ସିଟି ହସ୍ପିଟାଲରେ କୋଭିଡ୍‌ ହେଲଥ ସେଣ୍ଟରକୁ ବିରୋଧ

ବ୍ରହ୍ମପୁର ଅଫିସ,୧ା୬-ବ୍ରହ୍ମପୁର ସିଟି ହସ୍ପିିଟାଲରେ ଖୋଲା ଯାଇଥିବା ଡେଡିକେଟେଡ୍‌ କୋଭିଡ୍‌ ହେଲଥ ସେଣ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶନିବାର ସେଣ୍ଟରରେ କରୋନା ସଂକ୍ରମିତଙ୍କୁ ରଖାଯାଉଥିବା ବେଳେ କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରା ନ ଯିବାକୁ ନେଇ ଡାକ୍ତରମାନେ ଅଭିଯୋଗ କରିଥିଲେ। ଏହାପରେ ରବିବାର ସ୍ଥାନୀୟ ଅଞ୍ଚଳବାସୀ ଏହି ସେଣ୍ଟରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି। ଏନେଇ ଅପରାହ୍ନରେ ସିଟି ହସ୍ପିଟାଲକୁ ଲାଗିଥିବା ବଗୁଲିସାହି ଲୋକ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ(ସିଡିଏମ୍‌ପିଏଚଓ) ଡା. ଉମାଶଙ୍କର ମିଶ୍ରଙ୍କୁ ସାକ୍ଷାତ୍‌ କରି ସେଣ୍ଟରକୁ ଜନଗହଳିଠାରୁ ଦୂରକୁ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି। ସିଟି ହସ୍ପିଟାଲକୁ ଲାଗି ରହିଥିବା ବଗୁଲିସାହିରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। ଏଭଳି ସ୍ଥିିତିରେ ସିଟି ହସ୍ପିଟାଲରେ ଏହି ସେଣ୍ଟର ସ୍ଥାପନ ହେଲେ ସ୍ଥାନୀୟ ଲୋକ ଭୟ କରୁଛନ୍ତି ା ଅନ୍ୟପକ୍ଷରେ ସେଣ୍ଟରରେ କରୋନା ସଂକ୍ରମିତଙ୍କୁ ରଖାଯାଉଥିବା ନେଇ ଚର୍ଚ୍ଚା ହେଉଛି। ତେଣୁ ଅଞ୍ଚଳବାସୀ ତଥା ସହରବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସେଣ୍ଟରକୁ ସହର ବାହାରକୁ ସ୍ଥାନାନ୍ତର କରାଯିବାକୁ ଅଞ୍ଚଳବାସୀ ସିଡିଏମ୍‌ପିଏଚଓଙ୍କୁ ନିବେଦନ କରିଥିଲେ। ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବାନୀ ଶୁଣାଇଥିଲେ। ଏନେଇ ଜିଲାପାଳଙ୍କୁ ଅବଗତ କରିବାକୁ ସିଡିଏମ୍‌ପିଏଚଓ ଡା. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ଖୋଲିବାରେ ବିଳମ୍ବ: ପ୍ରତିବାଦରେ ଚାଷୀଙ୍କ ଧାରଣା

ବନ୍ତଳା,୬ା୧(ଡି.ଏନ.ଏ.)- ଧାନମଣ୍ଡି ଖୋଲାଯିବାରେ ବିଳମ୍ବ ପ୍ରତିବାଦରେ ଅନୁଗୋଳ ବ୍ଲକ ମାଟିଆସାହି ପଞ୍ଚାୟତ ପୁରୁଣାଗଡ଼ରେ ଥିବା ସେବା ସମବାୟ ସମିତି ସମ୍ମୁଖରେ ସୋମବାର ୫୦ରୁ ଊଦ୍ଧର୍‌ବ ଚାଷୀ...

୩୨ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ଜୁନାଗଡ,୨୭।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ରଣପୁର ଗ୍ରାମ ନିକଟି କୁସୁମଖୋଲ, ସୁନାରୀପାଣି ଓ ଆମଖୋଲ ପାହାଡରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା...

ରେଳ ଷ୍ଟେଶନ,ଗଳାପୋଲ ଦାବିରେ ଧାରଣା

ରସାଳପୁର,୧୭।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ସଦର ଥାନା ନିକଟବର୍ତ୍ତୀ ବାଙ୍ଗରା ନିକଟରେ ଏକ ରେଳ ଷ୍ଟେଶନ ଓ ଗଳାପୋଲ ନିର୍ମାଣ ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି। ଏନଇ...

ନେସ୍କୋ କାର୍ଯ୍ୟାଳୟରେ ବିଦ୍ୟୁତ୍‌ କର୍ମଚାରୀଙ୍କ ଧାରଣା

ଭୋଗରାଇ, ୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଦେହୁର୍ଦ୍ଦାସ୍ଥିତ ନେସ୍କୋ ବିଭାଗ କାର୍ଯ୍ୟାଳୟରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଦ୍ୱାରା ଗୁରୁବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇ...

ସହରରେ ଏରାଗୁଲା ଗ୍ୟାଙ୍ଗ୍‌ ସକ୍ରିୟ

ଅନୁଗୋଳ ଅଫିସ, ୧୧ା୧୧: ଅନୁଗୋଳ ଥାନା ଅଞ୍ଚଳରେ ବଢ଼ୁଛି ଲୁଟ୍‌ପାଟ। କିଛିଦିନ ହେଲା ସହରରେ ସକ୍ରିୟ ରହିଛନ୍ତି ଏରାଗୁଲା ଗ୍ୟାଙ୍ଗ। ସ୍ପଷ୍ଟ ଦିବାଲୋକରେ ସେମାନେ ନାନା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବଣିକ ସଂଘର ସହାୟତା

ଚାନ୍ଦବାଲି,୧ା୫(ଡି.ଏନ.ଏ.)-ଭଦ୍ରକ ଜିଲା ଅଧୀନ ଚାନ୍ଦବାଲି ବଣିକ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ୫୧,୨୦୦ ଟଙ୍କାର ଏକ ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରାଯାଇଛି।...

ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୨୦୨ ପ୍ରବାସୀ ଶ୍ରମିକ: ୭ ଦିନ ମଧ୍ୟରେ ଫେରିବେ ଓଡ଼ିଶା

ବରଗଡ଼ ଅଫିସ,୭ା୫: ଭୂତାଣୁ ସଂକ୍ରମଣକୁ ନେଇ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଏହି କଟକଣା ପରେ ପ୍ରବାସୀ ଶ୍ରମିକଙ୍କ ଦୁଃଖଦୁର୍ଦ୍ଦଶା ବଢ଼ିଯାଇଛି । ଏଭଳି ଭାବେ...

ବିଏସ୍‌ଏଫ୍‌ ପକ୍ଷରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ, ଡଗ୍‌ ଶୋ

ଜୟପୁର ୨୭।୪(ନି. ପ୍ର.): ଦେଶର ସୁରକ୍ଷା ନେଇ ବ୍ୟବହୃତ ହେଉଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଜ୍ଞାନ ଆହରଣ ଲାଗି କୋରାପୁଟ ବିଏସ୍‌ଏଫ୍‌ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ...

Advertisement
Archives

Model This Week