ସାଳନ୍ଦୀ ହସ୍ପିଟାଲରେ ହେବ କରୋନା ରୋଗୀଙ୍କ ଚିକିତ୍ସା, ୧୨୦ ଶଯ୍ୟା ପ୍ରସ୍ତୁତ

ଭଦ୍ରକ ଅଫିସ,୮ା୪: କରୋନା ମହାମାରୀର ମୁକାବିଲା ଲାଗି ଜାରି ରହିଥିବା ଲକ୍‌ଡାଉନ୍‌ ପରିସ୍ଥିତିରେ ଭଦ୍ରକ ସହର ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲାଯାଉଛି। ଲକ୍‌ଡାଉନ୍‌ ସହିତ ଏରେଇଁ ପଞ୍ଚାୟତ, ଚରମ୍ପା ଷ୍ଟେଶନ ଅଞ୍ଚଳ ଏବଂ ପୁରୁଣାବଜାର ଅଞ୍ଚଳରେ ଏବେ ବି ସଟ୍‌ଡାଉନ୍‌ ଭଳି ସ୍ଥିତି ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକରେ କରୋନା ସନ୍ଦିଗ୍ଧ ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଭାବେ ମୋଟେଲ ଛକସ୍ଥିତ ସାଳନ୍ଦୀ ଘରୋଇ ହସ୍ପିଟାଲକୁ ମନୋନୀତ କରାଯାଇଛି । ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ସାଳନ୍ଦୀ ହସ୍ପିଟାଲ ବୁଲି ସେଠାରେ ୧୨୦ଟି ଶଯ୍ୟା ପ୍ରସ୍ତୁତ ହୋଇଥିବା ପ୍ରକାଶ କରିଛନ୍ତି। ଯେଉଁମାନେ ସନ୍ଦିଗ୍ଧ ସେହିମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଏହି ହସ୍ପିଟାଲରେ ରଖି ଚିକିତ୍ସା କରାଯିବ । ଯଦି ସେମାନଙ୍କ ରକ୍ତ ନମୁନା ପଜିଟିଭ୍‌ ବାହାରିବ ଏବଂ ସେମାନେ ସ୍ବାଭାବିକ ଥିବେ ତେବେ ମଧ୍ୟ ସେମାନେ ଏହିଠାରେ ଚିକିତ୍ସିତ ହେବେ। ଯେଉଁମାନଙ୍କ ପାଇଁ ଆଇସିୟୁର ଆବଶ୍ୟକ ପଡ଼େ ସେମାନଙ୍କୁ କୋଭିଡ୍‌ ୧୯ ଆଇସିୟୁ ସୁବିଧା ଥିବା ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଏହି କରୋନା ଚିକିତ୍ସା ନିମେନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ବତନ୍ତ୍ର ଭାବେ ୬୮ଜଣ ସ୍ବାସ୍ଥ୍ୟ କର୍ମଚାରୀ ଏହି ହସ୍ପିଟାଲ ସଂଲଗ୍ନ ସାଳନ୍ଦୀ ନର୍ସିଂ ସ୍କୁଲ ହଷ୍ଟେଲରେ ରହି ଚିକିତ୍ସା ସେବା ପ୍ରଦାନ କରିବେ । ଜିଲାପାଳ ସାଳନ୍ଦୀ ହସ୍ପିଟାଲ ବୁଲି ଏହାର ପ୍ରସ୍ତୁତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ଜିଲାପାଳ ସଟ୍‌ଡାଉନ୍‌ ଥିବା ଏରେଇଁ ପଞ୍ଚାୟତର ବିଶୋଧୀକରଣ ବ୍ୟବସ୍ଥା ବୁଲି ତଦାରଖ କରିଛନ୍ତି । ଏହି ପଞ୍ଚାୟତର ସମସ୍ତ ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳକୁ ବିଶୋଧୀକରଣ କରାଯାଉଛି । ସେହିପରି ଏହି ସଟ୍‌ଡାଉନ୍‌ ସମୟରେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଘରୁ ବାହାରିବାକୁ ମନା କରାଯାଇଛି। ଲୋକଙ୍କ ଆବଶ୍ୟକ ଥିବା ପରିବା, ଗ୍ରୋସରୀ ସାମଗ୍ରୀ ପ୍ରଶାସନ ପକ୍ଷରୁ ଟ୍ରଲି କିମ୍ବା ଅଟୋ ଯୋଗେ ଦୁଆରମୁହଁରେ ପହଞ୍ଚାଇବାର ବନ୍ଦୋବସ୍ତ କରିବାକୁ ଜିଲାପାଳ ଭଦ୍ରକ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍‌ଡାଉନ୍‌ ସ୍ଥିତି କୋଭିଡ୍‌ -୧୯ କାର୍ଯ୍ୟରେ ନିୟୋଜିତ ତିହିଡ଼ି ବ୍ଲକରେ କାର୍ଯ୍ୟରତ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ କାହ୍ନୁ ଚରଣ ନାୟକଙ୍କୁ କାର୍ଯ୍ୟରେ ଅନୁପସ୍ଥିତ ରହିବା, କାର୍ଯ୍ୟରେ ଅବହେଳା ନିମନ୍ତେ ତାଙ୍କୁ ନିଲମ୍ବନ କରାଯାଇଛି । ଏଥି ସହିତ ସେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ସମଗ୍ର ଜିଲାରେ ମୋଟ ୨୧୩ଟି କେନ୍ଦ୍ରରେ ୧୭ ହଜାର ୯୪୮ଜଣଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଫୁଟା ଗୋଳା ଗୋଟାଇ ବୃଦ୍ଧ ଗୁରୁତର

ବାହାନଗା, ୯ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବରିପଦା ପଞ୍ଚାୟତର ଅଟାସପୁର ସମୁଦ୍ରକୂଳ ବାଲିରୁ ଏକ ଅଫୁଟା ଗୋଳାକୁ ଗୋଟାଇ ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତି ଗୁରୁତର ହୋଇଛନ୍ତି।...

ଗଞ୍ଜାମରେ ଶିଶୁ ସୁରକ୍ଷା ଆୟୋଗ: ଶୈଶବ ସୁରକ୍ଷିତ ଦିଗରେ ସଚେତନତା

ଛତ୍ରପୁର,୫।୨(ଡି.ଏନ୍‌.ଏ.) : ୨୦୨୫ ସୁଦ୍ଧା ରାଜ୍ୟ ହେବ ଶିଶୁଶ୍ରମିକ ମୁକ୍ତ। ଶୈଶବ କିପରି ସୁରକ୍ଷିତ ରହିବ ସେ ଦିଗରେ ସରକାର ଲକ୍ଷ୍ୟ ରଖିଛନ୍ତି। ଛତ୍ରପୁର ସର୍କିଟ...

ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ ତୁମୁଳକାଣ୍ଡ: ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୩।୧୧-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବାଲେଶ୍ୱର ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧୀନ ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ...

ମିଳୁନି ଜମାକାରୀଙ୍କ ଟଙ୍କା, ଆନ୍ଦୋଳନ ଚେତାବନୀ

ବେଗୁନିଆ,୨୧ା୨(ଡି.ଏନ୍‌.ଏ.): କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଡାକରାରେ ରବିବାର ଖୋର୍ଦ୍ଧା ଜିଲା ବେଗୁନିଆ ବଜାରସ୍ଥିତ ମା’ଦୁର୍ଗା ଦେବୀଙ୍କ ପୀଠ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ...

ଦାଦନ ଦୁଃଖ: ମା’ଙ୍କ ଶେଷ ଦର୍ଶନ କରିପାରିଲେନି ଝିଅ

ବରଗଡ଼ ଅଫିସ୍‌,୨୪।୪: ଲକ୍‌ ଡାଉନ କଟକଣା ଲାଗୁ ହେବା ପରେ ଦାଦନ ଦୁଃଖ ବଢ଼ି ଯାଇଛି। ଜିଲା ତଥା ରାଜ୍ୟ ବାହାର ଶ୍ରମିକଙ୍କୁ ଦାଦନ ଖଟିବାକୁ...

୨ଜଣଙ୍କୁ ହାଣିଦେଲେ

ସମ୍ବଲପୁର/ପଡ଼ିଆବାହାଲ, ୨୪ା୯ (ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅଧୀନ ଭଣ୍ଡାରିମାଲ ଗାଁରେ ସୋମବାର ରାତ୍ରି ପ୍ରାୟ ୯ଟାରେ ଦୁଇଜଣ ବ୍ୟକ୍ତିଙ୍କୁ ବିଭତ୍ସ ଭାବରେ ଟାଙ୍ଗିଆରେ...

‘ବରିଷ୍ଠ ନାଗରିକଙ୍କ ଅଭିଜ୍ଞତାକୁ ବ୍ୟବହାର କରନ୍ତୁ ସରକାର’

ବ୍ରହ୍ମପୁର ଅଫିସ,୨୮ା୭: ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର୍‌ ସିଟିଜେନସ ଫୋରମର ୧୫ତମ ତ୍ରୟବାର୍ଷିକ ସମ୍ମିଳନୀ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ରବିବାର ଅନୁଷ୍ଠିତ...

୨ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୦।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ...

Advertisement
Archives

Model This Week