Posted inଖେଳ

ସାମିଙ୍କ ହ୍ୟାଟ୍ରିକ: ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

ସାଉଥାମ୍ପ୍‌ଟନ,୨୩।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ରୋଜ୍‌ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୨୮ତମ ମ୍ୟାଚ୍‌ରେ ଭାରତ ୧୧ ରନ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ମ୍ୟାଚ୍‌ର ଅନ୍ତିମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲ୍‌ରେ ଉଇକେଟ ନେଇ ଦ୍ରୁତ ବୋଲର ମହମ୍ମଦ ସାମି ହ୍ୟାଟ୍ରିକ୍‌ ଅର୍ଜନ କରିବା ସହ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ହରାଇ ୨୨୪ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୪୯.୫ ଓଭରରେ ୨୧୩ ରନ୍‌ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ଏଥିସହିତ ଭାରତ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ଆଫଗାନିସ୍ତାନ ୬ଟି ମ୍ୟାଚ୍‌ ଖେଳି ସବୁଥିରେ ପରାଜୟ ବରଣ କରି ପଏଣ୍ଟ ତାଲିକାରେ ଖାତା ଖୋଲି ନ ପାରି ତାଲିକାର ଅନ୍ତିମ ତଥା ଦଶମ ସ୍ଥାନରେ ରହିଛି। କଞ୍ଜୁସ ବୋଲିଂ କରି ୨ ଉଇକେଟ ଅକ୍ତିଆର କରିଥିବା ଯଶପ୍ରୀତ ବୁମ୍‌ରା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ମାମୁଲି ବ୍ୟାଟିଂ କରିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ରୁ ଶିକ୍ଷା ଲାଭ କରିଥିବ।
୨୨୫ ରନ୍‌ ଛୋଟିଆ ବିଜୟ ଲକ୍ଷ୍ୟର ପିଛାକରି ଆଫଗାନିସ୍ତାନ ଭଲ ଆରମ୍ଭ କରିଥିଲା। ବିଜୟ ହାସଲ ପାଇଁ ଭାରତକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଦଳ ତରଫରୁ ମହମ୍ମଦ ନବୀ ୫୨, ରହମତ ଶାହ ୩୬, ଗୁଲବଦିନ ନାଇବ ୨୭, ନାଜିବୁଲ୍ଲା ଜଡ୍ରାନ ୨୧, ହଜରତୁଲ୍ଲା ଜାଜାଇ ୧୦, ରସିଦ ଖାଁ ୧୪ ରନ୍‌ କରି ଆଉଟ ହୋଇଥିଲେ। ନବୀ ୫୫ଟି ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ଗୋଟିଏ ଛକା ସହ ୫୨ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳି ଭାରତୀୟ ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ। ନବୀ ଆଉଟ ହେବା ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ବୋଲିଂରେ ଭାରତ ତରଫରୁ ସାମି ସର୍ବାଧିକ ୪, ଯଶପ୍ରୀତ ବୁମ୍‌ରା, ୟୁଜ୍‌ବେନ୍ଦ୍ର ଚହଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହି ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହୋଇଥିଲା। ଆଶା କରାଯାଉଥିଲା କି ଭାରତ ବଡ଼ ସ୍କୋର ହାସଲ କରିବ। ଭାରତର ମିଡଲ ଅର୍ଡର ସାଂଘାତିକ ଭାବେ ବିଫଳ ହୋଇଥିଲା। କିନ୍ତୁ ଆଫଗାନିସ୍ତାନ ସ୍ପିନରମାନେ ନିୟମିତ ଅନ୍ତରରେ ଉଇକେଟ ହାସଲ କରିବା ସହ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଯାହାଫଳରେ ଭାରତ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଭାରତ ଆରମ୍ଭରୁ ଇନ୍‌ଫର୍ମ ଓପ୍‌ନର ରୋହିତ ଶର୍ମାଙ୍କୁ ହରାଇଥିଲା। ମାତ୍ର ୧ ରନ୍‌ କରିଥିବା ବେଳେ ରୋହିତ ମୁଜିବ ଉର ରହମାନଙ୍କ ବଲ୍‌ରେ କ୍ଲିନ୍‌ବୋଲ୍ଡ ହୋଇଥିଲେ। ଏହାପରେ ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପ୍‌ନର ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ୫୭ ରନ୍‌ ସଂଗ୍ରହ କରିଥିଲେ। ତେବେ ବେପରୁଆ ଭାବେ ମହମ୍ମଦ ନବୀଙ୍କ ବଲ୍‌କୁ ରିଭର୍ସ ସୁଇପ୍‌ ଖେଳି ଶର୍ଟ ଥାର୍ଡ ମ୍ୟାନ୍‌ରେ ରାହୁଲ ହଜରତୁଲ୍ଲା ଜାଜାଇଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର ୨୯ ରନ କରିଥିବା ବେଳେ ରହମତ ଶାହଙ୍କ ବଲ୍‌ରେ ସୁଇପ୍‌ କରିବାକୁ ଯାଇ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ୬୩ ବଲରୁ ୫ ଚୌକା ସହ ୬୭ ରନ୍‌ କରି କ୍ରିଜ୍‌ରେ ଜମିଆସୁଥିବା ବେଳେ କୋହଲି ନବୀଙ୍କ ବଲ୍‌ରେ ପଏଣ୍ଟ ଉପରକୁ ଖେଳିବାକୁ ଯାଇଥିଲେ। ତେବେ ଅତିରିକ୍ତ ବାଉନ୍ସ ଯୋଗୁ ସେ ପଏଣ୍ଟରେ ରହମତଙ୍କ ହାତରେ ଧରାପଡିଥିଲେ। ତୃତୀୟ ଉଇକେଟରେ କୋହଲି ଓ ଶଙ୍କର ୫୮ ରନ୍‌ ସଂଗ୍ରହ କରିଥିଲେ। କୋହଲି ଆଉଟ୍‌ ହେବା ପରେ ଭାରତ ମୁମେଣ୍ଟମ୍‌ ବା ଗତି ହରାଇଥିଲା। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ମନ୍ଥର ବ୍ୟାଟିଂ କରି ୫୨ଟି ବଲ ଖେଳି ୩ଟି ଚୌକା ସହ ମାତ୍ର ୨୮ ରନ୍‌ କରିଥିବା ବେଳେ ତାରକା ସ୍ପିନର ରସିଦ ଖାଁ ବଲ୍‌ରେ ଷ୍ଟମ୍ପ ଆଉଟ ହୋଇଥିଲେ। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ କେଦାର ଯାଦବ ବେଶ୍‌ ଲଢ଼େଇ କରିଥିଲେ ଓ ୬୮ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହ ୫୨ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳି ଗୁଲବଦିନ ନାଇବଙ୍କ ବଲ୍‌ରେ ବଦଳ ଖେଳାଳି ନୁର ଅଲି ଜଡ୍ରାନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ପଞ୍ଚମ ଉଇକେଟରେ ଧୋନୀ ଓ କେଦାର ୫୭ ରନ୍‌ ସଂଗ୍ରହ କରିଥିଲେ। ତେବେ ଏହା ଯଥେଷ୍ଟ ହୋଇ ନ ଥିଲା। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ୭, ମହମ୍ମଦ ସାମି ୧ ରନ୍‌ କରି ଆଉଟ ହୋଇଥିବା ବେଳେ କୁଲଦୀପ ଯାଦବ ଓ ଯଶପୀତ ବୁମ୍‌ରା ୧ ରନ୍‌ ଲେଖାଏ କରି ଅପରାଜିତ ରହିଥିଲେ। ଆଫଗାନିସ୍ତାନ ବୋଲରମାନେ ଦୃଷ୍ଟାନ୍ତମୂଳକ ବୋଲିଂ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ୧୫୨ଟି ଡଟ୍‌ ବଲ୍‌ ଦେଇଥିଲେ। ଅର୍ଥାତ ୨୫.୨ ଓଭରରେ ଭାରତ କୌଣସି ରନ୍‌ ସଂଗ୍ରହ କରି ନ ଥିଲା। ଗତ ମ୍ୟାଚ୍‌ରେ ଆଫଗାନିସ୍ତାନ ଇଂଲଣ୍ଡ ବିପକ୍ଷରେ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲା ଓ ୨୫ଟି ଛକା ଦେଇଥିଲା। ମିଡଲ ଓଭରରେ ଧୋନୀ ଷ୍ଟ୍ରାଇକ୍‌ ରୋଟେଟ୍‌ କରିବାରେ ବିଫଳ ହୋଇଥିଲେ। ସବୁଠାରୁ ବଡ଼ କଥା ହେଉଛି, ଆଫଗାନିସ୍ତାନର ୩ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନ କୌଣସି ରିସ୍କ ନେବାକୁ କୁଣ୍ଠାବୋଧ କରିଥିଲେ। ଏପରି କି ଫୁଲଟସ୍‌ ବଲ୍‌ଗୁଡିକୁ ଧୋନୀ ଓ କେଦାର ଡିଫେନ୍ସ କରିଥିବା ଦେଖାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ମ୍ୟାଚ୍‌ ପୂର୍ବରୁ ଭାରତ ତା’ର ୩ଟି ମ୍ୟାଚ୍‌ରେ ୧୪ଟି ଉଇକେଟ ହରାଇଥିଲେ ମଧ୍ୟ ସ୍ପିନରଙ୍କୁ ଉଇକେଟ ଦେଇ ନ ଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ନାଇବ ଓ ନବୀ ଦୁଇଟି ଲେଖାଏ, ରହମାନ, ଅଫତାବ ଆଲମ, ରସିଦ ଓ ରହମତ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri