ସାଲିହାରେ କ୍ରାନ୍ତି ଦିବସ ବୀରଭୂମି ସାଲିହାର ସଂଗ୍ରାମୀ ଚିରନମସ୍ୟ

ନୂଆପଡ଼ା ଅଫିସ,୧ା୧୦
ସଦର ବ୍ଲକ ସାଲିହା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ସୋମବାର ସାଲିହା କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଖାମସିଂ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମହାସମୁନ୍ଦ ଏମପି ଚୁନ୍ନିଲାଲ ସାହୁ ମୁଖ୍ୟଅତିଥି, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏ. ଭି .ସ୍ବାମୀ, ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଧନିରାମ ସାହୁ, ଇଂ ହୋମସିଂ ମାଝି, ବରିଷ୍ଠ ଆଇନଜୀବୀ ଚନ୍ଦ୍ରହାସ ସାହୁ, କେଶବନାନ୍ଦ ପଣ୍ଡା, ଟିଟୁ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ପ୍ରଥମେ ପୋଲିସ ବିଭାଗ ପକ୍ଷରୁ ଶହୀଦଙ୍କ ଉଦ୍ଦେଶ୍ୟରେ ତୋପ ସଲାମି ଦେଇ ସମ୍ମାନ ଜଣାଇଥିଲେ । ପରେ ଅତିଥିମାନେ ସାଲିହା ସ୍ମୃତି ସ୍ତମ୍ଭରେ ପୂଜା ଅର୍ଚ୍ଚନା କରି ଅମର ଶହୀଦଙ୍କ ଆମତ୍ର ସଦଗତି ନିମନ୍ତେ ସ୍ମୃତି ଚାରଣ କରିଥିଲେ । ସାଲିହା ସ୍କୁଲର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଭାରତ ସ୍ବାଧୀନତା ସଂଗ୍ରାମରେ ସାଲିହା ସଂଗ୍ରାମୀମାନଙ୍କ ଅବଦାନ ଅତୁଳନୀୟ । ତାଙ୍କ ବଳିଦାନ ପାଇଁ ଆମେ ସ୍ବାଧୀନତା ପାଇଛୁ । ଏବେ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ସଂଗ୍ରାମୀଙ୍କ ବଳିଦାନକୁ ଅଣଦେଖା କରୁଛି। ଏଠିକାର ସଂଗ୍ରାମୀମାନେ ଚିର ନମସ୍ୟ ରହିବେ ବୋଲି ବକ୍ତାମାନେ କହିଥିଲେ। ଆମେ ସଂଗ୍ରାମୀଙ୍କ ଦାୟାଦମାନେ କେମିତି ତାଙ୍କର ଇତିହାସକୁ ଉନ୍ମୋଚନ କରି ଲୋକ ଲୋଚନାକୁ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି ମୁଖ୍ୟଅତିଥି ଏମପି ସାହୁ ଉଦବୋଧନ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଛତିଶଗଡ ଓ ନୂଆପଡ଼ା ଜିଲାର କଳାକାରମାନେ ସଂଗ୍ରାମୀଙ୍କ ସ୍ମୃତିରେ ଦେଶାମତ୍ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆୟୋଜକ କମିଟି ସଭାପତି ଭୀମାରାମ ସାହୁ, ଉପ ସଭାପତି ଖୁମନଲାଲ ସାହୁ, ସମ୍ପାଦକ ମହେଶରାମ ସାହୁ, ସହ ସମ୍ପାଦକ କୁଲହରସିଂ ମାଝି, କୋଷାଧ୍ୟକ୍ଷ ଭୁବନଲାଲ ସାହୁ, ଉପଦେଷ୍ଟା ତେଜରାମ ଦେବାଙ୍ଗନ ପ୍ରମୁଖ ନେତୃତ୍ୱ ନେଇଥିଲେ। ସାଲିହା ସମେତ ଆଖପାଖ ଗାଁ ଲୋକେ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଖାମସିଂ ମାଝି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଲରଙ୍କ ମାଡ଼ରେ ଚାଷୀ ଗୁରୁତର

ମହାକାଳପଡ଼ା,୧୮ା୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ସେବା ସମବାୟ ସମିତିରେ ଜଣେ ଚାଷୀ ଗୁରୁବାର ଧାନ ବିକ୍ରି କରିବାକୁ ଯାଇ ମିଲରଙ୍କ...

ସଂକ୍ରମିତ ଶିଶୁଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବର ବେଳକୁ ତୃତୀୟ...

ଦିଲ୍ଲୀ ଜଳୁଥିବା ବେଳେ ସିଏଏ ସପକ୍ଷ ରାଲି ଦୁର୍ଭାଗ୍ୟଜନକ: ସୁରେଶ

ଭୁବନେଶ୍ୱର,୧।୩(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଭାଜପା ପକ୍ଷରୁ ଆୟୋଜିତ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସପକ୍ଷ ରାଲିରେ...

ଧାରଣା ଦେଲେ ବିଏସ୍‌ଏନ୍‌ଏଲ୍‌ ଠିକା କର୍ମଚାରୀ

ଜୟପୁର,୩ା୭(ଡି.ଏନ୍‌.ଏ.): ଜୟପୁରସ୍ଥିତ ବିଏସ୍‌ଏନ୍‌ଏଲରେ କାର୍ଯ୍ୟରତ ଚୁକ୍ତିଭତ୍ତିକ ଅସ୍ଥାୟୀ କର୍ମଚାରୀ ବୁଧବାର ଧାରଣା ଦେଇଛନ୍ତି। ସିଟୁ ସମର୍ଥିତ କାଜୁଆଲ କର୍ମଚାରୀ ସଂଘର ଆହ୍ବାନ କ୍ରମେ ସ୍ଥାନୀୟ ଟେଲିଫୋନ୍‌...

ଦ୍ୱନ୍ଦ୍ୱ ସାଙ୍ଗକୁ ଶୋଷଣ ଭୟ

ଭୁବନେଶ୍ୱର,୩୧।୫(ବ୍ୟୁରୋ):ରାଜ୍ୟରେ ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିର ନମ୍ବର ପ୍ଲେଟ୍‌ ବଦଳାଯାଇ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲାଗିବ। ୨୦୨୨ ଡିସେମ୍ବର...

ସପ୍ତାହକୁ ୨ ଦିନ ଗଡ଼ିବ ରାଜଧାନୀ ଏକ୍ସପ୍ରେସ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସପ୍ତାହକୁ ୨ ଦିନ ଗଡ଼ିବ। କରୋନା ସଂକ୍ରମଣ ବୃଦ୍ଧି ତଥା ଯାତ୍ରୀ ହେଉ ନ ଥିବାରୁ ରେଳ ବିଭାଗ ଏପରି...

୮ ଜିଲାରେ ସୁନାର ସନ୍ଧାନ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ୮ଟି ଜିଲାରେ ସୁନାର ସନ୍ଧାନ ମିଳିଛି। ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନାକୁ ଆଧାରକରି ରାଜ୍ୟ ସରକାର ଏହି ତଥ୍ୟ...

ବିଶ୍ୱସ୍ତରର ହେବ ଭିତରକନିକା: କେନ୍ଦ୍ର ମନ୍ତ୍ରୀ ଦେଲେ ସଂକେତ

କେନ୍ଦ୍ରାପଡ଼ା ଅଫିସ/ରାଜନଗର/ପଟ୍ଟାମୁଣ୍ଡାଇ,୨୪ା୧: ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲାରେ ମେଡିକାଲ କଲେଜ ପାଇଁ ଭିତ୍ତିଭୂମି ଯୋଗାଇ ଦେଲେ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେବେ। କେନ୍ଦ୍ର ସରକାର...

Advertisement
Archives

Model This Week