ସିଏଏ ପ୍ରଚାରରେ ଆଜି ଓଡ଼ିଶା ଆସିବେ ରୂପା ଗାଙ୍ଗୁଲି

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ରୂପା ଗାଙ୍ଗୁଲୀ ମଙ୍ଗଳବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୧୦ଟାରେ ପହଞ୍ଚି ହେଲିକପ୍ଟର ଯୋଗେ ଗାଙ୍ଗୁଲି ନବରଙ୍ଗପୁର ଜିଲା ରାଇଘର ଗସ୍ତ କରିବେ । ରାଇଘର ମିନି ଷ୍ଟାଡିୟମରେ ଅପରାହ୍ନ ୧ଟାରେ ପହଞ୍ଚି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସାଧାରଣ ସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବୁଧବାର ୧୦ଟାରେ ଗାଙ୍ଗୁଲି ମାଲକାନଗିରି ଠାରେ ସିଏଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ। ସେହିଦିନ ଅପରାହ୍ନରେ ସେ ଜୟପୁରଠାରେ ସିଏଏ ବିଭିନ୍ନ ଦିଗ ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ ବୋଲି ଭାଜପା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି ା ନାଗରିକତ୍ୱ ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କ ଅଧିକାର କ୍ଷୁଣ୍ଣ ହେବନାହିଁ। ଭାରତର ପଡ଼ୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ବିରୋଧୀ କଂଗ୍ରେସ ସମେତ କେତୋଟି ଆଞ୍ଚଳିକ ଦଳ ଏହି ଆଇନ ବିରୋଧରେ କୁପ୍ରଚାର କରି ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିବା ସାମଲ କହିଛନ୍ତି ା ସିଏଏ ସପକ୍ଷରେ ଦେଶର ୩କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ଭାଜପା ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସଂକ୍ରମଣ ସ୍ଥିର ଅଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ଏବେ ସ୍ଥିର ରହିଛି । ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା ସେଥିରେ କମ୍‌ ଆସିଛି । ଯାହା ଆମ ପାଇଁ...

ଅପେକ୍ଷାରେ ୫୦ ବର୍ଷ

ଯାଜପୁର ଅଫିସ/ ଚଣ୍ଡିଖୋଲ, ୧୭।୧୦(ଡି.ଏନ.ଏ.):  କଟକ ଫରେଷ୍ଟ ଡିଭିଜନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶନର ୫୦ ବର୍ଷ ପରେ ମଧ୍ୟ ଡାଳିଯୋଡ଼ା ରେଞ୍ଜ ଅନ୍ତର୍ଗତ ଯାଜପୁର ଜିଲାର...

ସୂର୍ଯ୍ୟୋଦୟରୁ ରାତି ୯ ଯାଏ ଖୋଲାରହିବ ଦେଶର ୧୦ କୀର୍ତ୍ତିରାଜି: ତାଲିକାରେ ଭୁବନେଶ୍ୱରର ରାଜାରାଣୀ ମନ୍ଦିର

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଦେଶର ୧୦ ପ୍ରମୁଖ ଐତିହାସିକ କୀର୍ତ୍ତିରାଜିକୁ ସୂର୍ଯ୍ୟୋଦୟଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ।...

କେନ୍ଦୁଝର ଜିଲାର ୩ ଗାଁ କଣ୍ଟେନମେଣ୍ଟ, ୧୧ ଗାଁ ବଫର ଜୋନ ଘୋଷଣା

ହାଟଡିହୀ,୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରବିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାସକ ତଳେ...

ପୋଖରୀରୁ ମିଳିଲା ୩ ଅପରିପକ୍ୱ ଶିଶୁଙ୍କ ମୃତଦେହ

ଢେଙ୍କାନାଳ ଅଫିସ, ୧୭ା୯: ଢେଙ୍କାନାଳ ସଦର ଥାନା ଅଧୀନ ଇନ୍ଦିପୁରସ୍ଥିତ ନଟାପୋଖରୀରୁ ଶୁକ୍ରବାର ୩ ଅପରିପକ୍ୱ ନବଜାତକଙ୍କ ମୃତଦେହ ଠାବ କରାଯାଇଛି। କୌଣସି ଘରୋଇ କ୍ଲିନିକ୍‌ରେ...

ରାଜଧାନୀରୁ ସମ୍ବଲପୁରକୁ ଗଡ଼ିବନି ବସ୍‌

ସମ୍ବଲପୁର ଅଫିସ,୨୩ା୧୨: ଗୁରୁବାର ରାଜଧାନୀ ଭୁବନେଶ୍ୱରରୁ ସମ୍ବଲପୁରକୁ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି। ସକାଳ ୬ଟା ରୁ ରାତି ୧୨ଟା ପର୍ଯ୍ୟନ୍ତ ଦିନିକିଆ ବନ୍ଦ...

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଏସ୍‌ଟିଏଫ୍‌ର ଚଢ଼ାଉ

ଖୋର୍ଦ୍ଧା ଅଫିସ,୧୭।୭: ଖୋର୍ଦ୍ଧା ଟାଉନ ଥାନା ଅଧୀନ ଶିଳ୍ପାଞ୍ଚଳରେ ଶନିବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ (ସ୍ପେଶାଲ ଟାସ୍କ ଫୋର୍ସ) ଟିମ୍‌ ଚଢ଼ାଉ କରି ୭୩୦.୩୩ ଏମ୍‌ଟି କ୍ରୋମାଇଟ,...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗଠନ ହେଲା ଗୃହ କମିଟି

ପୁରୀ ଅଫିସ,୩୧।୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ପାଇଁ ଗୃହ କମିଟି ଗଠନ କରାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ଗୃହ କମିଟି...

Advertisement
Archives

Model This Week