ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆ : ଆଦୃତିକୁ ନେଇ ହେବ ସର୍ଭେ

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ଗରିବ ଆଦିବାସୀମାନେ ଚାଷ କରୁଥିବା ମାଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ୨୦୧୯ରେ ମାଣ୍ଡିଆକୁ ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ)ରେ ସାମିଲ କରିଛନ୍ତି। ଏହା ଆଦୃତ ହେବା ପରେ ସମସ୍ତ ଜିଲାରେ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଏହା ଲୋକମାନଙ୍କ ଦ୍ୱାରା କେତେଦୂର ଆଦୃତ ହେଉଛି ସେ ନେଇ ଏକ ସର୍ଭେ କରାଯିବ। ଲଘୁ ଶସ୍ୟର ଅଧିକ ବ୍ୟବହାର ନିମନ୍ତେ ବିଭିନ୍ନ ସରକାରୀ ଯୋଜନାରେ ଏହାକୁ ସାମିଲ କରାଯିବ। ଗୁରୁବାର ଲୋକସେବା ଭବନଠାରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା ମିଲେଟ ମିଶନର ଏକ ଉଚ୍ଚକ୍ଷମତାସମ୍ପନ୍ନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମିଲେଟ ମିଶନର ବିଭିନ୍ନ ଦିଗ ଓ ଅଗ୍ରଗତି ସହ ଏହାକୁ ସମଗ୍ର ରାଜ୍ୟରେ ବ୍ୟାପକ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଲଘୁଶସ୍ୟକୁ ଅଧିକ ସରକାରୀ ଯୋଜନାରେ ବ୍ୟବହାର କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଓର୍‌ମାସ ଜରିଆରେ ଅନ୍‌ଲାଇନରେ ଲଘୁଶସ୍ୟ ବିକ୍ରି କରିବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର ଧାନ କ୍ରୟ କେନ୍ଦ୍ର ସହ ଲଘୁ ଶସ୍ୟ ସଂଗ୍ରହ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ଦେଇଥିଲେ।
ଚଳିତ ବର୍ଷ ରାଜ୍ୟ ସରକାର ଖରିଫ ଋତୁରେ ୧ ଲକ୍ଷ କୁଇଣ୍ଟାଲ ରାଗି ସଂଗ୍ରହ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ରାଗିରୁ ପ୍ରସ୍ତୁତ ଲଡୁକୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯିବ। ଜିଲା ଖଣିଜ ପାଣ୍ଠି ଅନ୍ତର୍ଗତ ଜିଲାର ସ୍କୁଲଗୁଡିକରେ ମଧ୍ୟାହ୍ନ ଭୋଜନରେ ଲଘୁଶସ୍ୟକୁ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ଅକ୍ଟୋବର ୧୬ ତାରିଖରେ ବିଶ୍ୱ ଖାଦ୍ୟ ଦିବସ ଅବସରରେ କୃଷି ଭବନଠାରେ ପୌଷ୍ଟିକ ଲଘୁ ଶସ୍ୟ ସମ୍ପର୍କରେ ଏକ ଜାତୀୟ କର୍ମଶାଳାର ଆୟୋଜନ କରାଯିବ।
ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଲଘୁ ଶସ୍ୟକୁ ପ୍ରୋତ୍ସାହନ ଦେବା ନିମନ୍ତେ ୨୦୧୭-୧୮ରେ ଓଡିଶାର ଜନଜାତି ବହୁଳ ୭ଟି ଜିଲାର ୩୦ଟି ବ୍ଲକରେ ଓଡିଶା ମିଲେଟ ମିଶନ ଆରମ୍ଭ କରାଯାଇଥିଲା। ୨୦୧୮-୧୯ରେ ଏହାକୁ ୧୪ଟି ଜିଲାର ୭୨ଟି ବ୍ଲକକୁ ସମ୍ପ୍ରସାରିତ କରାଯାଇଥିଲା। ଏଥି ମଧ୍ୟରୁ ୧୩ଟି ଜିଲାର ୬୫ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ରାଜ୍ୟ ଯୋଜନାରୁ କାର୍ଯ୍ୟକାରୀ ହେଉଥିବା ବେଳେ କେନ୍ଦୁଝର ଜିଲାର ୭ଟି ବ୍ଲକରେ ଜିଲା ଖଣିଜ ପାଣ୍ଠିରୁ କାର୍ଯ୍ୟକାରୀ କରାଯାଇଛି। ଭାରତ ସରକାର ମିଲେଟ ମିଶନକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ କୃଷି ବିଭାଗ ସଚିବ ସୌରଭ ଗର୍ଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ, ଏସସି/ଏସ୍‌ଟି ଉନ୍ନୟନ ବିଭାଗ ସଚିବ ରଞ୍ଜନା ଚୋପ୍ରା, କୃଷି ଓ ଖାଦ୍ୟ ଉତ୍ପାଦନ କମିଶନର ତଥା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଏମ. ମୁଥୁକୁମାର ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri