Posted inଫୁରସତ

‘ସାପ ଦୁର୍ଗ’, ଜାଣନ୍ତୁ ଏପରି ନାମକରଣ ପଛରେ ଥିବା କାରଣ ସମ୍ପର୍କରେ…

ନୂଆଦିଲ୍ଲୀ: ଭାରତରେ ଏମିତି କିଛି ଦୁର୍ଗ ରହିଛି, ଯାହା ବହୁ ପୁରାତନ। ଏପରିକି ଏହି ଦୁର୍ଗ କେବେ ତିଆରି ହୋଇଛି, କିଏ ତିଆରି କରିଛନ୍ତି ତାହା କାହାକୁ ସଠିକ୍‌ ଭାବେ ଜଣା ନ ଥାଏ। କେବଳ ଯାହା ଅନୁମାନ କରାଯାଏ। ଏପରି ଏକ ଐତିହାସିକ ଦୁର୍ଗ ହେଉଛି ‘ସାପ ଦୁର୍ଗ’। କୁହାଯାଏ, ଏହା ୮୦୦ ବର୍ଷ ତଳର ପୁରୁଣା ଦୁର୍ଗ। ୧୧୭୮ରୁ ୧୨୦୯ ଖ୍ରୀଷ୍ଟାବ୍ଦରେ ଶିଳାହାର ଶାସକ ଦ୍ୱିତୀୟ ଭୋଜ ଏହାକୁ ନିର୍ମାଣ କରିଥିଲେ। କେଉଁଠାରେ ରାଜା ଭୋଜ ତ ଆଉ କେଉଁଠି ଗାଙ୍ଗୁ ଟେଲି ଏହି ଦୁର୍ଗ ନିର୍ମାଣ କରିଥିବା କୁହାଯାଇଛି।


ଏହାକୁ ‘ପହ୍ନାଲା’ ଦୁର୍ଗ ମଧ୍ୟ କୁହାଯାଏ। ଯେଉଁଥିରେ ପହ୍ନାଲାଗଡ଼, ପହ୍ନାଲା ଆଦି ନାମରେ ଜଣାଶୁଣା। ଏହି ଦୁର୍ଗ ମହାରାଷ୍ଟ୍ରର କୋହ୍ଲାପୁର ଜିଲାର ଦକ୍ଷିଣପୂର୍ବରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ। ପହ୍ନାଲା ଏକ ଛୋଟ ସହର ଏବଂ ହିଲ୍‌ଷ୍ଟେଶନ। କିନ୍ତୁ ଏହାର ଇତିହାସ ଶିବାଜୀ ମହାରାଜଙ୍କ ସହ ଜଡ଼ିତ।
ଯଦିଓ ଏହି ଦୁର୍ଗ ଯାଦବ, ବାହମାନୀ ଏବଂ ଆଦିଲ ଶାହି ପରି ଅନେକ ରାଜବଂଶ ଅଧୀନରେ ରହିଆସିଛି। କିନ୍ତୁ ୧୬୭୩ ଖ୍ରୀଷ୍ଟାବ୍ଦରେ ଏହା ଶିବାଜୀ ମହାରାଜଙ୍କ ଅଧୀନକୁ ଯାଇଥିଲା। କୁହାଯାଏ, ଶିବାଜୀ ମହାରାଜ ପହ୍ନାଲା ଦୁର୍ଗରେ ଦୀର୍ଘ ସମୟ ରହିଥିଲେ। ଏଠାରେ ସେ ୫୦୦ ଦିନରୁ ଅଧିକ ରହିଥିଲେ। ପରେ ଏହି ଦୁର୍ଗ ଇଂରେଜମାନଙ୍କ ଅଧୀନକୁ ଚାଲିଯାଇଥିଲା। ଏହି ଦୁର୍ଗକୁ ‘ସାପ’ ଦୁର୍ଗ କୁହାଯାଏ। କାରଣ ଏହା ଅଙ୍କାବଙ୍କା ଭାବରେ ନିର୍ମାଣ କରାଯାଇଛି। ଏମିତି ଜଣାପଡ଼େ କି, ଏହା ଉପରେ ଯେମିତି ସାପ ଚାଲୁଛନ୍ତି। ଏହି ଦୁର୍ଗ ନିକଟରେ କୁଳଦେବୀ ତୁଳଜା ଭବାନୀଙ୍କ ମନ୍ଦିର ରହିଛି। ଯେଉଁଥିରେ ଏକ ଗୁପ୍ତ ସୁଡ଼ଙ୍ଗ ରହିଛି। ପ୍ରାୟ ୨୨ କିଲୋମିଟର ପର୍ଯ୍ୟନ୍ତ ଏହି ସୁଡ଼ଙ୍ଗଟି ବ୍ୟାପିଛି। ଏହି ସୁଡ଼ଙ୍ଗକୁ ଏବେ ବନ୍ଦ କରିଦିଆଯାଇଛି। କୁହାଯାଏ, ଶତ୍ରୁପକ୍ଷ ଆକ୍ରମଣ ସମୟରେ ଏହି ସୁଡ଼ଙ୍ଗରେ ରହି ଜୀବନ ବଞ୍ଚାଇବାକୁ ପଡୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୯ ବର୍ଷ ହେବ ଏଠି ୨୫ ପଇସାରେ ମିଳୁଛି କଚୋଡି

କୋଲକାତା: ପଶ୍ଚିମବଙ୍ଗ ମୁରାରି ପୁକର ଅଞ୍ଚଳରେ ଥିବା ଲକ୍ଷ୍ମୀ ନାରାୟଣ ଘୋଷଙ୍କ ଜଳଖିଆ ଦୋକାନ ବେଶ୍‌ ଚର୍ଚ୍ଚିତ। ୧୯୯୦ ମସିହାରୁ ଏହି ଦୋକାନ ଆରମ୍ଭ କରାଯାଇଥିବା...

ମହୁମାଛିଙ୍କ ରେଷ୍ଟୁରାଣ୍ଟ

ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ବିଷୟରେ ତ ସମସ୍ତେ ଜାଣିଥିବେ, କିନ୍ତୁ ମହୁମାଛିଙ୍କ ରେଷ୍ଟୁରାଣ୍ଟ ବିଷୟରେ କେବେ ଶୁଣିଛନ୍ତି କି? ଏହା ଶୁଣିବାକୁ ଆଶ୍ଚଯର୍‌ୟ ଲାଗିଲେ ବି...

ଅଧୁରା ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍‌ରେ ରହିଛି ଅନେକ ପ୍ରେମ କାହାଣୀ। ଅର୍ଥାତ୍‌ ଏଠାରେ ପରଦାରେ ନାୟକ ନାୟିକାର ଭୂମିକାରେ ଆସିଥିବା କେତେଜଣ କଳାକାର ରିୟଲ ଲାଇଫରେ ପତ୍ନୀପତିଭାବେ ଗଢିଛନ୍ତି...

ରାତାରାତି ଲୋନାର ହ୍ରଦ ପାଣିର ରଙ୍ଗ ପାଲଟିଲା ଗୋଲାପି

ଔରଙ୍ଗାବାଦ, ୧୧।୬: ମହାରାଷ୍ଟ୍ର ବୁଲଧାନା ଜିଲାରେ ଥିବା ଲୋନାର ହ୍ରଦର ପାଣିର ରଙ୍ଗ ରାତାରାତି ଗୋଲାପି ରଙ୍ଗ ପାଲଟି ଯାଇଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ...

ସାଧନା ପୀଠ ବେଣ୍ଟପୁର

ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବଧର୍ମ ସମ୍ମନ୍ବୟର ପ୍ରତୀକ। ଯେଉଁଠାରେ ନାମ ସଂକୀର୍ତ୍ତନ ହୁଏ ସେଠାରେ ସ୍ବୟଂ ଭଗବାନ ପ୍ରକଟ ହୁଅନ୍ତିି ବୋଲି ଧର୍ମ ବିଶ୍ୱାସ ରହିଛି। ପ୍ରତି...

ମଣିଷଙ୍କ ପରି ପ୍ରାଣୀ ବି ସମ୍ବେଦନଶୀଳ

ଭିଏନା,୧୨।୧: ମଣିଷ ମଧ୍ୟରେ ସମ୍ବେଦନଶୀଳ ଗୁଣ ରହିଥାଏ। ଏହା ଦ୍ୱାରା ଅନ୍ୟ ପ୍ରତି ସହାନୁଭୁତି, ଇର୍ଷା, ଭଲ ପାଇବା ଆଦି ମଣିଷ ପ୍ରଦର୍ଶନ କରିଥାଏ। ମଣିଷ...

ମଣିଷଙ୍କ ପରି ବେଲୁନ୍‌ ଖେଳୁଛନ୍ତି କୁକୁର, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କର କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଅନେକ ଭିଡିଓ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏବେ ସେମିତି...

ନିଜ ମୃତ୍ୟୁ ପ୍ରମାଣପତ୍ର ନେଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲେ ଯୁବକ

ହାପୁଡ: କୁହାଯାଏ ପେଟ ପାଇଁ ସବୁ ନାଟ। ଏଭଳି ଏକ ନାଟ ଦେଖିବାକୁ ମିଳଛି ଉତ୍ତରପ୍ରଦେଶ ହାପୁଡ଼ ଜିଲାରେ । ବଡ଼ଭାଇଙ୍କ ନାଁରେ ସାନ ଭାଇ...

Advertisement
Archives

Model This Week