Posted inଖେଳ

ସିଙ୍ଗାପୁର ଗ୍ରାଁପ୍ରି: ଚାଲର୍‌ସଙ୍କୁ ପୋଲ ପୋଜିଶନ

ସିଙ୍ଗାପୁର, ୨୨।୯ (ଏଏଫ୍‌ପି)- ଫେରାରି ଡ୍ରାଇଭର ଚାଲର୍‌ସ ଲେକ୍ଲର୍କ ସିଙ୍ଗାପୁର ଗ୍ରାଁପ୍ରି ଫର୍ମୁଲା-୧ ରେସ୍‌ରେ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଇଟାଲୀ ଓ ବେଲଜଜିୟମ ଗ୍ରାଣ୍ଡପ୍ରିକ୍ସ ଫର୍ମୁଲା-୧ ରେସ୍‌ରେ ଟାଇଟଲ ହାସଲ କରିବା ପରେ ଚାଲର୍‌ସ ଏବେ କ୍ରମାଗତ ତୃତୀୟ ଗ୍ରାଣ୍ଡପ୍ରିକ୍ସ ଜିତି ହ୍ୟାଟ୍ରିକ ଅର୍ଜନ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ମୋନାକୋର ଏହି ୨୧ ବର୍ଷୀୟ ଡ୍ରାଇଭର ମର୍ସିଡିଜର ଲୁଇସ୍‌ ହାମିଲଟନ ଓ ଫେରାରୀର ସେବାଷ୍ଟିଆନ ଭେଟେଲଙ୍କୁ ପଛରେ ପକାଇ ଏହି ସଫଳତା ପାଇଛନ୍ତି। ହାମିଲଟନଙ୍କଠାରୁ ସେ ୦.୧୯୧ ସେକେଣ୍ଡରେ ପଛରେ ପକାଇଥିଲେ। ଚାଲର୍‌ସ ୧:୩୬. ୨୧୭ ସେକେଣ୍ଡ ସମୟ ନେଇ ଶୀର୍ଷ ସ୍ଥାନରେ ରହିଥିଲେ। ସେହିପରି ହାମିଲଟନ ୧: ୩୬.୪୦୮, ଭେଟେଲ ୧: ୩୬.୪୩୭ ସେକେଣ୍ଡ ସୟମ ନେଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ରବିବାର ଟାଇଟଲ ପାଇଁ ରେସ୍‌ ଆୟୋଜନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଜନ ଶେଷ ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ୟାସ୍‌ ଆଇଲାଣ୍ଡ (ଆବୁଧାବି), ୧୪ା୧୨ (ଏପି)-ରେଡବୁଲ୍‌ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ୍‌ ସିଜନ ଶେଷ ଆବୁଧାବି ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ରବିବାର ରେସ୍‌ରେ ସେ...

୧୪ ଭାରତୀୟ ଖେଳାଳିଙ୍କୁ କୋଚିଂ ଦେବେ କ୍ରାମ୍‌ନିକ୍‌

ଚେନ୍ନାଇ, ୩୦ା୧୨ (ପି.ଟି.): ବିଶ୍ୱର ଦ୍ୱିତୀୟ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଏବଂ ଆର. ପ୍ରଗ୍ନାନନ୍ଧାଙ୍କ ସମେତ ୧୪ଜଣ ଯୁବ ଭାରତୀୟ ଚେସ୍‌ ଖେଳାଳିଙ୍କୁ କୋଚିଂ...

ମ୍ୟାଚ୍‌ ଚାଲିଥିବାବେଳେ ଭାରତୀୟ କ୍ରିକେଟରଙ୍କୁ ଆସିଲା ହୃଦ୍‌ଘାତ, ଡାକ୍ତରଖାନା ନେବା ବାଟରେ ଚାଲିଗଲା ଜୀବନ

ଅଗରତାଲା,୪।୧୨: କ୍ରିକେଟ ପଡିଆରେ ଅଘଟଣ ଘଟିବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଖେଳାଳିଙ୍କ ଶରୀରରେ ବଲ୍‌ ବାଜି ମୃତ୍ୟୁ ଘଟିଛି। ତ୍ରିପୁରାର ରାଜଧାନୀ...

ଭାବପ୍ରବଣ ହୋଇଗଲେ ବିରାଟ କୋହଲି

ଲଣ୍ଡନ,୩।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ନଟିଂହାମରେ ଅଗଷ୍ଟ ୪ରୁ ଆରମ୍ଭ ହେବ। ଏହାପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ...

୨୦୨୨ ବିଶ୍ୱକପ୍‌ରେ ୩୨ ଟିମ୍‌

ଲାଉସେନ, ୨୩।୫(ଏଏଫ୍‌ପି)- ୨୦୨୨ କାତାରରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ୪୮ଟି ଟିମ୍‌କୁ ସାମିଲ କରିବା ନେଇ ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା କରିଥିବା ଯୋଜନାରୁ ଓହରି...

ବିରାଟ କୋହଲି ପିନ୍ଧୁଥିବା ଘଣ୍ଟାର ଦାମ୍‌ କେତେ ଜାଣିଛନ୍ତି କି?

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିଛନ୍ତି। କେବଳ କ୍ରିକେଟ୍‌ରେ, କୋହଲି ଅଭିନୟରେ...

ୟୁଥ୍‌ ଲିଗ୍‌ ନିମନ୍ତେ ଫାଓ ଏକାଡେମୀ ଦଳ ଘୋଷିତ

କଟକ ଅଫିସ,୨୧ା୪-  ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ ଜାମସେଦପୁରଠାରେ ଆସନ୍ତା ୨୨ରୁ ହିରୋ ୟୁଥ୍‌ ଲିଗ୍‌ ଆରମ୍ଭ ହେବ। ଏଥିନିମନ୍ତେ ଶନିବାର ଫାଓ ଏକାଡେମୀ...

ଅଲିମ୍ପିକ୍‌ ଷ୍ଟାଫ୍‌ ମେମ୍ବର କରୋନା ଭାଇରସ ପଜିଟିଭ

ଟୋକିଓ,୨୨।୪ (ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ଜଣେ ଷ୍ଟାଫ୍‌ ସଦସ୍ୟ କରୋନା ଭାଇରସ ପଜିଟିଭ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ଟୋକିଓ ଆୟୋଜକଙ୍କ ତରଫରୁ...

Advertisement
Archives

Model This Week