Posted inଖେଳ

ସିଡ୍‌ନୀ ଟେଷ୍ଟ: ସୁଇପସନ୍‌ ଅଷ୍ଟ୍ରେଲିଆ ଦଳରେ ସାମିଲ

ମେଲବୋର୍ନ, ୨୬।୧୨ (ଏଏଫ୍‌ପି)- ନ୍ୟୁଜିଲାଣ୍ଡ ବିପକ୍ଷରେ ସିଡ୍‌ନୀରେ ଖେଳାଯିବାକୁ ଥିବା ଅନ୍ତିମ ତଥା ୩ୟ ଟେଷ୍ଟ ପାଇଁ ଘରୋଇ ଅଷ୍ଟ୍ରେଲିଆ ଦଳରେ ଲେଗ୍‌-ସ୍ପିନର ମିଚେଲ ସୁଇପ୍‌ସନଙ୍କୁ ସାମିଲ କରାଯାଇଛି। ଜାନୁୟାରୀ ୩ରୁ ଆରମ୍ଭ ହେବାକୁ ଥିବା ୩ୟ ଟେଷ୍ଟର ପିଚ୍‌ ସ୍ଲୋ ବୋଲରଙ୍କୁ ସହାୟତା କରିବ। ଏହି କାରଣରୁ ଦଳରେ ୨ଜଣ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ଖେଳାଇବାକୁ ଅଷ୍ଟ୍ରେଲିଆ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରିଛି। ୨୬ ବର୍ଷୀୟ କୁଇନ୍ସଲାଣ୍ଡ ସ୍ପିନର ସୁଇପ୍‌ସନଙ୍କୁ ସେଥିପାଇଁ ଦଳରେ ସାମିଲ କରାଯାଇଛି। ସୁଇପ୍‌ସନ ମେଲବୋର୍ନରେ ଚାଲିଥିବା ୨ୟ ଟେଷ୍ଟ ପୂର୍ବରୁ ଦଳର ଅଭ୍ୟାସ ସେସନରେ ଯୋଗଦେଇଥିଲେ। ସାମିଲ ହେବାପରେ ଏବେ ସେ ୩ୟ ଟେଷ୍ଟ ପର୍ଯ୍ୟନ୍ତ ଦଳ ସହ ରହିବେ ବୋଲି ଜଣାପଡ଼ିଛି। ପୂର୍ବରୁ ସୁଇପ୍‌ସନ ୨୦୧୭ରେ ଭାରତ ଓ ବାଂଲାଦେଶ ଗସ୍ତ ସମୟରେ ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ସ୍ଥାନ ପାଇଥିଲେ। ୨୦୧୮ରେ ସେ ଇଂଲଣ୍ଡ ବିପକ୍ଷ ଟି୨୦ ମ୍ୟାଚ୍‌ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନ ସାମ୍ନାରେ ୧୭୫ ରନ୍‌ ବିଜୟ ଲକ୍ଷ୍ୟ ରଖିଲା କେକେଆର୍‌

ଦୁବାଇ, ୩୦।୯: ଆଇପିଏଲ୍‌-୧୩ତମ ସିଜନର ଏକ ମୁକାବିଲାରେ ବୁଧବାର ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌...

‘ଶର୍ଟ ରନ’ କଲ୍‌ ବିରୋଧରେ ପଞ୍ଜାବର ଆବେଦନ: ଅମ୍ପାୟରଙ୍କୁ ପୂର୍ବତନ ଖେଳାଳିଙ୍କ ସମାଲୋଚନା

ଦୁବାଇ, ୨୨।୯(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚର ଘଡ଼ିସନ୍ଧି ମୁହୂର୍ତ୍ତରେ ଅମ୍ପାୟର ନୀତିନ ମେନନଙ୍କ ବିବାଦୀୟ ‘ଶର୍ଟ ରନ’...

ଜୟପୁରରେ ଖେଳାଯିବ ମହିଳା ଟି୨୦ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୯ା୨- ଗତଥର ୨୦୧୯ ସଂସ୍କରଣ ଭଳି ଆଇପିଏଲ ପ୍ଲେଅପ୍ସ ଓ ଫାଇନାଲ ବେଳେ ମହିଳା ଟି୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଇଭେଣ୍ଟ ପାଇଁ...

ଭାରତୀୟ ଯୁବ ଦଳ ଜିତିଲା ତ୍ରି-ରାଷ୍ଟ୍ରୀୟ ସିରିଜ

ଲଣ୍ଡନ, ୧୨।୮- ଭାରତୀୟ ଯୁବ କ୍ରିକେଟ୍‌ ଦଳ ୧୯ ବର୍ଷରୁ କମ୍‌ ତ୍ରି-ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି। ହୋଭ୍‌ସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲ...

ଚେଲ୍‌ସି ବିପକ୍ଷ ସୁପର କପ୍‌ ମ୍ୟାଚ୍‌ ଖେଳିପାରିବେ ନାହିଁ ଆଲିସନ

ଲିଭରପୁଲ,୧୦।୮(ଏଏଫ୍‌ପି)- ଲିଭରପୁଲ୍‌ ଗୋଲକିପର ଆଲିସନ ବେକର ବୁଧବାର ଚେଲ୍‌ସି ବିପକ୍ଷ ୟୁଫା ସୁପର କପ୍‌ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ତାଙ୍କ ଗୋଇଠିରେ ଆଘାତ ଲାଗିଛି। ୟୁରୋପ...

ଏଥର ଦୋହାରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ଅଲିମ୍ପିକ୍ସ ପରେ ବିଶ୍ୱ ଆଥଲେଟିକ ଚାମ୍ପିୟନଶିପ୍‌ ଦ୍ୱିତୀୟ ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭର ମାନ୍ୟତା ପାଇଛି। ଏହି ମେଗା ଇଭେଣ୍ଟର ୧୭ତମ ସଂସ୍କରଣ ଏଥର କାତାର ରାଜଧାନୀ...

ହରିକ୍ରିଷ୍ଣା ଜିତିଲେ ଚେସ୍‌ ଇଭେଣ୍ଟ

ଚେନ୍ନାଇ, ୨୦ା୭ (ପି.ଟି.)- ଭାରତର ଗ୍ରାଣ୍ଡମାଷ୍ଟର ପି. ହରିକ୍ରିଷ୍ଣା ଆକ୍ସେଣ୍ଟସ ଚେସ୍‌ ୯୬୦ ଟୁର୍ନାମେଣ୍ଟ ଜିତିଛନ୍ତି। ୫୩ତମ ବିଲ୍‌ ଚେସ୍‌ ଫେଷ୍ଟିଭାଲ୍‌ ୨୦୨୦ର ଏହା ହେଉଛି...

ମେଡିକାଲ ପ୍ରଫେସନାଲଙ୍କୁ ସ୍ବର୍ଣ୍ଣ ପଦକ ଅଫର କଲେ ମାରିନ

ମାଡ୍ରିଡ, ୭।୭: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସ୍ପେନ୍‌ରେ ଉଦ୍ୟମ ଜାରି ରହିଛି। ଏହି ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମେଡିକାଲ ପ୍ରଫେସନାଲଙ୍କୁ...

Coronavirus Update

Archives

Model This Week

Why Dharitri