Posted inଜାତୀୟ

ସିଟିଇଟିରେ ଆର୍ଥିକ ଦୁର୍ବଳଙ୍କ ଲାଗି ୧୦% ସଂରକ୍ଷଣ ଆବେଦନ:କେନ୍ଦ୍ର, ସିବିଏସ୍‌ଇ, ଏନ୍‌ସିଟିଇକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୫(ପି.ଟି.):କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି), ୨୦୧୯ରେ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌)ଙ୍କ ନିମନ୍ତେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର, ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ)କୁ ଜବାବ ମାଗିଛନ୍ତି। ଏହାବ୍ୟତୀତ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଅବସରକାଳୀନ ଖଣ୍ଡପୀଠ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନ୍‌ସିଟିଇ)କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଜୁଲାଇ ୧ ତାରିଖ ସୁଦ୍ଧା ନୋଟିସର ଜବାବ ରଖିବାକୁ ସେମାନଙ୍କୁ କୁହାଯାଇଛି।
ସିଟିଇଟି, ୨୦୧୯ ପରୀକ୍ଷା ଦେବା ଲାଗି ଆଗ୍ରହୀ ୬ ଜଣ ପ୍ରାର୍ଥୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ସମ୍ବିଧାନ ସଂଶୋଧନ କରି ସରକାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସାଧାରଣ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ନିମନ୍ତେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲେ। ସଂଶୋଧିତ ଆଇନ ଗତ ଜାନୁୟାରୀ ୧୬ରୁ ଲାଗୁ ହୋଇଛି। ସଂରକ୍ଷଣ ସୁବିଧା ଦିଆଗଲେ ପରୀକ୍ଷାରେ କୃତକାର୍ଯ୍ୟ ହେବେ ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି।
ସିଟିଇଟି ପରୀକ୍ଷା ପରିଚାଳନା ଲାଗି ସିବିଏସ୍‌ଇ କର୍ତ୍ତୃପକ୍ଷ ଗତ ଜାନୁୟାରୀ ୨୩ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ଇଡବ୍ଲ୍ୟୁଏସ୍‌ ପ୍ରାର୍ଥୀଙ୍କ ନିମନ୍ତେ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ସମ୍ପର୍କରେ ଉଲ୍ଲେଖ କରାଯାଇ ନ ଥିଲା। ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ସଂରକ୍ଷଣ ସୁବିଧା ଦିଆଯାଇପାରିବ ନାହିଁ ବୋଲି ଗତ ୧୩ ତାରିଖ ଶୁଣାଣିବେଳେ ସୁପ୍ରିମକୋର୍ଟ ମତ ଦେଇଥିଲେ। କେବଳ ନାମଲେଖା ସମୟରେ ସଂରକ୍ଷଣ ସୁବିଧା ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri