ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱ: ଅସମାହିତ ପ୍ରଶ୍ନର ସମାହାର

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ରାଜନୀତିରେ ସବୁକିଛି ସମ୍ଭବ। ଏଠି କେହି କାହାର ଚିର ଶତ୍ରୁ କିମ୍ବା ମିତ୍ର ନୁହନ୍ତି। ରାଜ୍ୟରେ ଖାଲିଥିବା ୩ଟି ରାଜ୍ୟ ସଭା ଆସନ ପ୍ରାର୍ଥୀ ଘୋଷଣା ପରେ ଏହା ପ୍ରମାଣିତ ହୋଇଥିବା କୁହାଗଲାଣି । ସଂଖ୍ୟାଗରିଷ୍ଠ ଥାଇ ବିଜେଡି ଯେଉଁଭଳି ଭାବେ ଭାଜପା ରାଜ୍ୟ ସଭା ପ୍ରାର୍ଥୀଙ୍କୁ ସମର୍ଥନ କଲା, ତାହା ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ହୋଇଛି। ସଦ୍ୟ ସମାପ୍ତ ନିର୍ବାଚନରେ ପରସ୍ପର ବିରୋଧରେ ସର୍ବାଧିକ ରାଜନୈତିକ ଆକ୍ରମଣ କରିଥିବା ଦୁଇ ଦଳ ନିର୍ଦ୍ଦିଷ୍ଟ ପ୍ରଶାସନିକ ଅଧିକାରୀଙ୍କୁ ରାଜ୍ୟ ସଭା ପଠାଇବା ପାଇଁ ସହମତ ହେଲେ। ଏହା ଶାସକ ବିଜେଡି ମଧ୍ୟରେ ଥିବା ନେତା, କର୍ମୀ ଓ ରାଜ୍ୟ ସଭା ଆଶାୟୀଙ୍କୁ ହତୋତ୍ସାହିତ କରିଛି। ଅନୁରୂପ ଭାବେ ଏବେ ମଧ୍ୟ ମିଶନ୍‌-୧୨୦ ଆସନର ଲକ୍ଷ୍ୟ ରଖୁଥିବା ଭାଜପାର ତୃଣମୂଳ କର୍ମୀଙ୍କୁ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱ ଅଡୁଆରେ ପକାଇଛି। ବିଜେଡିର ୧୯ ବର୍ଷର ଶାସନକୁ ସମାଲୋଚନା କରିଆସୁଥିବା ଭାଜପା ଶେଷରେ ସେହି ଦଳର ସାହାଯ୍ୟ ନେଇ ରାଜ୍ୟ ସଭା ସିଟ୍‌ ହାତକୁ ନେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଯଦି ଜଣେ ପୂର୍ବ ପ୍ରଶାସକକୁ ରାଜ୍ୟ ସଭା ପଠାଯାଇପାରୁଛି। ତେବେ ଦୀର୍ଘଦିନ ଧରି ବିତର୍କରେ ରହିଥିବା ସ୍ବତନ୍ତ୍ର ରାଜ୍ୟପାହ୍ୟା, କୋଇଲା ରୟାଲ୍‌ଟି ସଂଶୋଧନ, ମହାନଦୀ ଏବଂ ପୋଲାଭରମ୍‌ ପ୍ରସଙ୍ଗ ସମାଧାନ ରାସ୍ତା କାହଁିକି ବାହାରି ପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି। ଏଭଳି ସ୍ଥଳେ ପାଟକୁରା ଓ ବିଜେପୁର ବିଧାନସଭା ରାଜନୈତିକ ଗୁରୁତ୍ୱ ହରାଇଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଲେଣି, ଏସବୁ ପରେ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଥିବା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱ ପଛରେ କର୍ପୋରେଟ ଲବି ଥିବା କୁହାଯାଉଛି।

ଅଶ୍ୱିନୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରହିଥିଲେ। ହେଲେ ସେହି ପରିଚୟ ଯେ କେବଳ ତାଙ୍କୁ ରାଜ୍ୟ ସଭା ପର୍ଯ୍ୟନ୍ତ ପହଞ୍ଚାଇଦେଲା, ଏ କଥା ସାଧାରଣ ବୁଦ୍ଧିରେ ହଜମ ହେଉନାହିଁ। ପ୍ରଶାସନିକ ଅଧିକାରୀ ଭାବେ ପରିଚୟକୁ ବାଦ୍‌ ଦେଲା ପରେ ଅଶ୍ୱିନୀ ବୃହତ୍‌ କମ୍ପାନୀ ସହ ଜଡ଼ିତ ଥିବା ଆଲୋଚନା ହେଉଛି। ଏହି କମ୍ପାନୀ ଓଡ଼ିଶାରେ ଖଣି କାରବାର କରି ସର୍ବୋଚ୍ଚ ମୁନାଫା ଅର୍ଜନ କରୁଛି। ରାଜ୍ୟର ଖଣି ନୀତି କ’ଣ ହେବ, ତାହା ନିର୍ଦ୍ଧାରଣ କରୁଛି। ସେହିପରି ଚଳିତ ନିର୍ବାଚନରେ ଏହି କମ୍ପାନୀ ରାଜ୍ୟର ସବୁ ପ୍ରମୁଖ ରାଜନୈତିକ ଦଳକୁ ବୃହତ୍‌ ଆକାରର ଚାନ୍ଦା ପ୍ରଦାନ କରିଛି। ସାଧାରଣତଃ କୌଣସି ସରକାର କ୍ଷମତାକୁ ଆସିଲେ ଜନମଙ୍ଗଳକାରୀ ଯୋଜନା ଘୋଷଣା କରିଥାନ୍ତି, ଅଥବା ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି
ପାଳନ କରିଥାଆନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଶପଥ ନେବାର ଦିନ କେଇଟା ପରେ ୪୦ଟି ଖଣି ନିଲାମ ନେଇ ତତ୍ପରତା ପ୍ରକାଶ କରିଥିଲେ। ତନ୍ମଧ୍ୟରୁ ୪ଟିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ଉଲ୍ଲେଖ କରିଥିଲେ। ଏପରିକି ପୂର୍ବରୁ ବେଆଇନ ଭାବେ ଖଣି ଉତ୍ତୋଳନ କରି ଜରିମାନା ଦେଇଥିବା କମ୍ପାନୀଙ୍କୁ ନିଲାମରୁ ଦୂରେଇ ରଖାଯାଉ ବୋଲି କଥା ଉଠିଥିଲା। ସର୍ବୋପରି ଓଡ଼ିଶା ଖଣି ନିଗମ(ଓଏମ୍‌ସି)କୁ ସମସ୍ତ ଖଣିର ପରିଚାଳନା ଦିଆଯାଉ ବୋଲି କେତେକ ବ୍ୟକ୍ତିବିଶେଷ ମତ ରଖିଥିଲେ। ହେଲେ ତାହାକୁ ଅଣଦେଖା କରାଯାଇଥିଲା। ଏହି ଘଟଣାକୁ ରାଜ୍ୟ ସଭା ନିର୍ବାଚନ ସହ ଯୋଡ଼ିଲେ ସବୁ କିଛି ପୂର୍ବ ରଣନୀତି ଥିଲା ବୋଲି ସ୍ପଷ୍ଟ ହେଉଛି।

ସେହିପରି ରାଜ୍ୟକୁ ସର୍ବାଧିକ ସୁବିଧା ଦେବାକୁ ପ୍ରତିଶ୍ରୁତି ଦେବା ଦଳକୁ କେନ୍ଦ୍ରରେ ସମର୍ଥନ କରାଯିବ ବୋଲି ବିଜେଡି ସଭାପତି ଏକାଧିକ ରାଜନୈତିକ ସାକ୍ଷାତ୍‌କାରରେ ମତ ରଖିଥିଲେ। ତେବେ କେନ୍ଦ୍ର-ରାଜ୍ୟ ମଧ୍ୟରେ ସେମିତି କିଛି ହେଲା କି ବୋଲି ପ୍ରଶ୍ନ ଉଠୁଛି। କେନ୍ଦ୍ରୀୟ ଅବହେଳା, ସ୍ବତନ୍ତ୍ର ରାଜ୍ୟପାହ୍ୟା, କୋଇଲା ରୟାଲ୍‌ଟି ବୃଦ୍ଧି ଏବଂ ସ୍ବତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ(ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌) ମାନ୍ୟତା ନେଇ କେନ୍ଦ୍ର ନିଜ ଆଭିମୁଖ୍ୟ କିଛି ସ୍ପଷ୍ଟ କରିନାହିଁ। ତେବେ କେଉଁ ରାଜନୈତିକ ଡିଲ୍‌ ବିଜେଡି-ଭାଜପାକୁ ସହମତି ସ୍ତରକୁ ନେଇଆସିଲା ବୋଲି ଆଲୋଚନା ହେଉଛି। ରାଜ୍ୟର କେତେଜଣ ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ବିଜେଡିରେ ବହୁତ ନେତା ଟିକେଟ୍‌ ଆଶାୟୀ ରହିଥିଲେ। ସମସ୍ତଙ୍କୁ ଟିକେଟ୍‌ ମିଳିନାହିଁ, ଅନେକେ ନିର୍ବାଚନ ଲଢ଼ିବାର ସୁଯୋଗ ପାଇ ମଧ୍ୟ ପରାସ୍ତ ହୋଇଛନ୍ତି। କେତେକ ଛାମୁଆ କର୍ମୀ ଦଳ ପ୍ରତି ବିମୁଖ ହେଲେଣି। ତେଣୁ ସେମାନଙ୍କୁ ବିଧାନ ପରିଷଦରେ ଥଇଥାନ କରାଯିବ। ଓଡ଼ିଶା ବିଧାନସଭାରେ ଏନେଇ ସଂକଳ୍ପ ଗୃହୀତ ହୋଇଥିଲେ ମଧ୍ୟ କେନ୍ଦ୍ରର ମଞ୍ଜୁରୀ ଆବଶ୍ୟକତା ରହିଛି। ତେଣୁ ଏହିସବୁ କାରଣରୁ ବିଜେଡି ପକ୍ଷରୁ ଭାଜପା ରାଜ୍ୟ ସଭା ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିବା କଥା କୁହାଯାଉଛି। ଅପରପକ୍ଷରେ ବିଜେଡିର ଅଧଡଜନରୁ ଅଧିକ ନେତା ଚିଟ୍‌ଫଣ୍ଡ ମାମଲା ନେଇ ସିବିଆଇ ନଜରରେ ରହିଛନ୍ତି । ଏମାନେ ସମସ୍ତେ ବିଜେଡି ଶୀର୍ଷ ନେତୃତ୍ୱଙ୍କ ନିକଟତର ବ୍ୟକ୍ତିବିଶେଷ। ୩ ଦିନ ତଳେ ଆନ୍ଧ୍ରପ୍ରଦେଶର ଟିଡିପିର ୪ ରାଜ୍ୟ ସଭା ସଦସ୍ୟଙ୍କୁ ଭାଜପା ନିଜ ସପକ୍ଷକୁ ନେଇସାରିଛି। ସେମାନଙ୍କ ମଧ୍ୟରେ ୨ ଜଣ ଏପରି ବ୍ୟକ୍ତିବିଶେଷ ଅଛନ୍ତି, ଯେଉଁମାନଙ୍କୁ ଭାଜପା ପୂର୍ବରୁ ଆନ୍ଧ୍ରପ୍ରଦେଶର ବିଜୟ ମାଲ୍ୟା ବୋଲି ଅଭିହିତ କରିଥିଲା। ହେଲେ ସେମାନେ ଏବେ ଭାଜପାରେ । ତେଣୁ ସାମ, ଦାନ, ଦଣ୍ଡ, ଭେଦ ରଣନୀତି ଆପଣାଇଥିବା ଭାଜପାର ଆଭିମୁଖ୍ୟକୁ ଅପେକ୍ଷାକୃତ ରକ୍ଷଣାତ୍ମକ କରିବା ପାଇଁ ବିଜେଡି ଏହି ରଣନୀତି ଆପଣାଇଥିବା କୁହାଯାଉଛି। ଅପରପକ୍ଷରେ ଭାଜପା ରାଜ୍ୟରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି। ସଂସଦୀୟ ଜନମତରେ ବିଜେଡିଠାରୁ ମାତ୍ର ୪ ପ୍ରତିଶତ ଭୋଟ କମ୍‌ ପାଇଛି। ସେହିପରି ଯେ ପର୍ଯ୍ୟନ୍ତ କେରଳ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଭାଜପା ଶାସନ କରିନାହିଁ, ସେ ଯାଏ ଦଳର ସ୍ବର୍ଣ୍ଣିମ ସମୟ ଆସି ନ ଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହି ଆସୁଛନ୍ତିି। ତେଣୁ ବିଜେଡି ରଣନୀତି ଦଳକୁ କେତେ ଫାଇଦାରେ ରଖିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଖିମୁଠି ଅନୁକୂଳ କଲେ ପ୍ରଣବ

ସମ୍ବଲପୁର,୧୦ା୫: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲା ରେଙ୍ଗାଲି ଢୋରୋପାଣିରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ...

ରାଜ୍ୟବାସୀଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୫: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି,...

ଅକ୍ଷୟ ତୃତୀୟା ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: ଆଜି ହେଉଛି ଅକ୍ଷୟ ତୃତୀୟା। ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ସମର୍ପଣ ଓ ଭକ୍ତିଭାବପୂର୍ବକ ପାରମ୍ପରିକ ରୀତିରେ କୃଷକ ତଥା ଲୋକମାନଙ୍କ ଦ୍ୱାରା...

ବିଜେଡିର ନିର୍ବାଚନୀ ଇସ୍ତାହାରକୁ କଟାକ୍ଷ କଲେ ଧର୍ମେନ୍ଦ୍ର, କହିଲେ…

ଭୁବନେଶ୍ୱର,୧୦।୫: ବିଜେଡିର ନିର୍ବାଚନୀ ଇସ୍ତାହାରକୁ ନେଇ କଟାକ୍ଷ କଲେ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି, ବିଜେଡି ଇସ୍ତାହାରରେ କିଛି ନୂଆ ନାହିଁ , ଭାଜପାର ଇସ୍ତାହାରକୁ...

୬ ଦିନ ଝଡ଼ବର୍ଷା; ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦।୫(ଅନୁରାଧା ମହାରଣା)- ରାଜ୍ୟର ଅଧାରୁ ଅଧିକ ଜିଲାରେ କାଳ ବୈଶାଖୀ ପ୍ରଭାବରେ ତାତିରୁ ଆଶ୍ୱସ୍ତି ମିଳିଛି। ୩ଟି ସହରକୁ ବାଦଦେଲେ ସମଗ୍ର ଓଡ଼ିଶାରେ ତାପମାତ୍ରା ଗୁରୁବାର...

ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’:ଏତିକି ବେଳୁ ଆରମ୍ଭ ହେବ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର, ୧୦।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ରାତି ୮ଟା ୩୦ରେ ଏକ...

ବିରୋଧୀଙ୍କ ଉପରେ ଭାରି ପଡିପାରେ ୧୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ BSKY ଯୋଜନା

ଭୁବନେଶ୍ୱର,୧୦ା୫: ଉପଭୋକ୍ତାଙ୍କୁ ୧୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ କୃଷି କ୍ଷେତ୍ରକୁ ମାଗଣା ବିଜୁଳି। ବିଏସକେୱାୟୀ ଯୋଜନାରେ ସରକାରୀ ଚାକିରିଆ ଓ ମଧ୍ୟବିତ୍ତ ପରିବାରଙ୍କୁ ସାମିଲ।...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri