ସାକି, ସୀତାଙ୍କ ନିଆରା ରଜ ଉତ୍ସବ

ପାରାଦୀପ,୧୪ା୬(ସ୍ବ.ପ୍ର.): ସାକି ପରିଡ଼ା ଓ ସୀତା ମୁର୍ମୁ। ସେମାନଙ୍କ ଏବେର ଠିକଣା ସନ୍ତୋଷୀ ଜରାଶ୍ରମ, ବାଲିଝରା, ଓ୍ବାର୍ଡ ନଂ.୫, ପାରାଦୀପ। ପୂର୍ବର ଠିକଣା ଜଣାନାହିଁ। ଉଭୟଙ୍କ ବୟସ ୮୩ ବର୍ଷ ହୋଇଥିଲେ ମଧ୍ୟ ସରକାରୀ ଭତ୍ତା ମିଳୁ ନ ଥିଲା। କେତେଜଣ ସ୍ବେଚ୍ଛାସେବୀଙ୍କ ଉଦ୍ୟମ କ୍ରମେ ଗୁରୁବାର ଦୁଇ ବୃଦ୍ଧାଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ଜିଲା ସମାଜ କଲ୍ୟାଣ ବିଭାଗ ବା ପ୍ରଶାସନ ପକ୍ଷରୁ ମାସିକ ଭତ୍ତା ପ୍ରଦାନ କରାଯାଇଛି। ବୟସର ସାୟାହ୍ନରେ ଦୁଇ ବୃଦ୍ଧାଙ୍କୁ ରଜ ପର୍ବର ଠିକ୍‌ ପୂର୍ବଦିନ ଭତ୍ତା ମିଳିବା ସେମାନଙ୍କ ପାଇଁ ନିଆରା ରଜ ଉତ୍ସବ ବୋଲି ଜରାଶ୍ରମ ପକ୍ଷରୁ କୁହାଯାଇଛି।
ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ଆଜି ମଧ୍ୟ ଅନେକ ଲୋକ ସେହି ଯୋଜନାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ସରକାରୀ ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ସେମାନଙ୍କ ମଧ୍ୟରୁ ଅନେକ ଭିକ୍ଷାବୃତ୍ତି କରୁଛନ୍ତି ଓ ରାସ୍ତା କଡ଼ରେ ଶୋଉଛନ୍ତି। ଠିକଣା ବିହୀନ ଲୋକଙ୍କୁ ସରକାରୀ ଯୋଜନାରେ ସୁବିଧା ମିଳିବା କଷ୍ଟକର। ତେଣୁ ଜରାଶ୍ରମରେ ଥିବା ବୃଦ୍ଧାବୃଦ୍ଧଙ୍କୁ ଭତ୍ତା, ରାଶନ କାର୍ଡ ସ୍ବାସ୍ଥ୍ୟ ଯୋଜନା ଆଦି ପ୍ରାୟତଃ ମିଳୁନାହିଁ। ସୀତା ଓ ସାକିଙ୍କ ସମ୍ପର୍କରେ କେତେଜଣ ଯୁବକ ସୋସିଆଲ ମିଡିଆରେ ପ୍ରଚାର କରିବା ସହ ପୌର ନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହାନ୍ତି କିରାଣି ନାରାୟଣ ମାଝିଙ୍କୁ ଦୁଇ ବୃଦ୍ଧାଙ୍କ ସମ୍ପର୍କରେ ଯାଞ୍ଚ କରିବା ସହ ଫର୍ମ ପୂରଣ କରିବାକୁ ଦାୟିତ୍ୱ ଦେଇଥିଲେ। ପରେ ଉକ୍ତ ଫର୍ମ ଉପଜିଲାପାଳଙ୍କ ପାଖକୁ ପଠାଯାଇଥିଲା। ମଧୁବାବୁ ପେନ୍‌ସନ ଯୋଜନାରେ ସେମାନଙ୍କୁ ଭତ୍ତା ପାଇଁ ନିର୍ଦ୍ଦେଶ (ନଂ.୭୫୨୦/୧୨/୦୬/୧୯) ଆସିଥିଲା। ଏହି ଯୋଜନାରେ ପ୍ରଥମ ମାସରେ ସେମାନଙ୍କୁ ୫୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଆସନ୍ତା ମାସଠାରୁ ୭୦୦ ଟଙ୍କା ଦିଆଯିବ ବୋଲି ମହାନ୍ତି କହିଛନ୍ତି। ପ୍ରଶାସନ ପକ୍ଷରୁ ମହିଳା କର୍ମଚାରୀ ରାଜଲକ୍ଷ୍ମୀ ମହାନ୍ତି ଜରାଶ୍ରମକୁ ଯାଇ ଦୁଇ ବୃଦ୍ଧାଙ୍କୁ ଟଙ୍କା ଦେଇଆସିଥିଲେ। ଜରାଶ୍ରମରେ ରହୁଥିବା ନିରାଶ୍ରୟଙ୍କୁ ସରକାରୀ ଯୋଜନାରେ ସୁଫଳ ମିଳିବା ଅନନ୍ୟ ଘଟଣା ବୋଲି କହିଛନ୍ତି ଜରାଶ୍ରମର କର୍ମଚାରୀ ରତ୍ନାକର ଜେନା। ଏହା ଅନ୍ୟ ଅନ୍ତେବାସୀଙ୍କୁ ସରକାରୀ ସହାୟତା ମିଳିବାରେ ସହାୟକ ହେବ। ରଜ ପୂର୍ବରୁ ଏହି ସହାୟତା ପାଇ ଦୁଇ ବୃଦ୍ଧା ଖୁସିବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

୨୦୨୯ ନିର୍ବାଚନ ପାଇଁ BJPର ମାଷ୍ଟରପ୍ଲାନ୍‌, କାଲି ଘୋଷଣା ହେବ ନୂଆ ଟିମ୍‌! ଏହି ନେତାଙ୍କୁ ମିଳିବ ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୬।୮: ଭାଜପାରେ ଖୁବ୍‌ଶୀଘ୍ର ଏକ ବଡ଼ ସାଂଗଠନିକ ପୁନର୍ଗଠନ ହେବାକୁ ଯାଉଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ଦଳର ନୂଆ ଟିମ୍‌ ଘୋଷଣା…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri