Posted inଖେଳ

କାନାଡାର ପ୍ରଥମ ବିଜେତା

ଫାଇନାଲରେ ସେରେନାଙ୍କୁ ହରାଇ କାନାଡ଼ାର ବାଏଙ୍କା ଆଣ୍ଡ୍ରେସ୍କୁ ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୧୯ ବର୍ଷ ବୟସରେ କାନାଡ଼ା ପାଇଁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବାରୁ ବିଶ୍ୱ ଟେନିସ୍‌ରେ ଆଣ୍ଡ୍ରେସ୍କୁଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୁହାଯାଉଛି।

କାନାଡା ପାଇଁ ଇତିହାସ ସୃଷ୍ଟି କରିଛନ୍ତି ୧୯ ବର୍ଷୀୟା ମହିଳା ଟେନିସ ଖେଳାଳି ବାଏଙ୍କା ଆଣ୍ଡ୍ରେସ୍କୁ। ସେ ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରି କାନାଡ଼ାର ପ୍ରଥମ ଖେଳାଳିଭାବେ କୌଣସି ମେଜର ତଥା ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ସେ ଅଭିଜ୍ଞ ଆମେରିକୀୟ ତାରକା ସେରେନା ଓ୍ବିଲିୟମ୍ସଙ୍କୁ ୬-୩, ୭-୫ ସେଟ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ବିଭିନ୍ନ ଦୃଷ୍ଟିକୋଣରୁ ଏହି ବିଜୟ ଆଣ୍ଡ୍ରେସ୍କୁଙ୍କ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି। ସେହିପରି ଏହି ପରାଜୟ ସେରେନାଙ୍କ ପାଇଁ ବିଶେଷ ମହଙ୍ଗା ସାବ୍ୟସ୍ତ ହୋଇଛି।


ବାଏଙ୍କା ଚତୁର୍ଥ ଖେଳାଳିଭାବେ ପଦାର୍ପଣରେ ୟୁଏସ୍‌ ଓପନ୍‌ ସେମିଫାଇନାଲରେ ପ୍ରବେଶ କରି ଓପନ୍‌ ଏରାରେ ଉଦାହରଣ ସୃଷ୍ଟି କରିଛନ୍ତି। ପୁଣି ୨୦୦୯ ପରେ ସେ ପ୍ରଥମ ସ୍ବଳ୍ପ ବୟସ୍କା ଖେଳାଳିଭାବେ ସେମିରେ ପ୍ରବେଶ କରିଛନ୍ତି। ରୁଷିଆର ମାରିଆ ସାରାପୋଭାଙ୍କ ପରେ ସେ ଦୀର୍ଘ ୧୩ ବର୍ଷ ପରେ ସର୍ବକନିଷ୍ଠ ମହିଳା ଖେଳାଳିଭାବେ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ସାରାପୋଭା ୨୦୦୬ରେ ସର୍ବ କନିଷ୍ଠ ଖେଳାଳିଭାବେ ୟୁଏସ୍‌ ଓପନ୍‌ ଟାଇଟଲ ଜିତିଥିଲେ।
୧୯୯୪ରେ ବାଏଙ୍କାଙ୍କ ମାତାପିତା ରୋମାନିଆରୁ ଆସି କାନାଡ଼ାରେ ଅବସ୍ଥାପିତ ହୋଇଥିଲେ। ଏତେ କମ୍‌ ବୟସରୁ ହାସଲ କରିଥିବାର ସଫଳତାର ଶ୍ରେୟ ସେ ନିଜ ମାତାପିତାଙ୍କୁ ଦେଇଛନ୍ତି। ୫ ଫୁଟ ୭ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ବାଏଙ୍କା କାନାଡ଼ାର ଓଣ୍ଟାରିଓସ୍ଥିତ ମିସିସାଉଗାରେ ଜନ୍ମ ଗ୍ରହଣ କରିଥିଲେ। ଅଳ୍ପ ଦିନର ଛୋଟିଆ କ୍ୟାରିୟରରେ ୩ଟି ଡବ୍ଲ୍ୟୁଟିଏ ଓ ଗୋଟିଏ ଆଇଟିଏଫ୍‌ ଟାଇଟଲ ହାସଲ କରିଛନ୍ତି। ମାତ୍ର ୭ ବର୍ଷରୁ ଟେନିସ୍‌ ଖେଳିବା ଆରମ୍ଭ କରିଥିଲେ ଆଣ୍ଡ୍ରେସ୍କୁ। ମିସିସାଗୁଆସ୍ଥିତ ଓଣ୍ଟାରିଓ ର଼୍ୟାକେଟ କ୍ଲବ୍‌ରେ ସେ ଟେନିସ୍‌ରେ ପ୍ରଶିକ୍ଷଣ ନେଇଥିଲେ। ୧୧ ବର୍ଷ ହେବା ପରେ ସେ ଟରୋଣ୍ଟୋର ଟେନିସ୍‌ କାନାଡ଼ାର ଜାତୀୟ ଟ୍ରେନିଂ ପ୍ରୋଗ୍ରାମରେ ସାମିଲ ହୋଇଥିଲେ। ଏହାପରେ ଟେନିସ୍‌କୁ ସେ ଗୁରୁତର ଭାବେ ଗ୍ରହଣ କରିଥିଲେ। ବେଲଜିୟମ କିମ୍ବଦନ୍ତୀ ଖେଳାଳି କିମ୍‌ କ୍ଲିଷ୍ଟର୍ସଙ୍କୁ ସେ ପିଲାଟି ବେଳୁ ନିଜର ଆଦର୍ଶ ମାନୁଥିଲେ। ପରେ ସେ ସିମୋନ ହାଲେପଙ୍କୁ ନିଜର ଫେଭରାଇଟ ଖେଳାଳି ଭାବେ ସମ୍ମାନ ଦେଉଥିଲେ। ସେରେନା ଓ ଭେନସ ଓ୍ବିଲିୟମ୍ସଙ୍କୁ ମଧ୍ୟ ସେ ପ୍ରଶଂସା କରିଥାନ୍ତି। ୨୦୧୬ ରୋଜର୍ସ କପ୍‌ ଅବସରରେ ହାଲେପ ତାଙ୍କୁ ପେସାଦାର ହେବାକୁ ପରାମର୍ଶ ଦେଇଥିଲେ ଓ ଏହା ଶେଷରେ କାମରେ ଆସିଛି।
ଜୁନିୟରସ୍ତରରେ ସେ ବେଶ୍‌ ସଫଳତା ଲାଭ କରିଥିଲେ। ବିଶ୍ୱର ଶ୍ରେଷ୍ଠ ୧୪ ବର୍ଷରୁ କମ୍‌ ଟୁର୍ନାମେଣ୍ଟ ଲେସ୍‌ ପେଟିସ ଆଜ୍‌ ଟାଇଟଲ ଜିତିଥିଲେ। ଏହାପରେ ସେ ହାଭାନାରେ ଗ୍ରେଡ୍‌- ୫ ଟୁର୍ନାମେଣ୍ଟରେ ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ। ୨୦୧୫ରେ ସେ ଆଇଟିଏଫ୍‌ରେ ପଦାର୍ପଣ କରିଥିଲେ। ଏହାପରେ ଗୋଟିଏ ବର୍ଷ ପରେ ସେ କ୍ୟାରିୟରର ପ୍ରଥମ ଆଇଟିଏଫ୍‌ ଟାଇଟଲ ଜିତିଥିଲେ। ୨୦୧୭ରେ ସେ ଡବ୍ଲ୍ୟୁଟିଏ ଓ ଜୁନିୟର ଗ୍ରାଣ୍ଡସ୍ଲାମ ଚାମ୍ପିୟନଶିପ୍‌ରେ ପଦାର୍ପଣ କରିଥିଲେ। ୨୦୧୮ରେ ଆଘାତ ସମସ୍ୟା ସତ୍ତ୍ୱେ ସେ ସ୍ଥିର ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲେ।
୨୦୧୯ରେ ୟୁଏସ୍‌ ଓପନ୍‌କୁ ବାଦ୍‌ ଦେଲେ ସେ ଇଣ୍ଡିଆନ ଓ୍ବେଲ୍ସ ଓ କାନାଡିଆନ ଓପନ୍‌ ଟାଇଟଲ ମଧ୍ୟ ହାସଲ କରିଛନ୍ତି। ଆଞ୍ଜେଲିକ୍‌ କର୍ବର ଓ ସେରେନା ଓ୍ବିଲିୟମ୍ସଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ସେ ଏହି ସଫଳତା ପାଇଥିଲେ। ଚଳିତ ବର୍ଷ ଅଷ୍ଟ୍ରେଲିଆନ୍‌ ଓପନ ଓ ଫ୍ରେଞ୍ଚ୍‌ ଓପନ୍‌ରେ ସେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ସେହିପରି ୨୦୧୭ରେ ଓ୍ବିମ୍ବେଲଡ଼ନରେ ଆଣ୍ଡ୍ରେସ୍କୁ ପ୍ରଥମ ରାଉଣ୍ଡରେ ପ୍ରବେଶ କରିଥିଲେ। ଡବଲ୍ସ ଇଭେଣ୍ଟରେ ସେ ଦୁଇଟି ଆଇଟିଏଫ୍‌ ଟାଇଟଲ ଜିତିଥିଲେ। ସିଙ୍ଗଲ୍ସରେ ତାଙ୍କର ସଫଳତା ହାର ବା କ୍ୟାରିୟର ରେକର୍ଡ ୭୪ ପ୍ରତିଶତ ରହିଛି। ସେହିପରି ଡବଲ୍ସରେ ତାଙ୍କର କ୍ୟାରିୟର ରେକର୍ଡ ରହିଛି ୬୫.୯ ପ୍ରତିଶତ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ସେ ଏବେ ୫ ନମ୍ବର ସ୍ଥାନରେ ରହିଛନ୍ତି। ଏହା ତାଙ୍କ ପାଇଁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ସାବ୍ୟସ୍ତ ହୋଇଛି। ମାତ୍ର ୧୯ ବର୍ଷ ବୟସରେ ବିଶ୍ୱର ଆଗଧାଡିର ଖେଳାଳିଙ୍କୁ ହରାଇ ବିପର୍ଯ୍ୟୟ ଘଟାଇବା ସହ ଗ୍ରାଣ୍ଡସ୍ଲାମ ବିଜେତା ହୋଇଥିବରୁ ଆଣ୍ଡ୍ରେସ୍କୁଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri