ସାପ, ବାଦୁଡିଙ୍କ ଦ୍ୱାରା ବ୍ୟାପୁଛି କୋରୋନା ଭାଇରସ !

ବେଜିଂ,୨୩।୧: ଚାଇନାରେ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି କୋରୋନା ଭାଇରସ। ଏବେ ଚାଇନାରେ ଏହି ଭାଇରସ ଆକ୍ରାନ୍ତରେ ୧୭ ଜଣଙ୍କ ମୃତ୍ୟୁ ହେବା ସହ ୫୫୦ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଚାଇନାର କେତେଜଣ ବିଶେଷଜ୍ଞଙ୍କ ମତରେ ଯେଉଁମାନେ ବନ୍ୟଜୀବ ଯେମିତିକି, କୁକୁଡା, ବାଦୁଡ଼ି ଓ ସାପ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କଠାରେ ଏହି ଭାଇରସ ମିଳିଥିବା ଅନୁମାନ କରାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ୨୦୧୯ରେ ଏହାର ନାମ ଏନ୍‌ କୋଭ(nCoV) ଦେଇଥିଲା। ଏହା ଏକ ମେଡିକାଲ ପତ୍ରିକାରେ ପ୍ରକାଶ ପାଇଥିବା ଜଣାପଡିଛି। ଏହା ପ୍ରଥମେ ୨୦୧୯ରେ ଚାଇନାର ବୁହାନ ସହରରେ ଦେଖାଯାଇଥିଲା। ବିଶେଷଜ୍ଞମାନେ ଅନୁମାନ କରିଛନ୍ତି କି କୋରୋନା ଭାଇରସ ମନୁଷ୍ୟ ନିକଟକୁ ଆସିବା ପୂର୍ବରୁ ସାପ ନିକଟରେ ଥିବା ଅନୁମାନ କରାଯାଏ। ଏହା ସାର୍ସ ବା severe acute respiratory syndrome coronavirus (SARS)ସହ ସମାନ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଯାହା ୨୦୦୩ରେ ପ୍ରାୟ ୮,୪୨୨ଜଣଙ୍କୁ ନିଜ କବଳକୁ ନେବା ସହ ଏଥିରେ ପ୍ରାୟ ୯ଶହ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ବିଶେଷଜ୍ଞମାନେ କହିଛନ୍ତି ଏହି ଭାଇରସ ସାପ ଓ ବାଦୁଡ଼ିଙ୍କଠାରୁ ଆସିଥାଇପାରେ। ବେଜିଂର ଚାଇନିଜ ଏକାଡେମୀ ଅଫ୍‌ ସାଇନସେସ୍‌ ଦ୍ୱାରା ଅଧ୍ୟୟନ ପତ୍ରିକା ସାଇନ୍ସ ଚାଇନା ଲାଇଫ୍‌ ସାଇନ୍ସରେ ପ୍ରକାଶ ପାଇଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କାବୁଲରେ ବଡ଼ ଧରଣର ବିସ୍ଫୋରଣ, ମୃତାହତଙ୍କ ସୂଚନା ଦେବାକୁ ତାଲିବାନ ମନାକଲା…

କାବୁଲ,୨୦।୧୦: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବୁଧବାର ସକାଳ ୭ଟା ୫୦ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ କେତେ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି...

ପୁରୁଷଙ୍କ ଗୁପ୍ତାଙ୍ଗରେ ସମସ୍ୟା ସୃଷ୍ଟି କରୁଛି କରୋନା…

ଓ୍ବାଶିଂଟନ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀବ୍ୟାପୀ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେଲା ପରେ ମଧ୍ୟ ଶରୀରରେ ବହୁ ସମସ୍ୟା...

ଆଫଗାନିସ୍ତାନ-ପାକିସ୍ତାନ ସୀମା ପୁଣି ବନ୍ଦ

କାବୁଲ,୨୪ା୨: ଆଫଗାନିସ୍ତାନ ସହ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ସୀମାକୁ ଖୋଲା ଯିବାର କିଛି ଘଣ୍ଟା ପରେ ଏହାକୁ ପୁଣି ବନ୍ଦ କରି ଦିଆଯାଇଛି। ଏନେଇ ଅଧିକାରୀମାନେ...

ଲିବିୟାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କରୋନା ସଂକ୍ରମଣରେ ପରଲୋକ

ତ୍ରିପୋଲି,୬ ।୪: କରୋନା ସଂକ୍ରମଣ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ କାୟା ବିସ୍ତାର କରି ସାରିଥିବା ବେଳେ ଛୋଟବଡ କେହିବି ଏଥିରୁ ବାଦ୍ ପଡୁ...

ପାକିସ୍ତାନ କୋର୍ଟକୁ ଜଣାଇଲେ ହଫିଜ୍‌: ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ନୁହେଁ

ଇସଲାମାବାଦ,୧୩ା୭: ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି)ର ମୁଖ୍ୟ ହଫିଜ୍‌ ସୟିଦ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ନୁହଁନ୍ତି ବୋଲି ଶୁକ୍ରବାର ଲାହୋର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆତଙ୍କବାଦୀ ସଂଗଠନକୁ...

ଇସ୍ରାଏଲ୍‌ରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ

ଜେରୁଜେଲମ,୧୭।୩: ସାରା ବିଶ୍ୱରେ ପୁଣି ଥରେ କରୋନା ପ୍ରକୋପ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନରୁ ଚାଇନାରେ ଲଗାତାର ୩ହଜାର ନୂଆ କରୋନା...

ଆମେରିକା-ଦକ୍ଷିଣ କୋରିଆ କରିପାରନ୍ତି ଆଣବିକ ଆକ୍ରମଣ, ଆମେ ବି ପ୍ରସ୍ତୁତ: କିମ୍‌…

ପ୍ୟୋଙ୍ଗୟାଙ୍ଗ,୨୦।୩ : ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ତାଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି,ଯେକ କୌଣସି ସମୟରେ ଆମକୁ...

୨ ବର୍ଷ ପରେ ଉତ୍ତର କୋରିଆରେ କରୋନା, ଲକ୍‌ଡାଉନ୍‌ ଘୋଷଣା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ, ୧୨।୫ : କରୋନା ମହାମାରୀ ଆରମ୍ଭ ହେବାର ଦୁଇ ବର୍ଷ ପରେ ଉତ୍ତର କୋରିଆରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ପରେ...

Advertisement
Archives

Model This Week