ସାହାସପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ ‘ସଂକଳ୍ପ ନେଇ ଶିକ୍ଷାଲାଭ କଲେ ସିଦ୍ଧି ନିଶ୍ଚିତ ମିଳିବ’

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୧୭ା୮(ଡି.ଏନ.ଏ.)- ଗୋଟିଏ ଶିକ୍ଷାନୁଷ୍ଠାନ ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହଭାଗିତା ଓ ସହଯୋଗର ଆବଶ୍ୟକ ରହିଅଛି। ଛାତ୍ରୀଛାତ୍ର, ଅଧ୍ୟାପକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଦ୍ୱାରା ମହାବିଦ୍ୟାଳୟର ବିକାଶ ଆଗକୁ ଯାଇଥାଏ। ଛାତ୍ରୀଛାତ୍ର ସାଧନାରତ ଭାବେ ପାଠ ପଢିବା ସହିତ ସଂକଳ୍ପ ନେଇ ଶିକ୍ଷାଲାଭ କଲେ ସିଦ୍ଧାନ୍ତରେ ନିଶ୍ଚିତ ପହଞ୍ଚତ୍ପାରିବେ ବୋଲି ବାଲିଚନ୍ଦ୍ରପୁରସ୍ଥିତ ସାହାସପୁର ମହାବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଅଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ଶତପଥୀ ଯୋଗଦେଇଥିଲା ବେଳେ ମୁଖ୍ୟବକ୍ତା ଭାବେ ଧର୍ମଶାଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମନୋରଞ୍ଜନ ମହାନ୍ତି ଯୋଗଦେଇ ଶିକ୍ଷାନୁଷ୍ଠାନ ବହୁ ଘାତପ୍ରତିଘାତ ମଧ୍ୟରେ ୪୨ ବର୍ଷ ଅତିକ୍ରମ କରିସାରିଛି। ଏଠାରୁ ବହୁ କୃତୀ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷା ଲାଭ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ସମ୍ମଥିତ ଅତିଥି ଭାବେ ଏସ୍‌ଏନ୍‌ଏମ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି, ସାହାସପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ହରିଶ ଚନ୍ଦ୍ର ପୃଷ୍ଟି, ଚିତ୍ତରଞ୍ଜନ ମହାନ୍ତି, ପ୍ରାଧ୍ୟାପକ ବନମାଳି କର, ଦିବାକର ବିଶ୍ୱାଳ, ଶାରଦା ପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଅଧ୍ୟାପକ ମହେଶ୍ୱର ଜେନା ସ୍ମାରକପତ୍ର ପାଠ, ପ୍ରଫୁଲ୍ଲ ସ୍ବାଇଁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଭାସ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଝରାଫୁଲ ହତ୍ୟା ଘଟଣା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଏମିତି ଦଣ୍ଡ

ଭୁବନେଶ୍ୱର,୨୯।୬: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଘଟଣାର ରାୟ ଆସିଛି। ଦୋଷୀ ରାକେଶ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହାସହ ରାକେଶଙ୍କ ସହଯୋଗୀ ଅମରେଶ ରାଉତକୁ ୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri