Posted inଜାତୀୟ

ସିଟିଇଟିରେ ଆର୍ଥିକ ଦୁର୍ବଳଙ୍କ ଲାଗି ୧୦% ସଂରକ୍ଷଣ ଆବେଦନ:କେନ୍ଦ୍ର, ସିବିଏସ୍‌ଇ, ଏନ୍‌ସିଟିଇକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୫(ପି.ଟି.):କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି), ୨୦୧୯ରେ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌)ଙ୍କ ନିମନ୍ତେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର, ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ)କୁ ଜବାବ ମାଗିଛନ୍ତି। ଏହାବ୍ୟତୀତ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଅବସରକାଳୀନ ଖଣ୍ଡପୀଠ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନ୍‌ସିଟିଇ)କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଜୁଲାଇ ୧ ତାରିଖ ସୁଦ୍ଧା ନୋଟିସର ଜବାବ ରଖିବାକୁ ସେମାନଙ୍କୁ କୁହାଯାଇଛି।
ସିଟିଇଟି, ୨୦୧୯ ପରୀକ୍ଷା ଦେବା ଲାଗି ଆଗ୍ରହୀ ୬ ଜଣ ପ୍ରାର୍ଥୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ସମ୍ବିଧାନ ସଂଶୋଧନ କରି ସରକାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସାଧାରଣ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ନିମନ୍ତେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲେ। ସଂଶୋଧିତ ଆଇନ ଗତ ଜାନୁୟାରୀ ୧୬ରୁ ଲାଗୁ ହୋଇଛି। ସଂରକ୍ଷଣ ସୁବିଧା ଦିଆଗଲେ ପରୀକ୍ଷାରେ କୃତକାର୍ଯ୍ୟ ହେବେ ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି।
ସିଟିଇଟି ପରୀକ୍ଷା ପରିଚାଳନା ଲାଗି ସିବିଏସ୍‌ଇ କର୍ତ୍ତୃପକ୍ଷ ଗତ ଜାନୁୟାରୀ ୨୩ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ଇଡବ୍ଲ୍ୟୁଏସ୍‌ ପ୍ରାର୍ଥୀଙ୍କ ନିମନ୍ତେ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ସମ୍ପର୍କରେ ଉଲ୍ଲେଖ କରାଯାଇ ନ ଥିଲା। ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ସଂରକ୍ଷଣ ସୁବିଧା ଦିଆଯାଇପାରିବ ନାହିଁ ବୋଲି ଗତ ୧୩ ତାରିଖ ଶୁଣାଣିବେଳେ ସୁପ୍ରିମକୋର୍ଟ ମତ ଦେଇଥିଲେ। କେବଳ ନାମଲେଖା ସମୟରେ ସଂରକ୍ଷଣ ସୁବିଧା ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ହେବ ସୁରକ୍ଷିତ: ଟ୍ରେନ୍‌ରେ ଲାଗିବ ବ୍ଲାକ୍‌ ବକ୍ସ୍‌

ନୂଆଦିଲ୍ଲୀ,୨୫।୭: ଟ୍ରେନ୍‌ ଯାତ୍ରାକୁ ସୁରକ୍ଷିତ କରିବା ଲାଗି ସରକାରଙ୍କ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏଣିକି ପ୍ରତି ଟ୍ରେନ୍‌ରେ ବିମାନ ଭଳି ବ୍ଲାକ୍‌ ବକ୍ସ୍‌...

ବୁଧବାର ୧୫ ଲକ୍ଷ ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୨୮।୭: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ଥମୁ...

ପୃଥିବୀର ଘୂରିବା ବେଗ ଧିମା ହେଉଥିବାରୁ ଭୂମିକମ୍ପ ତୀବ୍ରତା ବଢୁଛି

ନୂଆଦିଲ୍ଲୀ: ପୃଥିବୀ ତା’ କକ୍ଷପଥରେ ୧୬୭୦ କିଲୋମିଟର ବେଗରେ ଘୂରୁଛି। ନାସାର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ପୃଥିବୀ ତା’ କକ୍ଷ ପଥରେ...

ଏମ୍‌ପିରେ ଜୁନ ୧୫ ଯାଏ ଲକ୍‌ଡାଉନ୍‌

ଭୋପାଳ,୩୧।୫: ମଧ୍ୟପ୍ରଦେଶ(ଏମ୍‌ପି)ରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଲକ୍‌ଡାଉନ୍‌କୁ ଜୁନ ୧୫ ଯାଏ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ୍‌ ସିଂ ଚୌହାନ ଶନିବାର...

ଟମାଟୋ ଫ୍ଲୁକୁ ନେଇ ସ୍ବାସ୍ଥ୍ୟବିଭାଗ ଜାରି କଲା ଆଡଭାଇଜରୀ

ଲକ୍ଷ୍ନୌ,୨୭।୮: କରୋନା, ମଙ୍କିପକ୍ସ ପରେ ବର୍ତ୍ତମାନ ଟମାଟୋ ଫ୍ଲୁର ପ୍ରକୋପ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଟମାଟୋ ଫ୍ଲୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

କଶ୍ମୀର ଛାଡୁଛନ୍ତି ହିନ୍ଦୀଭାଷୀ ଶ୍ରମିକ

ଜମ୍ମୁ,୧୧ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ବିଭିନ୍ନ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବାବେଳେ ବହୁସଂଖ୍ୟାରେ ହିନ୍ଦୀଭାଷୀ ଶ୍ରମିକ ଉପତ୍ୟକା...

ଭଗବାନ କୃଷ୍ଣଙ୍କୁ ଶୀତ ପୋଷାକ ଯୋଗାଇ ଦେଲେ ମନ୍ଦିର ପ୍ରଶାସନ

ମଥୁରା,୧୯।୧୨: ଉତ୍ତର ଭାରତରେ ହଠାତ୍‌ ଶୀତର ପ୍ରକୋପ ବଢିଯାଇଥିବାରୁ ସମସ୍ତେ ସଜାଗ ହୋଇଯାଇଛନ୍ତି। ଅବଶ୍ୟ ଏହାକୁ ନେଇ ସେମାନେ ନିଜ ଭଗବାନଙ୍କ ଯତ୍ନ ନେବାକୁ ମଧ୍ୟ...

ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କୁ କରୋନା

ଲକ୍ଷ୍ନୌ,୨।୮-ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କ ରବିବାର କରୋନା ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ପ୍ରାଥମିକ...

Advertisement
Archives

Model This Week