ସିଦ୍ଧାର୍ଥଙ୍କ ଜନ୍ମଦିନରେ ‘ଶେରଶାହ’ର ପୋଷ୍ଟର ରିଲିଜ

ବମ୍ବେ: କରନ୍‌ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର’ରେ ଡେବ୍ୟୁ କରିବା ପରେ ଅନେକ ସଫଳତାର ଫର୍ଦ୍ଦ ଯୋଡ଼ା ହୋଇ ସାରିଲାଣି ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୟ ଜୀବନରେ। ବିଶେଷକରି ରୋମାଣ୍ଟିକ ହିରୋ ଭୂମିକାରେ ସେ ନଜର ଆସିଥାନ୍ତି। ହେଲେ ଏଥିରେ ବ୍ୟତିକ୍ରମ ସ୍ବରୂପ ସେ ଜଣେ ଯବାନ ଭୂୂମିକାରେ ନିଜର ଆଗାମୀ ଫିଲ୍ମ ‘ଶେରଶାହ’ରେ ନଜର ଆସିବେ। ଗୁରୁବାର ସିଦ୍ଧାର୍ଥଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ କରାଯାଇଛି। ଏହାକୁ କରନ-ସିଦ୍ଧାର୍ଥ ନିଜର ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି। ଏହାକୁ ଶେୟାର କରିବା ସମୟରେ ସିଦ୍ଧାର୍ଥ କ୍ୟାପ୍‌ଟେନ ବିକ୍ରମ ବତ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ଫିଲ୍ମର କାହାଣୀକୁ ଦେଖିଲେ ଭାରତୀୟ ଯବାନଙ୍କ ଶ୍ରେଷ୍ଠତାର ପରିଚୟ ଦେଉଥିବା ୧୯୯୯ ମସିହାର କାରଗିଲ ଯୁଦ୍ଧ ବିଜୟ ସମୟର କାହାଣୀ ଉପରେ ଏହା ପର୍ଯ୍ୟବେଶିତ। ଏଥିରେ ସିଦ୍ଧାର୍ଥ କ୍ୟାପ୍‌ଟେନ ବତ୍ରା ଏବଂ ତାଙ୍କ ଭାଇ ବିଶାଳ ବତ୍ରାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ବ୍ୟତିତ କିଆରା ଆଡଭାଣୀ, ଜାଭେଦ ଜାଫ୍ରି, ହିମାଂଶୁ ମଲହୋତ୍ରା, ପରେଶ ରାଓ୍ବଲ ପ୍ରମୁଖ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଷ୍ଣୁ ବର୍ଦ୍ଧନ। ଜୁଲାଇ ୩ରେ ଏହା ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କୁ ଖୁସିଖବର ଦେଲେ ମଲାଇକା

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ଥିଲେ। ଏବେ ସେ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି...

ଅଧା ରହିଯାଏ ପ୍ରେମ, ଶେଷ ଆଡକୁ ହୋଇଯାଏ ମୃତ୍ୟୁ

ବମ୍ବେ: ବଲିଉଡ୍‌ ଅଭିନେତା ଇମ୍‌ରାନ ହାସମୀ ପ୍ରଶଂସକଙ୍କ ଗହଣରେ ‘ସିରିୟଲ କିସର’ ଭାବେ ପରିଚିତ। କାରଣ ତାଙ୍କ ଫିଲ୍ମରେ ପ୍ରେମ ସହ ଭରପୂର ରୋମାନ୍ସ ଦେଖିବାକୁ...

ଅମିତ ଶାହଙ୍କୁ ଟିପ୍ସ ଦେଲେ ଅକ୍ଷୟ କୁମାର, ସନ୍ଧ୍ୟା ୬.୩୦ ପରେ ଖାଦ୍ୟ ଖାଆନ୍ତୁ ନାହିଁ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌ ଉପରେ ସର୍ବଦା ଧ୍ୟାନ ଦିଅନ୍ତି। ଠିକ୍‌ ସମୟରେ ଖାଇବା ଏବଂ ଶୋଇବାକୁ ନେଇ ସେ ବେଶ୍‌ ସତର୍କ...

ପୁଣି ବିବାହ କଲେ କାଚା ବାଦାମ ଫେମ ଭୁବନ, ଭିଡିଓ ଭାଇରାଲ

କାଚା ବାଦାମ ଫେମ ଭୁବନ ବାଦ୍ୟକରଙ୍କ ନୂଆ ଗୀତ ‘ହୋବ ନାକି ବୁ’ ଟାଇମ୍ସ ମ୍ୟୁଜିକ୍‌ ବଙ୍ଗଳାରେ ରିଲିଜ ହୋଇଛି। ଏହାକୁ ଭୁବନ ବାଦ୍ୟକର ଏବଂ...

ମୁହଁ ଖୋଲିଲେ ମଲ୍ଲିକା: ହାତରୁ କାହିଁକି ଚାଲିଗଲା ୨୦-୩୦ ଫିଲ୍ମ କହିଲେ

ଅଭିନେତ୍ରୀ ମଳ୍ଲିକା ଶେରାଓ୍ବତ୍‌ ବୋଲ୍ଡ ଦୃଶ୍ୟ ପାଇଁ ବଲିଉଡ୍‌ରେ ବେସ୍‌ ପରିଚିତ। ଅନେକ ଫିଲ୍ମରେ କାମକରି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି...

ଭଲ କଳାକାରଙ୍କ ପାଇଁ ଯଥେଷ୍ଟ ସୁଯୋଗ ଅଛି

ମୁମ୍ବାଇ: ଭଲ କଳାକାରଙ୍କ ପାଇଁ ସିନେମାରେ ଯଥେଷ୍ଟ ସୁଯୋଗ ଅଛି ବୋଲି ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ପ୍ରକାଶ କରିଛନ୍ତି। ଉକ୍ତ ଅଭିନେତ୍ରୀ ୨୦୦୮ରେ ପ୍ରଥମ...

‘ଅଭିନୟ କରିବାକୁ ଚାହୁଁଥିଲେ ମୋତେ ବାହା ହୁଅ’

ମୁମ୍ବାଇ: ଗ୍ଲାମର ଦୁନିଆରେ କାମ କରିବା ପାଇଁ ଅଭିନେତ୍ରୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ବଲିଉଡ୍‌ର ଜଣେ ଅଭିନେତ୍ରୀ କହିଛନ୍ତି। ଛୋଟ ପରଦାର...

୨୦୨୩ରେ ରିଲିଜ ହେବ ରାଣୀଙ୍କ ଏହି ଫିଲ୍ମ

ମୁମ୍ବାଇ: ବିବାହ ପରଠାରୁ ଫିଲ୍ମ ସ୍କ୍ରିନରେ ରାଣୀ ମୁଖାର୍ଜୀଙ୍କୁ କ୍ୱଚିତ୍‌ ଦେଖିବାକୁ ମିଳେ। ସେ ପ୍ରତି ଦୁଇ ବର୍ଷରେ କେବଳ ଗୋଟିଏ ଫିଲ୍ମ କରନ୍ତି। କିନ୍ତୁ...

Advertisement
Archives

Model This Week