ସିକାଗୋରେ ପ୍ରବଳ ବରଫପାତ: ୧୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣ ବାତିଲ

ଓ୍ବାଶିଂଟନ୍‌,୧୨।୧୧: ଆମେରିକାର ସିକାଗୋ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି। ସିକାଗୋ ଓହରା ଓ ମିଡଓ୍ବେ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରର ରନଓ୍ବେ ସନ୍ଧ୍ୟା ପର୍ଯ୍ୟନ୍ତ ବରଫ ଚାଦରରେ ଢ଼ାଙ୍କି ହୋଇଯାଇଥିଲା। ଏଥିଯୋଗୁ ସୋମବାର ୧୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣକୁ ବାତିଲ କରାଯାଇଥିଲା। ଓହରା ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ୧୧୧୪ ଉଡାଣକୁ ଓ ମିଡଓ୍ବେ ବିମାନ ବନ୍ଦରରେ ୯୮ ବିମାନ ଉଡାଣକୁ ବାତିଲ କରାଯାଇଥିଲା। ଆମେରିକାର ପାଣିପାଗ ବିଭାଗ ଅନୁସାରେ, ସିକାଗୋର ଉତ୍ତର ଓ ମଧ୍ୟ ଅଞ୍ଚଳରେ ପ୍ରବଳ ବରଫାପାତ ହୋଇଛି। ଏହି ଅଞ୍ଚଳରେ ୩ରୁ ୬ ଇଞ୍ଚ୍‌ର ବରଫ ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ମଙ୍ଗଳବାର ଦ୍ୱିପହରର ପର୍ଯ୍ୟନ୍ତ ବରଫାପାତ ହେବ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୯ ମାସର ଶିଶୁପୁତ୍ରଙ୍କୁ ସରକାର ଦେଲେ ବୀରତା ପୁରସ୍କାର: ଜଙ୍ଗଲ ନିଆଁ ଲିଭାଇବା ସମୟରେ ପିତାଙ୍କର ଘଟିଥିଲା ମୃତ୍ୟୁ

ସିଡ୍‌ନୀ,୩।୧: ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ନିଆଁ ଲାଗି ରହିଛି। ଜଙ୍ଗଲ ନିଆଁ ଲିଭାଇବା ସମୟରେ ଦମକଳ ବାହିନୀ କର୍ମଚାରୀ ଜ୍ୟୋଫ୍ରି କିଟନ୍‌ଙ୍କ ମୃତ୍ୟୁ ଘଟିଥିଲା। ଜ୍ୟୋଫ୍ରିଙ୍କ...

ନଷ୍ଟ ହେବ ଲକ୍ଷେ ଗ୍ରୀନ୍‌ କାର୍ଡ

ଓ୍ବାଶିଂଟନ, ୭।୮: ଆଗାମୀ ଦୁଇ ମାସ ମଧ୍ୟରେ ପ୍ରାୟ ଲକ୍ଷେ ନିଯୁକ୍ତିଭିତ୍ତିକ ଗ୍ରୀନ୍‌ କାର୍ଡ ନଷ୍ଟ ହେବାକୁ ଯାଉଛି, ଯାହା ସେଠାରେ ଥିବା ଭାରତୀୟ ପେସାଦାରମାନଙ୍କୁ...

କରତାରପୁର କରିଡର ମାଧ୍ୟମରେ ଭାରତରେ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ: ଆନନ୍ଦ ମିର୍ଜା

ଇସ୍‌ଲାମାବାଦ,୨୩।୧୧: କରତାରପୁର କରିଡର ଉଦ୍‌ଘାଟନକୁ ପାଖାପାଖି ମାସେ ହୋଇଗଲାଣି। ଏବେ ପିଓକେ କର୍ମୀ ଆନନ୍ଦ ମିର୍ଜା ଏହାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ...

ସେନା ହସ୍ପିଟାଲରେ ବିସ୍ଫୋରଣ: ୧୦ ଆହତ

ଇସଲାମାବାଦ,୨୪।୬: ପାକିସ୍ତାନର ରାଓ୍ବଲପିଣ୍ଡିରେ ଥିବା ସେନା ହସ୍ପିଟାଲରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଯେଉଁଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।...

କରୋନା ପରେ ଦାଉ ସାଧିଲା ବନ୍ୟା: ୧୦୦ ମୃତ

ଇସ୍‌ଲାମାବାଦ,୨୭।୮: ପାକିସ୍ତାନରେ ପ୍ରଥମେ ଅର୍ଥ ବ୍ୟବସ୍ଥା ବିଗିଡି ଯିବା ସହ କରୋନା ସଂକ୍ରମଣ ସରକାରଙ୍କୁ ଅଡୁଆରେ ପକାଇଥିଲା। ଆଉ ଏବେ ପୁଣିଥରେ ଚିନ୍ତା ବଢାଇଛି ମୌସୁମୀ...

ଆଇନ ହେଲା ବ୍ରେକ୍‌ଜିଟ ଚୁକ୍ତି

ଲଣ୍ଡନ,୨୫ା୧(ଆଇଏଏନ୍‌ଏସ୍‌): ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ବ୍ରେକ୍‌ଜିଟ ଚୁକ୍ତି ସମସ୍ତ ପାର୍ଲମେଣ୍ଟାରୀ ପ୍ରତିବନ୍ଧକ ଅତିକ୍ରମ କରି ରାଣୀଙ୍କ ମଞ୍ଜୁରୀ ପାଇବା ପରେ ଆଇନରେ ପରିଣତ ହୋଇଛି।...

କରୋନାକୁ ଫୁ: ମ୍ୟୁଜିକ୍‌ ଫେଷ୍ଟିଭାଲରେ ନାଚିଲେ ଲୋକେ…

ଲଣ୍ଡନ, ୩।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ବ୍ରିଟେନ୍‌ରେ ଲୋକେ କରୋନା ସଂକ୍ରମଣକୁ ଫୁ ମନେକରି...

ଆଗକୁ ହେବ କରୋନାର ଦୋହରା ମାଡ଼

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୮: ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ତେବେ ଆଗକୁ ଆସୁଥିବା ଥଣ୍ଡା ଋତୁରେ ପୁଣି କରୋନାର ଦୋହରା ମାଡ଼ ହେବ।...

Advertisement


Archives

Model This Week