Posted inଜାତୀୟ

ସିଏଏ ହିଂସାକୁ ନେଇ ବର୍ଷିଲେ ଶାହା: ଦିଲ୍ଲୀରେ ଦଙ୍ଗା ଲାଗି କଂଗ୍ରେସ, ଏଏପି ଦାୟୀ

ନୂଆଦିଲ୍ଲୀ,୭ା୧(ପି.ଟି.): ସିଏଏକୁ ବିରୋଧ କରି ଦିଲ୍ଲୀରେ ଦଙ୍ଗା ଓ ପୋଡ଼ାଜଳା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କଂଗ୍ରେସ ଓ ଏଏପିକୁ ଦାୟୀ କରିଛନ୍ତି। ଲୋକଙ୍କୁ ବିଭ୍ରାନ୍ତ କରି ଏହି ଦୁଇ ଦଳ ପୋଡ଼ାଜଳା କରି ପାପ କରିଛନ୍ତି ବୋଲି ସେ ଏକ ଜନସମାବେଶରେ ପ୍ରକାଶ କରିଛନ୍ତି। ସବୁଠାରୁ ଲଜ୍ଜାର କଥା ହେଉଛି, ଏଭଳି କାଣ୍ଡ କରି ସେମାନେ କ୍ଷତିଗ୍ରସ୍ତଙ୍କୁ ଆଇନଗତ ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ଏଭଳି ଷଡ଼ଯନ୍ତ୍ର ପଛରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଥିବା ଶାହା କହିଛନ୍ତି। ସିଏଏ ଦ୍ୱାରା ନାଗରିକତ୍ୱ ଚାଲିଯିବ ବୋଲି କହି ଲୋକଙ୍କୁ ସେମାନେ ଭୁଆଁ ବୁଲାଉଛନ୍ତି। ଏଭଳି ମିଛ କହି ଲୋକଙ୍କୁ ଆତଙ୍କିତ କରାଯିବା ଅନୁଚିତ ବୋଲି ଶାହା କହିଛନ୍ତି। ରାହୁଲ ଓ କେଜ୍‌ରିଓ୍ବାଲ ପାକିସ୍ତାନର ଭାଷା କହୁଛନ୍ତି। ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ମାଗୁଛନ୍ତି। ମୋଦି ଉଲ୍ଲେଖନୀୟ ପଦକ୍ଷେପ ନେଇ ୩୭୦ ଧାରା ଉଚ୍ଛେଦ କଲେ ଓ ରାମମନ୍ଦିର ନିର୍ମାଣ ରାସ୍ତା ମଧ୍ୟ ଫିଟିଲା। କିନ୍ତୁ କଂଗ୍ରେସ ଏକ୍ଷେତ୍ରରେ ଦୋମୁହାଁ ନୀତି ଆପଣାଇ ଲୋକଙ୍କୁ ବିଭ୍ରାନ୍ତ କରୁଛି। ଜେଏନ୍‌ୟୁରେ ଭାରତବିରୋଧୀ ସ୍ଲୋଗାନ ଦିଆଯାଉଥିବାବେଳେ କେଜ୍‌ରିଓ୍ବାଲ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଗସ୍ତ ବାତିଲ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜର ଭାରତ ଗସ୍ତକୁ ବାତିଲ କରିଦେଇଛନ୍ତି। ଚଳିତ ବର୍ଷ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି...

ନିର୍ବାଚନ ଲାଗି ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ, ୨୨।୮: କରୋନା ମହାମାରୀ ବେଳେ ନିର୍ବାଚନ ଓ ଉପନିର୍ବାଚନ ପରିଚାଳନା ଲାଗି ନିର୍ବାଚନ କମିଶନ (ଇସି) ଶୁକ୍ରବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ବିଭିନ୍ନ...

ପ୍ରବାସୀ ଶ୍ରମିକଙ୍କ ପ୍ରତି ରହିଛି ଦିଲ୍ଲୀ ସରକାରଙ୍କ ଦାୟିତ୍ୱବୋଧ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ବହୁ ପ୍ରବାସୀ ଶ୍ରମିକ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅଟକି...

ଇସ୍ତଫା ଦେଲେ ପ୍ରମୋଦ ସାଓ୍ବନ୍ତ

ପଣଜୀ,୧୨।୩: ଗୋଆ ବିଧାନସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବାବେଳେ ଶନିବାର ପ୍ରମୋଦ ସାଓ୍ବନ୍ତ ମୁଖ୍ୟମନ୍ତ୍ରୀ...

ଆଇନ ପ୍ରତ୍ୟାହାର ଛଡା ଅନ୍ୟ କିଛି ବିକଳ୍ପ କୁହନ୍ତୁ କୃଷକ: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୧: କୃଷି ଆଇନ୍‌ ରଦ୍ଦକୁ ନେଇ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟ ତୁ ତୁ ମେ ମେ ଜାରି ରହିଛି। ରବିବାର କୃଷକ...

ବିଗିଡ଼ିବ ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୨୦ା୧୧:କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏବେ ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ...

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

ଚେନ୍ନାଇ,୩।୫: ବିଧାନସଭା ନିର୍ବାଚନରେ ପରାଜୟ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସୱାମୀ। ଏଆଇଏଡିଏମ୍‌କେ ବିଧାନସଭାରେ ମାତ୍ର ୭୭ଟି ଆସନରେ ବିଜୟୀ...

ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ କାହିଁକି ହଟାଯାଉ ନାହିଁ

ନୂଆଦିଲ୍ଲୀ,୧୫ା୭: ୭୫ ବର୍ଷ ହେଲା ଦେଶକୁ ସ୍ବାଧୀନତା ମିଳିଲାଣି। କିନ୍ତୁ ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ ଆଜି ବି ଚାଲୁଛି। ସେତେବେଳେ ସ୍ବାଧୀନତା ସଂଗ୍ରାମୀଙ୍କୁ ଏହି...

Advertisement
Archives

Model This Week