ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି ଲୋକେ: ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ଼

ଚୌଦ୍ୱାର,୧୧।୫(ଡି.ଏନ୍‌.ଏ.): ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ରାଜ୍ୟ ସରକାର ଅନେକ କଟକଣା ମଧ୍ୟ ଜାରି କରିଛନ୍ତି। ମାତ୍ର କଟକ ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଚୌଦ୍ୱାରସ୍ଥିତ କିଛି ନିର୍ଦ୍ଦିଷ୍ଟ ବ୍ୟାଙ୍କ ସମ୍ମୁଖରେ ସୋମବାର ପ୍ରବଳ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି। ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରିବା ସହିତ ବ୍ୟାଙ୍କ ଜରିଆରେ ଅର୍ଥ ପ୍ରଦାନ କରୁଛନ୍ତି। ଏହି ଅର୍ଥ ନେବା ପାଇଁ ବ୍ୟାଙ୍କ ସମ୍ମୁଖରେ ମହିଳାଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସାମାଜିକ ଦୂରତ୍ୱ ନେଇ ବ୍ୟାଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ବେଳେ ଏଥିପ୍ରତି ପ୍ରଶାସନର ମଧ୍ୟ ଦୃଷ୍ଟି ନାହିଁ। ଆଗାମୀ ଦିନରେ ଏଭଳି ଭିଡ଼ ଲଗିରହିଲେ ଚୌଦ୍ୱାରରେ ପରିସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ରହିଛି। ଏଥିପ୍ରତି ଉଭୟ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୋଲିସ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସମ୍ବଲପୁର ଓସିସିଏଲ୍‌ର ସିନିୟର ମ୍ୟାନେଜର

ସମ୍ବଲପୁର ଅଫିସ,୨୦ା୯: ସମ୍ବଲପୁର ଓସିସିଏଲର ସିନିୟର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସ...

ସଦସ୍ୟ ଅଭାବ: ଚାଲିପାରୁନି ସେଲ୍‌ସ ଟ୍ୟାକ୍ସ ଟ୍ରିବ୍ୟୁନାଲ

କଟକ ଅଫିସ ୧୨ା୯: ଅଧିକାରୀ ଏବଂ କର୍ମଚାରୀ ଅଭାବରୁ ରାଜ୍ୟ ଅର୍ଥ ବିଭାଗ ଅଧୀନରେ ଥିବା ବିକ୍ରିକର ନ୍ୟାୟାଧିକରଣ(ସେଲ୍‌ସ ଟ୍ୟାକ୍ସ ଟ୍ରିବ୍ୟୁନାଲ) ଦୀର୍ଘ ଦିନ ହେବ...

ଆଜି ରତ୍ନ ସିଂହାସନକୁ ବିଜେ କରିବେ ଚତୂର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୧୨।୭: ଆଜି ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ । ଚତୂର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କରିବେ। ତିନି ଠାକୁରଙ୍କ ଗୋଟି ପହଣ୍ଡି ସନ୍ଧ୍ୟାରେ ଅନୁଷ୍ଠିତ...

ହାତୀପଲ ଭାଙ୍ଗିଲେ ୨ ଘର

ବଡ଼ସାହି,୨୫ା୧୧(ସ୍ବ.ପ୍ର.)-ନୀଳଗିରି ବନାଞ୍ଚଳକୁ ଯିବା ବାଟରେ ଝାଡଖଣ୍ଡ ହାତୀପଲ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲ୍ଳକ ଜଙ୍ଗଲତଳି ଇଲାକାରେ ଉପଦ୍ରବ ଚଳାଇଛନ୍ତି। ରବିବାର ବିଳମ୍ବିତ ରାତିରେ ସେମାନେ ଭୀମଦା...

୧୨ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରେଢାଖୋଲ,୫।୧୧(ଡି.ଏନ୍‌.ଏ): ୧୨ ଦଫା ଦାବିରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ରେଢାଖୋଲ ଶାଖା ପକ୍ଷରୁ ଶନିବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ...

ନାବାଳିକାଙ୍କ ବିବାହ ରୋକିଲା ଶିଶୁ ସୁରକ୍ଷା କମିଟି

କେନ୍ଦୁଝର, ୧୪ା୫ (ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ସୁଲେଇଖମାର ଗ୍ରାମରେ ସୋମବାର ଜଣେ ନାବାଳିକାଙ୍କ ବିବାହ ଚାଲିଥିଲା। ଖବର ପାଇ ଶିଶୁ ସୁରକ୍ଷା କମିଟି...

ସ୍କୁଲ୍‌ ଯିବାକୁ ଡରୁଛନ୍ତି ଛାତ୍ରୀ

ପାଟଣା,୨୬ା୯(ସ୍ବ.ପ୍ର.): ପ୍ରଧାନ ଶିକ୍ଷୟିତ୍ରୀ ଶ୍ରେଣୀ ଗୃହରେ ତାଲା ପକାଇ ରଖି ଦେଉଛନ୍ତି। ପରିସ୍ରା କରିବାକୁ ବି ଛାଡୁ ନାହାନ୍ତି। କବାଟ ବାଡ଼େଇଲେ ମାଡ଼ ମାରୁଛନ୍ତି। ଏଭଳି...

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବବ୍‌ଲୁ ଆହତ

କଟକ ଅଫିସ୍‌, ୧୧।୧୨: କଟକ ନାରାଜରେ ବୁଧବାର ସକାଳେ ପୋଲିସ ଏନକାଉଣ୍ଟର କରିଛି। ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ବାଡର ମିଳିତ ଭାବେ କରାଯାଇଥିବା ଏହି...

Advertisement
Archives

Model This Week