ସିଏଏକୁ ନେଇ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯାଉ

ପୁରୀ ଅଫିସ,୪ା୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଜୋରସୋରରେ ଆନ୍ଦୋଳନ ଚାଲିଛି। ପୁଣି କେତେକ ଜାଗାରେ ସମର୍ଥନ ଶୋଭାଯାତ୍ରା ମଧ୍ୟ ବାହାରୁଛି। ସିଏଏକୁ ନେଇ ଦିନକୁ ଦିନ ପରିସ୍ଥିତି ସଙ୍ଗିନ ହେଉଥିବାବେଳେ ଶୁକ୍ରବାର ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସେ କହିଛନ୍ତି ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରାଯାଉ। ଅନ୍ୟପକ୍ଷେ ସିଏଏ ପାସ୍‌ ହେବା ପୂର୍ବରୁ ସମୀକ୍ଷା କରିଥିଲେ, ଏଭଳି ହିଂସାକାଣ୍ଡ ହୋଇ ନ ଥାନ୍ତା। ସିଏଏ ପ୍ରସଙ୍ଗରେ ଶୁକ୍ରବାର ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି, ନାଗରିକତ୍ୱ ସଂଶୋଧନ ଆଇନ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହା କେବଳ ଭାରତର ନୁହେଁ ବିଶ୍ୱର ସମସ୍ୟା। ମିଳିତ ଜାତିସଂଘ ଏ କ୍ଷେତ୍ରରେ ସମ୍ବେଦନଶୀଳ ହୋଇ ଉଚିତ ପଦକ୍ଷେପ ନେବା ଦରକାର। ବିଶ୍ୱରେ ମୋଟ ୨୦୪ଟି ଦେଶ ରହିଛି । ଏଥିମଧ୍ୟରୁ ପ୍ରାୟ ୫୦ଟି ମୁସ୍‌ଲିମ ରାଷ୍ଟ୍ର ଥିବାବେଳେ ଅନେକ ଖ୍ରୀଷ୍ଟିୟାନ ଦେଶ ରହିଛି। କିନ୍ତୁ ଅନେକ ଦେଶରେ ହିନ୍ଦୁମାନେ ବସବାସ କରୁଥିଲେ ବି ସ୍ବତନ୍ତ୍ର ହିନ୍ଦୁରାଷ୍ଟ୍ର ନାହିଁ। ପ୍ରାଥମିକ ପର୍ଯ୍ୟାୟରେ ଜାତିସଂଘ ଭାରତ, ନେପାଳ ଏବଂ ଭୁଟାନକୁ ହିନ୍ଦୁରାଷ୍ଟ୍ର ଘୋଷଣା କରୁ। ବାହାର ଦେଶରେ ଥିବା ହିନ୍ଦୁମାନେ ପରିସ୍ଥିତିରେ ପଡି ହେଉ କିମ୍ବା ଉତ୍ପୀଡ଼ନର ଶିକାର ହେଉଥିବା ଅନୁଭବ କରି ଯଦି କୌଣସି ଦେଶ ଛାଡିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଏହି ୩ ରାଷ୍ଟ୍ରରେ ଥଇଥାନ କରାଯାଉ। ମାନବାଧିକାର ଅନ୍ତର୍ଗତ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉ। ଏଥିସହିତ ଜାତିସଂଘରେ ଏ ନେଇ ସ୍ବତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା କରାଯିବା ସପକ୍ଷରେ ମତ ରଖିଛନ୍ତି ଶଙ୍କରାଚାର୍ଯ୍ୟ। ବିଭିନ୍ନ ଦେଶରେ ଧର୍ମୀୟ ସଂଖ୍ୟାଲଘୁଙ୍କୁ ଥଇଥାନ ପାଇଁ ଏହି ନ୍ୟାୟାଳୟ କାମ କରୁ । ଏପରି ହେଲେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିବ ନାହିଁ । ଭାରତ ଅତିଥି ଦେବୋ ଭବ ନୀତିକୁ ଆପଣାଇଛି। ଯେଉଁମାନେ ଭାରତର ଶରଣ ପଶିଛନ୍ତି ତାକୁ ଏ ଦେଶ ଅତିଥି ଭାବେ ସ୍ବୀକାର କରିଛି ।
କିନ୍ତୁ ଏହି ଦୟା କାଲି ଆମ ପାଇଁ ଘାତକ ନ ହେଉ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ଏକ ଉଦାହରଣ ଦେଇ ଜଗଦ୍‌ଗୁରୁ କହିଥିଲେ, ବୃନ୍ଦାବନର ଏକ ଜାଗାରେ ମାଛ ମରି ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କୁ ତା’ର କାରଣ ପଚାରିଥିଲେ । ୨ ବର୍ଷ ହେବ ବର୍ଷା ହୋଇ ନ ଥିଲା। ଅଚାନକ ମୂଷଳ ଧାରାରେ ବର୍ଷା ହେବାରୁ ଆବର୍ଜନା ପାଣିରେ ରହୁଥିବା ମାଛ ସ୍ବଚ୍ଛପାଣିରେ ନିଜକୁ ଖାପଖୁଆଇ ନ ପାରି ମରିଗଲେ। ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଆବର୍ଜନା ପାଣିରେ ବଢୁଥିବା ମାଛଙ୍କୁ ସ୍ବଚ୍ଛ ପାଣି ଅଡୁଆ। ଅର୍ଥାତ୍‌ ଲୁଣିପାଣିରେ ରହୁଥିବା ମାଛଙ୍କୁ ମଧୁର ପାଣି ଏବଂ ମିଠାପାଣିରେ ରହୁଥିବା ମାଛଙ୍କୁ ଲୁଣିପାଣିରେ ରଖିଲେ ସେମାନେ ନିଜକୁ ଖାପ ନ ଖୁଆଇ ମରିଯିବେ। ସେହିଭଳି ଶାସନ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଦେଶର ହିତ ପାଇଁ କୌଣସି ପଦକ୍ଷେପ ନେବା ପୂର୍ବରୁ ପ୍ରଥମେ ଚିନ୍ତା କରିବା ଦରକାର। ସହିଷ୍ଣୁତା ସୃଷ୍ଟି ଲାଗି ବିଚାରବିମର୍ଶ କରିବା ଉଚିତ। ନିୟମ ପାରିତ ହେବା ପରେ ଯେଉଁ ପଦକ୍ଷେପ ନିଆଗଲା ତା’ ପୂର୍ବରୁ ଯଦି ଏହାର ସମୀକ୍ଷା କରାଯାଇଥାନ୍ତା ତେବେ ହିଂସାକାଣ୍ଡ ଘଟି ନ ଥାନ୍ତା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସତର୍କତାକୁ ନେଇ ଶେରଗଡ଼ ତହସିଲଦାରଙ୍କ ଚଢ଼ାଉ: ଗାଡି ସଫା ରଖିବାକୁ ଦେଲେ ନିର୍ଦ୍ଦେଶ

ଶେରଗଡ଼,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ଥିବା ଜଗନ୍ନାଥ ମନ୍ଦିର, ଶୀତଲା, ହରୀକୃଷ୍ଣପୁରର ଜୟଚଣ୍ଡୀ, ରାମଚଣ୍ଡୀ ମନ୍ଦିର ଆଦି ଶୈବ ପୀଠରେ ବୁଧବାର ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା...

ଚୌଦ୍ୱାର ଜେଲ୍‌ରେ ପହଞ୍ଚିଲା କରୋନା: ଚିହ୍ନଟ ହେଲେ ଜଣେ ପଜିଟିଭ୍‌

ଚୌଦ୍ୱାର,୨୭।୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସର୍କଲ ଜେଲରୁ ଜଣେ ଓ୍ବାର୍ଡର କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ଗତ ଶୁକ୍ରବାର ଜେଲର ୧୩ଜଣ କଏଦୀ ଓ ୧୨ଜଣ...

ବିଡିଓଙ୍କୁ ବଦଳି ଦାବିରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ପତ୍ର

ଖଇରପୁଟ,୧୩ା୧୨(ଡି.ଏନ୍‌.ଏ: ମାଲକାନଗିରି ଜିଲା ଖଇରପୁଟ ବିଡିଓ ବିଶ୍ୱଜିତ୍‌ ବର୍ମନଙ୍କ ବିରୋଧରେ ଦୁନୀତି ଓ ଲୋକ ପ୍ରତିନିଧିଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଅଭିଯୋଗ ହୋଇଛି। ତାଙ୍କୁ...

ଇଦ୍‌ ପାଳନକୁ ନେଇ ସତର୍କତା: ମସ୍‌ଜିଦ୍‌ରେ ୧୪୪ ଧାରା ଜାରି

ରସୁଲପୁର, ୨୪।୫ (ଡି.ଏନ୍‌.ଏ.)-ଇଦ୍‌ ଉଲ୍‌ ଫିତର ପାଇଁ ରସୁଲପୁର ବ୍ଲକ ଅଧୀନ ବିଭିନ୍ନ ମସ୍‌ଜିଦ୍‌ରେ ୧୪୪ ଧାରା ଜାରି କରାଯାଇଛି। ବ୍ଲକର ମୁସଲମାନ ବହୁଳ ଅଞ୍ଚଳ...

ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୧୦।୨(ସ୍ବ.ପ୍ର.) : ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସ୍ଥାନୀୟ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଛାତ୍ରୀଛାତ୍ର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣାରେ ବସିଛନ୍ତି।...

ବରଗଡ଼ରେ ପୁଣି ୯୯ ନୂଆ କରୋନା ଆକ୍ରାନ୍ତ, ଏମାନଙ୍କ ମଧ୍ୟରେ ଅଛନ୍ତି ୬ ଶିଶୁ

ବରଗଡ଼ ଅଫିସ,୧ା୧୧: ବରଗଡ଼ ଜିଲାରେ ରବିବାର ପୁଣି ୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ। ଏମାନଙ୍କ ମଧ୍ୟରେ ୬ ଶିଶୁଙ୍କ ସମେତ ୩୩ ମହିଳା...

ମରାମତି ଅବଧି ସରିନି, କ୍ଷୟକ୍ଷତି ଦର୍ଶାଇଲା ବିଭାଗ

ଚଣ୍ଡିଖୋଲ,୮।୧୦(ଡି.ଏନ.ଏ.): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଚଣ୍ଡିଖୋଲ ଉପଖଣ୍ଡର ବାଲିଚନ୍ଦ୍ରପୁର-ଦେକୁରି ରାସ୍ତାକୁ ନେଇ ବିବାଦ ଥମୁନି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜାନରେ କରାଯାଇଥିବା ଏହି...

ଶିକାର ପାଇଁ ନିରାପଦ ସ୍ଥାନ ପଥରଗଣ୍ଡ ପ୍ରକଳ୍ପ: ୧ ମାସରେ ୯ ବନ୍ୟଜନ୍ତୁ ଶିକାର

ରଣପୁର,୩।୮(ସ୍ବ.ପ୍ର.): ବନ୍ୟଜନ୍ତୁ ଶିକାର ପାଇଁ ନୟାଗଡ ବନଖଣ୍ଡ ପଞ୍ଚରିଡା ରେଞ୍ଜର ପଥରଗଣ୍ଡ ପ୍ରକଳ୍ପ ନିରାପଦ ସ୍ଥାନ ପାଲଟିଛି । ରଣପୁର କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ...

Advertisement


Archives

Model This Week