ସାର୍ବଜନୀନ ପୂଜା କମିଟିର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ:ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି

ଡୁବୁରୀ,୧୧-୯(ଡି.ଏନ୍‌.ଏ.)- ଡୁବୁରୀ ଅଞ୍ଚଳର ଅଗ୍ରଣୀ ପୂଜା ଅନୁଷ୍ଠାନ ସାବର୍ର୍ଜନୀନ ଦୂର୍ଗା ପୂଜା କମିଟି ପକ୍ଷରୁ ଆଗାମୀ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଏ ନେଇ କମିଟି ଆହ୍ବାନ କ୍ରମେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ହାଟ ଛକ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। କମିଟିର ଆବାହକ ସଞ୍ଜୟ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କମିଟିର ସମସ୍ତ ସଦସ୍ୟ ଯୋଗଦେଇ ପୂଜାକୁ କିପରି ଶାନ୍ତିଶୃଙ୍ଖଳାର ସହ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପୂଜାଦିନ ରାବଣ ପୋଡି ମଧ୍ୟ ଆୟୋଜିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା କମିଟିର ସଭାପତି ବିଷ୍ଣୁରଞ୍ଜନ ଦାସ, ଅଜୟ ସାହୁ, ଅକ୍ଷୟ ମହାରଣା, ଗୌତମ ଦାସ, ଟିକିନା ରାଉତ, ବୁଲୁ ମହାରଣା, ନୀଳମଣି ଜେନା, ସିଦ୍ଧେଶ୍ୱର ପାତ୍ର, ଶତ୍ରୁଘନ ସାହୁ ପ୍ରମୁଖ କହିଛନ୍ତି। ବୈଠକ ପରେ ନୀତିକାନ୍ତି ଅନୁସାରେ ପୂଜା କରାଯାଇ ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଗ୍ରାମ ମଶାଣିରୁ ମାଟି ଉଠା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପାଞ୍ଚଳରେ ୬୪% କମ୍‌ ବର୍ଷା

ଯାଜପୁର ଅଫିସ୍‌, ୨।୭: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଚଳିତ ବର୍ଷ ଜୁନରେ ସ୍ବାଭାବିକ ବର୍ଷାଠାରୁ ୬୪ ପ୍ରତିଶତ କମ ବର୍ଷା ହୋଇଛି। ଏହାସହ ସାରା...

ମାଟିରେ ମିଶିବ ରୂପେଶ ଭଦ୍ରଙ୍କ ବିବାଦୀୟ ଅତିଥିଭବନ: ବିରୋଧ ସତ୍ତ୍ୱେ ଭଙ୍ଗା କାର୍ଯ୍ୟ ଆରମ୍ଭ

ଧର୍ମଶାଳା/ରସୁଲପୁର,୭।୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିବାଦକୁ ଆସିଥିବା ବାଲିଗରିରେ ଥିବା ଅତିଥିଭବନ...

କାମରେ ଲାଗୁନି ଅଙ୍ଗନୱାଡି ଗୃହ

କୋରେଇ,୨୭ା୫(ସ୍ବ.ପ୍ର.): କୋରେଇ ବ୍ଲକ ତଳଗଡ଼ ପଞ୍ଚାୟତ ଉପୁଳାଇ ଅଙ୍ଗନୱାଡି ଗୃହ ପିଲାଙ୍କ କାମରେ ଲାଗୁନି। ଦୁଇବର୍ଷ ହେଲା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ...

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌ ଭ୍ୟାନ୍‌: ୩ ମୃତ, ୬ ଗୁରୁତର

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୯।୪(ସ୍ବ.ପ୍ର.): ଯାଜପୁର ଜିଲା ଚଣ୍ଡିଖୋଲ-ପାରାଦୀପ ୫୩ ନଂ.ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଳ ଛକ ନିକଟରେ ଶନିବାର ସକାଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର...

ସୌର ଶୀତଳ କକ୍ଷ ଘୋଷଣାରେ ସୀମିତ

ରସୁଲପୁର,୨ା୩(ଡି.ଏନ.ଏ.): ୨୦୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ପଞ୍ଚାୟତରେ, ଦୈନିକ ପରିବାହାଟ ନିକଟରେ ଓ ପରିବା ପରିବହନ କେନ୍ଦ୍ର ଆଦି ସ୍ଥାନରେ...

ଜଗତସିଂହପୁରରୁ ନିଖୋଜ ଯବାନଙ୍କ ମୃତଦେହ ଯାଜପୁରରୁ ମିଳିଲା

ଯାଜପୁର/ଜଗତସିଂହପୁର ଅଫିସ,୨୦ା୪: ଜଗତସିଂହପୁର ଜିଲା ଏରସମା ଥାନା ଅଧୀନ ସୋମପୁର ଗ୍ରାମର ଯବାନ ସୂର୍ଯ୍ୟକାନ୍ତ କୁଆଁର ୧୭ ତାରିଖରୁ ନିଖୋଜ ରହିଥିଲେ। ଦୁଇ ଦିନ ପୂର୍ବରୁ...

ଲକ୍ଷ୍ମୀନଗର ଡାଇଭର୍ସନରେ ବଢୁଛି ଦୁର୍ଘଟଣା

କୋରେଇ,୨୫ା୨(ଡି.ଏନ.ଏ.): ଯାଜପୁର ଜିଲା ପାଣିକୋଇଲିଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ୨୦ର କୋରେଇ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ଛକ ନିକଟ ଡାଇଭର୍ସନରେ ଦୁର୍ଘଟଣା ବଢ଼ି...

ଜିଆରଏସ୍‌ଙ୍କ ବିରୋଧରେ ସରପଞ୍ଚ, ସମିତି ସଭ୍ୟାଙ୍କ ଅଭିଯୋଗ

ଛତିଆ,୨।୮(ଡିଏନ୍‌ଏ)- ବଡଚଣା ପଞ୍ଚାୟତ ସମିତି ଅଧୀନ ସମିଆଁ ପଞ୍ଚାୟତର ଜଣେ ଜିଆର୍‌ଏସ୍‌ଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ସରପଞ୍ଚ ଓ ସମିତି ସଭ୍ୟ ଜିଲାପାଳ ରଞ୍ଜନ କୁମାର...

Advertisement
Archives

Model This Week