ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି

କଟକ ଅଫିସ,୨୪ା୧:ହାଇକୋର୍ଟ ଆଡଭୋକେଟ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ। ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ସାବିତ୍ରୀଙ୍କ ନାମ ଗତ ବୁଧବାର ସୁପାରିସ କରାଯାଇଥିଲା। କଲେଜିୟମର ସୁପାରିସ ଉପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ମୋହର ମାରିବା ପରେ ରଥ ନିଯୁକ୍ତି ପାଇବେ। ସାବିତ୍ରୀ ଏବେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଥାଉ କି, ସାବିତ୍ରୀ ହେଉଛନ୍ତି ରାଜ୍ୟର ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ପ୍ରଫୁଲ୍ଲ ରଥଙ୍କ ଝିଅ। କଟକରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ଦିଲ୍ଲୀରେ ଆଇନ ବିଦ୍ୟା ଲାଭ କରିଥିଲେ। ପରେ ଓଡ଼ିଶା ଆସି ହାଇକୋର୍ଟରେ ପ୍ରାକ୍ଟିସ୍‌ ଆରମ୍ଭ କରିଥିଲେ। ହାଇକୋର୍ଟର ତତ୍କାଳୀନ ବରିଷ୍ଠ ଓକିଲ ତଥା ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ପ୍ରଫୁଲ୍ଲ ମିଶ୍ରଙ୍କ ଅଧୀନରେ ସେ ଓକିଲାତି କରୁଥିଲେ। ଏହା ପରେ ଭିଜିଲାନ୍ସ ଷ୍ଟାଣ୍ଡିଂ କାଉନସେଲ୍‌ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା: ୫୨ ଦିନ ପରେ ମାଟି ତଳୁ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୨୨।୧୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ପଞ୍ଚାୟତ ଛଣବଗଡ ଗାଁର ସାଇବାଣୀ ମଲ୍ଲିକ ନାମକ ଜଣେ ୭୦ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ...

ମଦ କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା

ଖଲ୍ଲିକୋଟ,୩୦ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା କୁଶଢ଼ିପ ଛକ ନିକଟରେ ରବିବାର ରାତିରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଛକରେ ଚାଲିଥିବା ବେଆଇନ ମଦ...

ପ୍ରକଳ୍ପରୁ ମିଳୁନି ପାନୀୟ ଜଳ: ପୋଖରୀ ପାଣି ଭରସା

ଖଣ୍ଡପଡ଼ା/ଭାପୁର,୨୭ା୪(ସ୍ବ.ପ୍ର./ଡି.ଏନ.ଏ.): ଭାପୁର ବ୍ଲକ ବାଇଗୁଣିଆଁ ପଞ୍ଚାୟତ କେଶରସିଂ ନୂଆସାହି ଗ୍ରାମବାସୀଙ୍କ ପାଇଁ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇଛି। ପ୍ରକଳ୍ପ ଥିଲେ ବି ସେଥିରୁ ଜଳ ମିଳୁନି।...

ଦୁର୍ବଳ ହେଉଛି ଲଘୁଚାପ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହୋଇଥିବାବେଳେ ଏହା ଘୂର୍ଣ୍ଣିବଳୟରେ ପରିଣତ ହୋଇ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଏବଂ...

ଘର ଘର ବୁଲି ପିଡିଏସ୍‌ ହିତାଧିକାରୀଙ୍କୁ ଆର୍ଥିକ ସହାୟତା

ବନ୍ତ,୯।୪(ସ୍ବ.ପ୍ର.)-କରୋନା ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପିଡିଏସ୍‌ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା...

ପେନ୍‌ସନ୍‌ ପାଇଁ ଟ୍ରଲିରେ ଆସିଲେ ବୃଦ୍ଧ

ତିହିଡ଼ି, ୧୦ା୮(ସ୍ବ.ପ୍ର.)-ଭଦ୍ରକ ଜିଲା ତିହିଡ଼ି ୟୁକୋ ବ୍ୟାଙ୍କ ଶାଖାରୁ ପେନସନ ନେବା ପାଇଁ ଜଣେ ଅସହାୟ ବୃଦ୍ଧ ଟ୍ରଲିରେ ବୁହାହୋଇ ବ୍ୟାଙ୍କକୁ ଆସିଥିବା ଦେଖିବାକୁ ମିଳିଥିଲା।...

୯ ସହରରେ ହେବ ଅତ୍ୟାଧୁନିକ ଶୌଚାଳୟ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଖୁବ୍‌ଶୀଘ୍ର ବିଭିନ୍ନ ସ୍ଥାନରେ ପଞ୍ଚତାରକା ତଥା ଅତ୍ୟାଧୁନିକ ଶୌଚାଳୟ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୯...

ଅଯୋଗ୍ୟ ହାତେଇଲେ ଘର

ଧାମନଗର,୨୫।୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହୀ ପଞ୍ଚାୟତରେ ସରକାରୀ ଆବାସ ଯୋଜନାରେ ଅନିୟମିତତା ହୋଇଛି। ବହୁ ଯୋଗ୍ୟ ହିତାଧିକାରୀ ଘର ଖଣ୍ଡେ ଲାଗି ଚାହିଁ...

Advertisement

BGU

Archives

Model This Week

Why Dharitri