Posted inଖେଳ

କାନାଡାର ପ୍ରଥମ ବିଜେତା

ଫାଇନାଲରେ ସେରେନାଙ୍କୁ ହରାଇ କାନାଡ଼ାର ବାଏଙ୍କା ଆଣ୍ଡ୍ରେସ୍କୁ ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୧୯ ବର୍ଷ ବୟସରେ କାନାଡ଼ା ପାଇଁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବାରୁ ବିଶ୍ୱ ଟେନିସ୍‌ରେ ଆଣ୍ଡ୍ରେସ୍କୁଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୁହାଯାଉଛି।

କାନାଡା ପାଇଁ ଇତିହାସ ସୃଷ୍ଟି କରିଛନ୍ତି ୧୯ ବର୍ଷୀୟା ମହିଳା ଟେନିସ ଖେଳାଳି ବାଏଙ୍କା ଆଣ୍ଡ୍ରେସ୍କୁ। ସେ ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରି କାନାଡ଼ାର ପ୍ରଥମ ଖେଳାଳିଭାବେ କୌଣସି ମେଜର ତଥା ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ସେ ଅଭିଜ୍ଞ ଆମେରିକୀୟ ତାରକା ସେରେନା ଓ୍ବିଲିୟମ୍ସଙ୍କୁ ୬-୩, ୭-୫ ସେଟ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ବିଭିନ୍ନ ଦୃଷ୍ଟିକୋଣରୁ ଏହି ବିଜୟ ଆଣ୍ଡ୍ରେସ୍କୁଙ୍କ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି। ସେହିପରି ଏହି ପରାଜୟ ସେରେନାଙ୍କ ପାଇଁ ବିଶେଷ ମହଙ୍ଗା ସାବ୍ୟସ୍ତ ହୋଇଛି।


ବାଏଙ୍କା ଚତୁର୍ଥ ଖେଳାଳିଭାବେ ପଦାର୍ପଣରେ ୟୁଏସ୍‌ ଓପନ୍‌ ସେମିଫାଇନାଲରେ ପ୍ରବେଶ କରି ଓପନ୍‌ ଏରାରେ ଉଦାହରଣ ସୃଷ୍ଟି କରିଛନ୍ତି। ପୁଣି ୨୦୦୯ ପରେ ସେ ପ୍ରଥମ ସ୍ବଳ୍ପ ବୟସ୍କା ଖେଳାଳିଭାବେ ସେମିରେ ପ୍ରବେଶ କରିଛନ୍ତି। ରୁଷିଆର ମାରିଆ ସାରାପୋଭାଙ୍କ ପରେ ସେ ଦୀର୍ଘ ୧୩ ବର୍ଷ ପରେ ସର୍ବକନିଷ୍ଠ ମହିଳା ଖେଳାଳିଭାବେ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ସାରାପୋଭା ୨୦୦୬ରେ ସର୍ବ କନିଷ୍ଠ ଖେଳାଳିଭାବେ ୟୁଏସ୍‌ ଓପନ୍‌ ଟାଇଟଲ ଜିତିଥିଲେ।
୧୯୯୪ରେ ବାଏଙ୍କାଙ୍କ ମାତାପିତା ରୋମାନିଆରୁ ଆସି କାନାଡ଼ାରେ ଅବସ୍ଥାପିତ ହୋଇଥିଲେ। ଏତେ କମ୍‌ ବୟସରୁ ହାସଲ କରିଥିବାର ସଫଳତାର ଶ୍ରେୟ ସେ ନିଜ ମାତାପିତାଙ୍କୁ ଦେଇଛନ୍ତି। ୫ ଫୁଟ ୭ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ବାଏଙ୍କା କାନାଡ଼ାର ଓଣ୍ଟାରିଓସ୍ଥିତ ମିସିସାଉଗାରେ ଜନ୍ମ ଗ୍ରହଣ କରିଥିଲେ। ଅଳ୍ପ ଦିନର ଛୋଟିଆ କ୍ୟାରିୟରରେ ୩ଟି ଡବ୍ଲ୍ୟୁଟିଏ ଓ ଗୋଟିଏ ଆଇଟିଏଫ୍‌ ଟାଇଟଲ ହାସଲ କରିଛନ୍ତି। ମାତ୍ର ୭ ବର୍ଷରୁ ଟେନିସ୍‌ ଖେଳିବା ଆରମ୍ଭ କରିଥିଲେ ଆଣ୍ଡ୍ରେସ୍କୁ। ମିସିସାଗୁଆସ୍ଥିତ ଓଣ୍ଟାରିଓ ର଼୍ୟାକେଟ କ୍ଲବ୍‌ରେ ସେ ଟେନିସ୍‌ରେ ପ୍ରଶିକ୍ଷଣ ନେଇଥିଲେ। ୧୧ ବର୍ଷ ହେବା ପରେ ସେ ଟରୋଣ୍ଟୋର ଟେନିସ୍‌ କାନାଡ଼ାର ଜାତୀୟ ଟ୍ରେନିଂ ପ୍ରୋଗ୍ରାମରେ ସାମିଲ ହୋଇଥିଲେ। ଏହାପରେ ଟେନିସ୍‌କୁ ସେ ଗୁରୁତର ଭାବେ ଗ୍ରହଣ କରିଥିଲେ। ବେଲଜିୟମ କିମ୍ବଦନ୍ତୀ ଖେଳାଳି କିମ୍‌ କ୍ଲିଷ୍ଟର୍ସଙ୍କୁ ସେ ପିଲାଟି ବେଳୁ ନିଜର ଆଦର୍ଶ ମାନୁଥିଲେ। ପରେ ସେ ସିମୋନ ହାଲେପଙ୍କୁ ନିଜର ଫେଭରାଇଟ ଖେଳାଳି ଭାବେ ସମ୍ମାନ ଦେଉଥିଲେ। ସେରେନା ଓ ଭେନସ ଓ୍ବିଲିୟମ୍ସଙ୍କୁ ମଧ୍ୟ ସେ ପ୍ରଶଂସା କରିଥାନ୍ତି। ୨୦୧୬ ରୋଜର୍ସ କପ୍‌ ଅବସରରେ ହାଲେପ ତାଙ୍କୁ ପେସାଦାର ହେବାକୁ ପରାମର୍ଶ ଦେଇଥିଲେ ଓ ଏହା ଶେଷରେ କାମରେ ଆସିଛି।
ଜୁନିୟରସ୍ତରରେ ସେ ବେଶ୍‌ ସଫଳତା ଲାଭ କରିଥିଲେ। ବିଶ୍ୱର ଶ୍ରେଷ୍ଠ ୧୪ ବର୍ଷରୁ କମ୍‌ ଟୁର୍ନାମେଣ୍ଟ ଲେସ୍‌ ପେଟିସ ଆଜ୍‌ ଟାଇଟଲ ଜିତିଥିଲେ। ଏହାପରେ ସେ ହାଭାନାରେ ଗ୍ରେଡ୍‌- ୫ ଟୁର୍ନାମେଣ୍ଟରେ ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ। ୨୦୧୫ରେ ସେ ଆଇଟିଏଫ୍‌ରେ ପଦାର୍ପଣ କରିଥିଲେ। ଏହାପରେ ଗୋଟିଏ ବର୍ଷ ପରେ ସେ କ୍ୟାରିୟରର ପ୍ରଥମ ଆଇଟିଏଫ୍‌ ଟାଇଟଲ ଜିତିଥିଲେ। ୨୦୧୭ରେ ସେ ଡବ୍ଲ୍ୟୁଟିଏ ଓ ଜୁନିୟର ଗ୍ରାଣ୍ଡସ୍ଲାମ ଚାମ୍ପିୟନଶିପ୍‌ରେ ପଦାର୍ପଣ କରିଥିଲେ। ୨୦୧୮ରେ ଆଘାତ ସମସ୍ୟା ସତ୍ତ୍ୱେ ସେ ସ୍ଥିର ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲେ।
୨୦୧୯ରେ ୟୁଏସ୍‌ ଓପନ୍‌କୁ ବାଦ୍‌ ଦେଲେ ସେ ଇଣ୍ଡିଆନ ଓ୍ବେଲ୍ସ ଓ କାନାଡିଆନ ଓପନ୍‌ ଟାଇଟଲ ମଧ୍ୟ ହାସଲ କରିଛନ୍ତି। ଆଞ୍ଜେଲିକ୍‌ କର୍ବର ଓ ସେରେନା ଓ୍ବିଲିୟମ୍ସଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ସେ ଏହି ସଫଳତା ପାଇଥିଲେ। ଚଳିତ ବର୍ଷ ଅଷ୍ଟ୍ରେଲିଆନ୍‌ ଓପନ ଓ ଫ୍ରେଞ୍ଚ୍‌ ଓପନ୍‌ରେ ସେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ସେହିପରି ୨୦୧୭ରେ ଓ୍ବିମ୍ବେଲଡ଼ନରେ ଆଣ୍ଡ୍ରେସ୍କୁ ପ୍ରଥମ ରାଉଣ୍ଡରେ ପ୍ରବେଶ କରିଥିଲେ। ଡବଲ୍ସ ଇଭେଣ୍ଟରେ ସେ ଦୁଇଟି ଆଇଟିଏଫ୍‌ ଟାଇଟଲ ଜିତିଥିଲେ। ସିଙ୍ଗଲ୍ସରେ ତାଙ୍କର ସଫଳତା ହାର ବା କ୍ୟାରିୟର ରେକର୍ଡ ୭୪ ପ୍ରତିଶତ ରହିଛି। ସେହିପରି ଡବଲ୍ସରେ ତାଙ୍କର କ୍ୟାରିୟର ରେକର୍ଡ ରହିଛି ୬୫.୯ ପ୍ରତିଶତ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ସେ ଏବେ ୫ ନମ୍ବର ସ୍ଥାନରେ ରହିଛନ୍ତି। ଏହା ତାଙ୍କ ପାଇଁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ସାବ୍ୟସ୍ତ ହୋଇଛି। ମାତ୍ର ୧୯ ବର୍ଷ ବୟସରେ ବିଶ୍ୱର ଆଗଧାଡିର ଖେଳାଳିଙ୍କୁ ହରାଇ ବିପର୍ଯ୍ୟୟ ଘଟାଇବା ସହ ଗ୍ରାଣ୍ଡସ୍ଲାମ ବିଜେତା ହୋଇଥିବରୁ ଆଣ୍ଡ୍ରେସ୍କୁଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?