Posted inଖେଳ

ସାଇ ହଷ୍ଟେଲ କଟକ ୨-୦ ଗୋଲ୍‌ରେ ବିଜୟୀ

ନୟାଗଡ଼ ଅଫିସ, ୬ା୧୨-୭୮୬ ୟୁଥ୍‌ କ୍ଲବ ସିନ୍ଦୂରିଆ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଖେଳପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଫୁଟବଲ୍‌ ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ସାଇ ହଷ୍ଟେଲ କଟକ ୨-୦ ଗୋଲରେ ରେଲୱେ ଏଫ୍‌ସିକୁ ହରାଇ ଦେଇଛି। ଖେଳରେ ପ୍ରଥମାର୍ଦ୍ଧର ୫ମ ମିନିଟ ସାଇ ହଷ୍ଟେଲର ଖେଳାଳି ଚନ୍ଦ୍ରା ମୁର୍ମୁ ବିପକ୍ଷ ଦଳକୁ ଗୋଲ୍‌ ଦେଇଥିଲେ। ସେହିଭଳି ଖେଳର ଦ୍ୱିତୀୟାର୍ଦ୍ଧରେ ସାଇ ହଷ୍ଟେଲ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ ଏସ୍‌. ତ୍ରିନାଥ। ଏହାପରେ ଆଉ କୌଣସି ଖେଳାଳି ସ୍କୋର ଲାଇନ ଉପରେ ପ୍ରଭାବ ପକାଇ ପାରି ନ ଥିଲେ। ଫଳରେ ସାଇ ହଷ୍ଟେଲ ୨-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଘରୋଇ ବସ୍‌ ମାଲିକ ସଭାପତି ମନୋଜ କୁମାର ନାୟକ, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ଶେଖ ୟୁସୁବ ପ୍ରମୁଖ ଉପସ୍ଥିତ ଥିଲେ। ରେଫରି ଭାବେ ଭୀମ ଛତ୍ରୀ ଖେଳ ପରିଚାଳନା କରିଥିବା ବେଳେ ଅଶୋକ କହଁର, କୀର୍ତ୍ତିରଞ୍ଜନ ସ୍ବାଇଁ, ରାଜୁ ମହାନ୍ତି ସହାୟତା କରିଥିଲେ। ଆଶୁତୋଷ ମିଶ୍ର, ଗଣେଶ୍ୱର ମିଶ୍ର ଧାରା ବିବରଣୀ ପ୍ରଦାନ କରିଥିଲେ। ଶୁକ୍ରବାର କେରଳ ଇଲେକ୍ଟ୍ରିସିଟି ବୋଡ ଓ ବାରକୋଟ ଭୁବନେଶ୍ୱର ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ବିଗିଡିଲା ନୀରଜ ଚୋପ୍ରାଙ୍କ ସ୍ବାସ୍ଥ୍ୟାବସ୍ଥା

ପାନିପତ,୧୭।୮: ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୁଣି ଖରାପ ହୋଇଛି। ପଦକ ଜିତିବାର ଦଶ ଦିନ ପରେ ଚୋପ୍ରା ମଙ୍ଗଳବାର...

କୋଭିଡ-୧୯: ଲିଡ୍ସ କିମ୍ବଦନ୍ତୀ ଫୁଟବଲର ହଣ୍ଟରଙ୍କ ପରଲୋକ

ଲଣ୍ଡନ,୧୭।୪(ଏଏଫ୍‌ପି): ଲିଡ୍ସ କିମ୍ବଦନ୍ତୀ ତଥା ଇଂଲଣ୍ଡ ପୂର୍ବତନ ଫୁଟବଲର ନର୍ମାନ ହଣ୍ଟର ୭୬ ବର୍ଷରେ ମୃତ୍ୟୁବରଣ କରିଛନ୍ତି। କୋଭିଡ-୧୯ ସଂକ୍ରମଣ କାରଣରୁ ସେ ପରଲୋଗ ଗମନ...

ଟୋକିଓ ଅଲିମ୍ପିକ୍ସ: ନୂଆ ତାରିଖ ସମସ୍ତଙ୍କୁ ଖୁସି କରି ନ ପାରେ

ପ୍ୟାରିସ,୨୮।୩ (ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ଟୋକିଓ ୨୦୨୦ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ଖୁବ୍‌ଶୀଘ୍ର ଏହି ମେଗା ଇଭେଣ୍ଟର ନୂଆ ତାରିଖ ଘୋଷଣା...

କ୍ୱାର୍ଟରରେ ଜୋକୋଭିଚ୍‌, ସାବାଲେଙ୍କା

ଓ୍ବିମ୍ବେଲଡନ, ୧୧ା୭: ଟେନିସ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ ବେଲାରୁଷର ଆରିନା ସାବାଲେଙ୍କା। ପୁରୁଷ ସିଙ୍ଗଲ୍ସ ବର୍ଗରେ...

ହରମନ୍‌ପ୍ରୀତଙ୍କ ଅର୍ଦ୍ଧଶତକରେ ଜିତିଲା ଭାରତ

ମୀରପୁର, ୧୦ା୭(ପି.ଟି.): ବାଂଲାଦେଶ ବିପକ୍ଷ ପ୍ରଥମ ମହିଳା ଟି୨୦ ମ୍ୟାଚରେ ଭାରତକୁ ଜିତାଇଛନ୍ତି ଅଧିନାୟିକା ହରମନ୍‌ପ୍ରୀତ କୌର ଓ ସ୍ପିନର। ପ୍ରଥମେ ଭାରତୀୟ ସ୍ପିନର ବାଂଲାଦେଶକୁ...

କୋପା ଆମେରିକା: ପଏଣ୍ଟ ଖାତା ଖୋଲିଲା ଆର୍ଜେଣ୍ଟିନା

ବେଲୋ ହରାଇଜଣ୍ଟ,୨୦।୬(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଆର୍ଜେଣ୍ଟିନା ପଏଣ୍ଟ ଖାତା ଖୋଲିବାକୁ ସକ୍ଷମ ହୋଇଛି। ପ୍ରଥମ ମ୍ୟାଚ୍‌ରେ କଲମ୍ବିଆଠାରୁ ପରାଜୟ ବରଣ କରିଥିବା...

ଚମତ୍କାର ଖେଳିଲେ ଶୁବମନ,ଭାରତର ବିଜୟ ଆଶା ଉଜ୍ଜୀବିତ

ବ୍ରିସ୍‌ବେନ୍‌,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଶେଷ ଟେଷ୍ଟ ରୋଚକ ସ୍ଥିତିରେ ପହଞ୍ଚିଛି। ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଶୁବମନ ଗିଲ ୯୧...

ଇନ୍‌ଫାଣ୍ଟିନୋଙ୍କ ବଡ଼ ଆଇନଗତ ବିଜୟ

ବେଲିଜୋନା, ୬।୫(ଏପି): ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ ଏକ ବଡ଼ ଆଇନଗତ ବିଜୟ ହାସଲ କରିଛନ୍ତି। ସୁଇଜରଲାଣ୍ଡର ପୂର୍ବତନ...

Advertisement
Archives

Model This Week