Posted inଖେଳ

ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ସଚିନ

ନୂଆଦିଲ୍ଲୀ,୭।୨- ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଶୁକ୍ରବାର ଅଷ୍ଟ୍ରେଲିଆର ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି) ଗସ୍ତ କରି ଷ୍ଟାଡିୟମରେ ତାଙ୍କ ପସନ୍ଦୀୟ ଜାଗା ଦେଖାଇଛନ୍ତି। ଏବେ ତେନ୍ଦୁଲକର ବଶଫାୟାର ବାଶ ମ୍ୟାଚ୍‌ ପାଇଁ ପଣ୍ଟିଂ ଏକାଦଶର କୋଚ୍‌ ଭାବେ ଅଷ୍ଟ୍ରେଲିଆରେ ଅଛନ୍ତି। ୪୬ ବର୍ଷୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଏସ୍‌ସିଜିଠାରେ ୫ ଟେଷ୍ଟ ଖେଳି ୭୮୫ ରନ୍‌ କରିଥିଲେ। ୨୦୦୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ହିଁ ସେ ୨୪୧ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ୨୦୦୩-୦୪ ସିରିଜ୍‌ରେ ତେନ୍ଦୁଲକର ନିଜର ଟ୍ରେଡମାର୍କ ଶଟ୍‌ କଭର ଡ୍ରାଇଭ ଖେଳି ନ ଥିଲେ। ରିକି ପଣ୍ଟିଂ ଏକାଦଶ ଦଳର କୋଚ୍‌ ସଚିନ ପ୍ରଶଂସକଙ୍କୁ ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ କ୍ଷୟକ୍ଷତି ଭରଣା ପାଇଁ ଦାନ କରିବାକୁ କହିଛନ୍ତି। ୧୯୮୯ରେ ୧୬ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ସଚିନ ମୋଟ ୩୪,୩୫୭ ରନ୍‌ କରିଛନ୍ତି। ସେ ଦ୍ୱିତୀୟ ସ୍ଥାନରେ ଥିବା ଶ୍ରୀଲଙ୍କାର କୁମାର ସଙ୍ଗକାରା (୨୮,୦୧୬)ଙ୍କ ଠାରୁ ୬ ହଜାର ରନ୍‌ ଆଗରେ ଅଛନ୍ତି। ଦିନିକିଆରେ ୧୮,୪୨୬ ଓ ଟେଷ୍ଟରେ (୧୫,୯୨୧ ରନ୍‌) ସର୍ବାଧିକ ରନ୍‌ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ତମ ଶତକର ରେକର୍ଡ ସହ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସେ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଖର ଜଳସ୍ରୋତରେ ଭାସିଗଲା ପୋଲ: ୨୫ରୁ ଊର୍ଦ୍ଧ୍ୱ ଗାଁକୁ ଯାନବାହନ ଚଳାଚଳ ବନ୍ଦ

ଦିଗପହଣ୍ଡି, ୩୦।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ପରେ ନାଳରେ ପ୍ରବାହିତ ପ୍ରଖର ଜଳସ୍ରୋତ ଯୋଗୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଡେଙ୍ଗାଓସ୍ତା-ଭୀଷ୍ମଗିରି ରାସ୍ତାର ପାଞ୍ଚଆମ୍ବ…

ବନ୍ୟା ବିପତ୍ତି ବେଳେ ରାସ୍ତାରୋକୋ: ଭଞ୍ଜନଗରବାସୀଙ୍କ ଦୁଃଖ ଦ୍ୱିଗୁଣିତ

ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚଳିତ ବର୍ଷ ଦେଖାଦେଇଥିବା ଭୟାବହ ବନ୍ୟା ଅଞ୍ଚଳବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଏଭଳି ବନ୍ୟା ପରିସ୍ଥିତି…

ଭାରତକୁ ବଡ଼ ଝଟକା: ବଢ଼ିବ ପେଟ୍ରୋଲ-ଡିଜେଲ ଦର! ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୦।୧୦: ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ କାରଣରୁ ହର୍ମୁଜ ପ୍ରଣାଳୀ ଦେଇ ଅଶୋଧିତ ତୈଳ ଯୋଗାଣ ପ୍ରଭାବିତ ହେବା ପରେ ଭାରତ ଅନ୍ୟାନ୍ୟ ବିକଳ୍ପ ଖୋଜିବା…

ଲୁଣା ନଦୀବନ୍ଧରୁ ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର: ବଢୁଛି ସନ୍ଦେହ

ମାର୍ଶାଘାଇ,୩୦।୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲାର ଲୁଣା ନଦୀବନ୍ଧ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ବୟସ ପ୍ରାୟ ୪୦…

ଗୁରୁ-ଶନିଙ୍କ ମଧ୍ୟରେ ଗଠନ ହେଲା ଷଡ଼ାଷ୍ଟକ ଯୋଗ: ୩ ରାଶିଙ୍କ ପାଇଁ ଭାରୀ ଖରାପ, ପାଖରୁ ପଳାଇବ ସବୁ ଟଙ୍କା!

ନୂଆଦିଲ୍ଲୀ,୩୦।୧୦: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ଚଳନ ଓ ସ୍ଥିତିର ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିଥାଏ। ଏବେ ଗୁରୁ ଓ ଶନିଙ୍କ ମଧ୍ୟରେ ଷଡ଼ାଷ୍ଟକ…

ନ୍ୟୁଜିଲାଣ୍ଡରେ ପହଞ୍ଚିଲେ କିଙ୍ଗ କୋହଲି: ଘଟିଲା ଏମିତି, ଯାହାକୁ ଦେଖି କାନ୍ଦି ପକାଇଲେ ମହିଳା ଫ୍ୟାନ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଶୁଭମନ…

ମାତ୍ର ୩୫ ରନ୍‌ କରିବା କ୍ଷଣି ବିଶ୍ୱରେକର୍ଡ ଭାଙ୍ଗିବେ ଅଭିଷେକ ଶର୍ମା: ହାତରେ ରହିଛି ବଡ଼ ସୁଯୋଗ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ…

ଭଞ୍ଜନଗର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି କରିବେ ଅନୁଧ୍ୟାନ

ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?