Posted inଫୁରସତ

ସାର୍ବଜନୀନ ଶିଶୁ ଦିବସ: ସଂକଳ୍ପର ଦିନଟିଏ

୨୦ ନଭେମ୍ବର ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ୧୯୫୯ରେ ଏହି ଦିନ ଜାତିସଂଘ ସାଧାରଣ ପରିଷଦ ଶିଶୁ ଅଧିକାର ଘୋଷଣାନାମାକୁ ଗ୍ରହଣ କରିଥିଲା। ୧୯୮୯ରେ ଠିକ୍‌ ଏହି ଦିନ ମଧ୍ୟ ଜାତିସଂଘ ସାଧାରଣ ପରିଷଦ ଶିଶୁ ଅଧିକାର ସମ୍ମିଳନୀକୁ ସ୍ବୀକୃତି ଦେଇଥିଲା। ଏଣୁ ୨୦ ନଭେମ୍ବରରେ ସାର୍ବଜନୀନ ଶିଶୁ ଦିବସ ପାଳନ କରାଯାଉଛି। ବିଶ୍ୱସ୍ତରରେ ଶିଶୁମାନଙ୍କ ଅଧିକାର ସମ୍ବନ୍ଧରେ ସଚେତନତା ଆଣିବା ତଥା ଏକତା ବଢାଇବା ଲକ୍ଷ୍ୟରେ ଏହାକୁ ପାଳନ କରାଯାଉଛି। ପିଲାମାନଙ୍କ ପାଇଁ ବିଭିନ୍ନ ଦେଶରେ ଲାଗୁ କରାଯାଇଥିବା ଭିନ୍ନ ଭିନ୍ନ କଲ୍ୟାଣକାରୀ ଯୋଜନାକୁ ଆଗକୁ ନେବାରେ ଏହିି ଦିବସର ପ୍ରମୁଖ ଭୂମିକା ରହିଛି। ଏହି ଦିବସ ସମାଜ, ରାଷ୍ଟ୍ର ତଥା ଗୋଷ୍ଠୀ ଲାଗି ବହୁ ଉପଯୋଗୀ ସାବ୍ୟସ୍ତ ହୋଇଛି। ମତାପିତା, ଶିକ୍ଷକ, ନର୍ସ ଏବଂ ଡାକ୍ତର,ସରକାର, ସାମାଜିକ କର୍ମୀ, ଧାର୍ମିକ ଗୁରୁ, ବ୍ୟବସାୟୀ, ଗଣମାଧ୍ୟମ, ଯୁବକ ତଥା ଶିଶୁମାନେ ଏହି ଦିବସରେ ମୁଖ୍ୟ ଭୂମିକା ନର୍ବାହ କରିଆସୁଛନ୍ତି। ଶିଶୁମାନଙ୍କ ଲାଗି ଏକ ସୁନ୍ଦର ବିଶ୍ୱ ନିର୍ମାଣ କରିବା ପାଇଁ ଏହି ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜନ କରାଯାଏ। ଚଳିତ ବର୍ଷ ଶିଶୁ ଅଧିକାର ସମ୍ମିଳନୀର ୩୦ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହା ପାଳନ କରାଯିବା ସହ ଶିଶୁ ଅଧିକାର କାର୍ଯ୍ୟକାରୀ କରିବା ଲାଗି ଦାବି କରିବାର ଏକ ସୁବର୍ଣ୍ଣ ସୁଯୋଗ ଓ ଉପଯୋଗୀ ସମୟ ବୋଲି ବିଚାର କରାଯାଏ। ବର୍ଷର ଭିନ୍ନ ଭିନ୍ନ ତାରିଖରେ ବିଭିନ୍ନ ଦେଶରେ ଶିଶୁ ଦିବସ ପାଳନ କରାଯାଉଥିଲେ ସାର୍ବଜନୀନ ଶିଶୁ ଦିବସ ୨୦ ନଭେମ୍ବରରେ ପାଳନ କରାଯାଉଛି।
୨୦୧୫ ସୁଦ୍ଧା ଏଚ୍‌ଆଇଭି/ ଏଡ୍‌ସ ସଂକ୍ରମଣ ବନ୍ଦ କରିବା ପାଇଁ ସହସ୍ରାବ୍ଦ ବିକାଶ ଲକ୍ଷ୍ୟ ବିଶ୍ୱ ନେତାମାନେ ସ୍ଥିର କରିଥିଲେ। ଏହାର ୮ଟି ଲକ୍ଷ୍ୟରୁ ୬ଟି ଯାହା ୧୯୮୯ରେ ମାନାବାଧିକାର ଚୁକ୍ତିରେ ଲିପିବଦ୍ଧ ହୋଇଥିବା ମୌଳିକ ଅଧିକାର ମଧ୍ୟରେ ପିଲାଙ୍କ ଅଧିକାର ଲାଗି ଅଭିପ୍ରେତ ତାହାକୁ ହାସଲ କରିବା ଲାଗି ୟୁନିସେଫ୍‌ ଜୋର ଦେଇଛି। ଏହା ମଧ୍ୟ ଶିଶୁଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଲାଗି ନୀତ ିନିର୍ଦ୍ଧାରକଙ୍କ ସହଯୋଗରେ ଆଗେଇ ନେଉଛି। କେବଳ ସାର୍ବଜନୀନ ଶିଶୁ ଦିବସ ଏକ ଦିବସ ଭାବେ ପାଳନ କରାଯାଉନି , ବରଂ ଏହା ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯାତନା,ଶୋଷଣ ,ବାଛବିଚାର ତଥା ଶିଶୁ ଶ୍ରମିକ ବିରୋଧରେ ସଚେତନତା ସୃଷ୍ଟି କରିବାରେ ପ୍ରୟାସରତ। ଏବେ ସୁଦ୍ଧା ବିଶ୍ୱରେ ୫ରୁ ୧୪ ବର୍ଷ ବୟସ ମଧ୍ୟରେ ୧୫୩ ମିଲିୟନ ଶିଶୁଙ୍କୁ ଜୋର ଜବରଦସ୍ତ ଶ୍ରମିକ କରାଯାଉଛି। ଏହାକୁ ଶେଷ କରିବା ଲାଗି ୧୯୯୯ରେ ବିଶ୍ୱ ଶ୍ରମିକ ସଂଗଠନ ଏଥିପାଇଁ ଆଇନ ପ୍ରଣୟନ କରିଥିଲା। ଶିଶୁଙ୍କ ସୁରକ୍ଷା ଲାଗି ବିଶ୍ୱରେ ଗ୍ରହଣ କରାଯାଉଥିବା ସମସ୍ତ ଆଇନ ଓ ସେମାନଙ୍କ ବିକାଶ ପାଇଁ ଲାଗୁ କରାଯାଉଥିବା ଯୋଜନାକୁ ଆଗକୁ ନେବା ଲାଗି ଏହି ଦିବସ ସ୍ମରଣ କରାଇଦିଏ। ଏହି ଦିନ ଶିଶୁଙ୍କ ବିକାଶ ଲଗି ସଂକଳ୍ପ ନେବାର ଦିନଟିଏ ବୋଲି ଗ୍ରହଣ କରିବା ଚାହି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri