗଣମାଧ୍ୟମକୁ ଜଣାଇଛନ୍ତି। ଏଥିସହ ଯୁବତୀଙ୍କ ସମ୍ପର୍କରେ ଆହୁରି ଅନେକ ଅଭିଯୋଗ ଆଣିଛନ୍ତି ଦେବବ୍ରତ। ସେ କହିଛନ୍ତି, ଯୁବତୀ ଜଣକ ସୋସିଆଲ ମିଡିଆ ଜରିଆରେ ଯୁବକମାନଙ୍କୁ ପ୍ରେମ ଜାଲରେ ଫସାନ୍ତି। ପରେ ଭେଟିବାକୁ ପ୍ରସ୍ତାବ ଦେଇ ସମ୍ପର୍କ ବଢ଼ାନ୍ତି। ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ଭିତରେ ବିବାହ ପ୍ରସ୍ତାବ ଦିଅନ୍ତି। ଏପରିକି ଯୁବକଙ୍କ ହାତରୁ ସିନ୍ଦୂର ପିନ୍ଧିବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋକୁ ନେଇ ବ୍ଲାକ୍‌ମେଲ କରନ୍ତି। ଏହାପରେ ଯୁବତୀ ଜଣକ ନିଜର ଅସଲ ଉଦ୍ଦେଶ୍ୟକୁ ସଫଳ କରନ୍ତି। ମୋଟା ଅଙ୍କର ଅର୍ଥ ଦାବି କରନ୍ତି। ଚାହିଁବା ମୁତାବକ ଅର୍ଥ ନ ମିଳିଲେ ଭିନ୍ନ ଭିନ୍ନ ଥାନାରେ ଅଭିଯୋଗ ଆଣି ସମାଧାନ ପାଇଁ ଆହୁରି ଅଧିକ ଅର୍ଥ ଅସୁଲ କରନ୍ତି। ଟଙ୍କା ନ ମିଳିଲେ ଜେଲ୍‌ ଯିବା ପର୍ଯ୍ୟନ୍ତ ପୋଲିସ ଉପରେ ଚାପ ପକାନ୍ତି। ଏହିପରି ଯୁବତୀ ଜଣକ ପୂର୍ବରୁ ଭୁବନେଶ୍ୱରର ୩ ଥାନାରେ ସମାନ ଅଭିଯୋଗ ଆଣିଛନ୍ତି। ଯୁବତୀଙ୍କ ଅଭିଯୋଗକ୍ରମେ ଜଣେ ଯୁବକ ସରକାରୀ ଚାକିରି ହରାଇବା ସହ ଜେଲ୍‌ ଯାଇଛନ୍ତି। ସେହିଭଳି ଆଉ ଦୁଇଜଣ ଯୁବକ ମଧ୍ୟ ଗିରଫ ହୋଇ ଜେଲ୍‌ ଯାଇଥିବା ସେ କହିଛନ୍ତି। ଏ ସଂକ୍ରାନ୍ତରେ ଡିସିପି ଅନୁପ ସାହୁ କହିଛନ୍ତି , ଯୁବତୀ ଜଣକ ମହିଳା ଥାନାରେ କରିଥିବା ଅଭିଯୋଗ ଓ ଅଭିଯୁକ୍ତ ଯୁବକ ଆଣିଥିବା ଅଭିଯୋଗର ତଦନ୍ତ କରାଯାଉଛି। ଖୁବ୍‌ଶୀଘ୍ର ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri