Posted inଖେଳ

ସାଉଥ୍‌ ଏସିଆନ ଗେମ୍ସ: ରେକର୍ଡ ପଦକ ଜିତିଲା ଭାରତ

କାଠମାଣ୍ଡୁ, ୧୧ା୧୨ (ପି.ଟି.)- ସାଉଥ୍‌ ଏସିଆନ ଗେମ୍ସ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ଆଞ୍ଚଳିକ ବହୁବିଧ ସ୍ପୋର୍ଟିଂ ଇଭେଣ୍ଟରେ ଭାରତ ସର୍ବାଧିକ ମୋଟ ୩୧୨ ପଦକ ଜିତି ରେକର୍ଡ ପ୍ରତିଷ୍ଠା କରିଛି। ଦେଶ କ୍ରମାଗତ ୧୩ଥର ଇଭେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଛି। ୧୦ ଦିନ ଧରି ଚାଲିଥିବା ସାଉଥ ଏସିଆନ ଗେମ୍ସର ୧୩ତମ ସଂସ୍କରଣରେ ଭାରତ ୧୭୪ ସ୍ବର୍ଣ୍ଣ, ୯୩ ରୌପ୍ୟ ଏବଂ ୪୫ ବ୍ରୋଞ୍ଜ ପଦକ ଲାଭ କରିଛି। ୨୦୧୬ ଗୁଆହାଟି ଓ ଶିଲଂରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ୩୦୯ (୧୮୯ ସ୍ବର୍ଣ୍ଣ, ୯୦ରୌପ୍ୟ ଓ ୩୦ ବ୍ରୋଞ୍ଜ) ପଦକ ଲାଭ କରି ରେକର୍ଡ କରିଥିଲା। ୨୦୧୬ ତୁଳନାରେ ଏଥର କିନ୍ତୁ ଭାରତ ୧୫ଟି କମ୍‌ ସ୍ବର୍ଣ୍ଣ ପଦକ ଜିତିଛି। ଚଳିତ ସଂସ୍କରଣ ପାଇଁ ଭାରତ ୪୮୭ ଆଥଲେଟ ପଠାଇଥିଲା। ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆୟୋଜକ ନେପାଳ ମୋଟ ୨୦୬ ପଦକ(୫୧ ସ୍ବର୍ଣ୍ଣ, ୬୦ ରୌପ୍ୟ ଓ ୯୫ ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ ତୃତୀୟ ସ୍ଥାନରେ ରହିଥିବା ଶ୍ରୀଲଙ୍କା ୨୧୫ ପଦକ (୪୦ ସ୍ବର୍ଣ୍ଣ, ୮୩ ରୌପ୍ୟ ଓ ୧୨୮ ବ୍ରୋଞ୍ଜ) ଜିତିଛି। ୧୯୮୪ରେ ସାଉଥ୍‌ ଏସିଆନ ଗେମ୍ସ ଆରମ୍ଭ ହେବାପରଠାରୁ ଭାରତ ପ୍ରଥମ ସ୍ଥାନ ଅଧିକାର କରିଆସୁଛି। ମଙ୍ଗଳବାର ଅନ୍ତିମ ଦିସବରେ ଭାରତ ୧୮ ପଦକ (୧୫ ସ୍ବର୍ଣ୍ଣ, ୨ରୌପ୍ୟ ଓ ୧ ବ୍ରୋଞ୍ଜ) ହାସଲ କରିଛି। ବକ୍ସରମାନେ ୬ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପାଇଛନ୍ତି। ପୁରୁଷ ଓ ମହିଳା ବାସ୍କେଟବଲ୍‌ ଫାଇନାଲରେ ଭାରତ ଯଥାକ୍ରମେ ଶ୍ରୀଲଙ୍କା (୧୦୧-୬୨) ଓ ଆୟୋଜକ ନେପାଳ (୧୨୭-୪୬)କୁ ପରାସ୍ତ କରି ଉଭୟ ବିଭାଗରେ ସ୍ବର୍ଣ୍ଣ ଜିତିଛି। ସ୍କ୍ବାସ୍‌ରେ ଯତାକ୍ରମେ ମହିଳା ଓ ପୁରୁଷ ଇଭେଣ୍ଟରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ବକ୍ସରମାନେ ପ୍ରଭାବୀ ପ୍ରଦର୍ଶନ ସହ ଦେଶ ପାଇଁ ୧୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri