Posted inଜାତୀୟ

କେତନଙ୍କ ହତ୍ୟା ପରେ ସିୟାଙ୍କ କଥା ବଖାଣିଲେ ସିକ୍ୟୁରିଟି ଗାର୍ଡ, ଦେଲେ ବିସ୍ଫୋରକ ବୟାନ

ପୁଣେ, ୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁ ପରର ଘଟଣା ବର୍ଣ୍ଣନା କରିଛନ୍ତି ସିକ୍ୟୁରିଟି ଗାର୍ଡ ଧୀରଜ ଯାଦବ। ସେ କହିଛନ୍ତି ଯେ, ଏହି ଘଟଣା ପରେ ସେ ଚିତ୍କାର ଶୁଣି ଦୌଡ଼ି ଯାଇଥିଲେ ଏବଂ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେତନଙ୍କୁ ବିବାହ କରିବାକୁ ଥିବା ସିୟା ଗୋୟଲଙ୍କ ସହ ସିଧାସଳଖ କଥା ହୋଇଥିଲେ। ଗତ ୧୮ ତାରିଖରେ ଏହି ଐତିହାସିକ ସ୍ଥାନରୁ କେତନ ତଳକୁ ଖସିପଡ଼ିଥିଲେ। ଅବିଳମ୍ବେ ସେ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ।
ଗାର୍ଡ କହିଛନ୍ତି, ଚିତ୍କାର ଶୁଣି ସେ ସିୟାଙ୍କ ପାଖକୁ ଯାଇଥିଲେ ଓ ତାଙ୍କୁ ପଚାରିଥିଲେ କ’ଣ ହେଲା। ତତ୍‌କ୍ଷଣାତ୍‌ ସିୟା କହିଥିଲେ ‘ଏଠାରୁ କେହି ଜଣେ ତଳକୁ ଖସିପଡ଼ିଛନ୍ତି’। ଏହା ପରେ ସେ ତୁରନ୍ତ ପୋଲିସକୁ ଜଣାଇଥିଲେ ବୋଲି ଧୀରଜ ଗଣମାଧ୍ୟମକୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସିୟା ‘ବଞ୍ଚାଅ, ବଞ୍ଚାଅ’ ବୋଲି ଚିତ୍କାର କରୁଥିଲେ। ସେ କହିଛନ୍ତି ଯେ, ସେ ଅଧିକ ପ୍ରଶ୍ନ ପଚାରି ସମୟ ନଷ୍ଟ ନ କରି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ଉପରେ ଧ୍ୟାନ ଦେଇଥିଲେ। ହତ୍ୟା ଏବଂ ଆପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ପୋଲିସ ସିୟା(୨୦) ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀ (୨୨)ଙ୍କୁ ଗିରଫ କରିଛି। ପୋଲିସ ଅଭିଯୋଗ ଅନୁଯାୟୀ, ଏହି ଦୁଇଜଣ କେତନଙ୍କୁ ଦୁର୍ଗରୁ ଠେଲି ହତ୍ୟା କରିଛନ୍ତି। ହେଲେ କେତନ ଟ୍ରେକିଂ ସମୟରେ ତଳକୁ ଖସିପଡ଼ିଥିବା ସେମାନେ ଦର୍ଶାଇଥିଲେ।
ପୋଲିସ ସୂଚନା ଅନୁଯାୟୀ, ସିୟା ଏବଂ ଚେତନ ପ୍ରାୟ ୬ ମାସ ହେବ ପରସ୍ପର ସହ ଯୋଗାଯୋଗରେ ଥିଲେ। ସେମାନେ ୨,୦୦୪ ଥର ଫୋନରେ କଥା ହୋଇଥିଲେ। ଘଟଣା ଦିନ ସିୟା ଏବଂ ଚେତନ ପୁଣେର ଏକ କାଫେରେ ଭେଟି କେତନଙ୍କୁ କେଉଁ ସ୍ଥାନରୁ ତଳକୁ ଠେଲିଲେ ଠିକ୍‌ ହେବ ସେ ନେଇ ଆଲୋଚନା କରିଥିଲେ। ଗତ ଫେବୃଆରୀରେ କେତନ ଓ ସିୟାଙ୍କର ନିର୍ବନ୍ଧ ହୋଇଥିଲା। ପୋଲିସ କହିଛି ଯେ, ସିୟା ବାରମ୍ବାର ଲୋହଗଡ଼ ଦୁର୍ଗ ବୁଲିଯିବା ପାଇଁ କହୁଥିଲେ। ମେ ୩୧ରେ ଉଭୟେ ଦୁର୍ଗ ପରିଦର୍ଶନ କରିଥିଲେ। ଜୁନ ୪ରେ ସିୟା ପୁଣି ଥରେ ସେଠାକୁ ଯିବାକୁ ଜିଦ୍‌ କରିଥିଲେ, କିନ୍ତୁ କେତନଙ୍କ ମା’ ଅନୁମତି ଦେଇ ନ ଥିଲେ। ଜୁନ ୧୪ରେ ଅନ୍ୟ ଏକ ପରିଦର୍ଶନ ସମୟରେ, ସିୟା ତାଙ୍କୁ ଏକ ପାହାଡ଼ ଉପରୁ ଠେଲିଦେବାକୁ ଚେଷ୍ଟା କରିଥିଲେ। ହେଲେ କେତନ ଅଗ୍ରୱାଲ ଏକ ବୁଦାକୁ ଧରି ବଞ୍ଚତ୍ୟାଇଥିଲେ। ଯେତେବେଳେ ସେ ତାଙ୍କର ଏହି କାର୍ଯ୍ୟ ବିଷୟରେ ପଚାରିଲେ, ସେ ସେଠାରେ ସାପ ଥିବା କଥା କହିଥିଲେ ଏବଂ ସେ ତାଙ୍କୁ ରକ୍ଷା କରିଛନ୍ତି ବୋଲି ଦର୍ଶାଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?