ସିଡବ୍ଲ୍ୟୁସି ନିକଟରେ ନାବାଳିକାଙ୍କୁ ହାଜର କରାଇଲାନି ପୋଲିସ; ଡିଜିପି, ସରକାରଙ୍କୁ ଅବଗତ କରାଇବ ସମିତି

ଅନୁଗୋଳ ଅଫିସ, ୧୨।୮: ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ଜୁଲାଇ ୨୧ରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ପୋଲିସ ଶନିବାର ତାଙ୍କ ବାପାଙ୍କ ଜିମା ଦେବାପରେ ପୀଡିତାଙ୍କ ସୁରକ୍ଷାକୁ ନେଇ ଜିଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି) ପ୍ରଶ୍ନ ଉଠାଇଥିଲା। ଏଥିସହ ରବିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ନାବାଳିକାଙ୍କୁ ସମିତି ନିକଟରେ ହାଜର କରାଇବାକୁ ପୋଲିସକୁ ଚିଠି (ନଂ. ୪୨୬/୧୯) କରିଥିଲା। ହେଲେ ରବିବାର ପୋଲିସ ସମ୍ପୃକ୍ତା ନାବାଳିକାଙ୍କୁ ସମିତି ନିକଟରେ ହାଜର କରାଇ ନ ଥିବା ଜଣାପଡିଛି। ଅନୁଗୋଳ ପୋଲିସ କିଶୋର ନ୍ୟାୟ ଆଇନ ୨୦୧୫ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା) ଉଲ୍ଲଂଘନ କରୁଥିବା ସମିତି ପକ୍ଷରୁ ଅଭିଯୋଗ କରାଯିବା ସହ ଏ ସଂକ୍ରାନ୍ତରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି), ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଏବଂ ମହିଳା ଓ ଶିଶୁ ବିକାଶ ମୁଖ୍ୟ ସଚିବଙ୍କୁ ମଙ୍ଗଳବାର ଚିଠି ମାଧ୍ୟମରେ ଅବଗତ କରାଯିବ ବୋଲି ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସମିତି ପକ୍ଷରୁ କୁହାଯାଇଛି, ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର ପରେ ପରିବାରକୁ ହସ୍ତାନ୍ତର ବେଳେ କିଛି ନିୟମ ରହିଛି। ଏହି ନିୟମ ପୂରଣ କରିବା ପରେ ଶିଶୁଙ୍କୁ ପରିବାର ଲୋକ ନେଇ ପାରିବେ। କିନ୍ତୁ ଅନୁଗୋଳରେ ତାହା ହୋଇନାହିଁ। ନାବାଳିକା ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ନାବାଳିକାଙ୍କ ପିତା ପ୍ରଥମେ ସିଡବ୍ଲ୍ୟୁସିରେ ଚିହ୍ନଟ ହେବା ଆବଶ୍ୟକ। ପରେ ସମିତିର ମୁଖ୍ୟ କେତୋଟି ନିୟମ ବିଷୟରେ ତାଙ୍କୁ ଅବଗତ କରାଇଥାନ୍ତେ। ସେମାନେ ନାବାଳିକାଙ୍କ ବାଲ୍ୟ ବିବାହ କରାଇ ପାରିବେ ନାହିଁ, ଶିକ୍ଷିତ କରାଇବା ପାଇଁ ଉଦ୍ୟମ କରିବା ସହ ସେ ଯେପରି ନିର୍ଯାତନାର ଶିକାର ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ଆଦି ବିଷୟରେ ଉପରେ ସିଡବ୍ଲ୍ୟୁସି ତାଙ୍କୁ ଜଣାଇଥାନ୍ତା। ଏଥିସହ ସହରରୁ ଅନ୍ୟତ୍ର ସ୍ଥାନକୁ ଗଲେ ସିଡବ୍ଲ୍ୟୁସିକୁ ଅବଗତ କରାଇବାର ମଧ୍ୟ ନିୟମ ରହିଛି। ହେଲେ ପୋଲିସ ମନମୁଖି କାମ କରି ନାବାଳିକାଙ୍କ ପିତାଙ୍କୁ ସମିତିରେ ହାଜର ନ କରାଇ ହସ୍ତାନ୍ତର କରିଦେଇଥିବା ପଟ୍ଟନାୟକ କହିଛନ୍ତି। ଏ ସଂକ୍ରାନ୍ତରେ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କୁ ପଚାରିବାରେ ଏ ନେଇ କିଛି କହିହେବ ନାହିଁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri