Posted inଖେଳ

ସାଇନାଙ୍କୁ ଦ୍ୱିତୀୟ ଡବ୍ଲ୍ୟୁଆଇଏମ୍‌ ନର୍ମ

ଭୁବନେଶ୍ୱର, ୧୦।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶାର ଚେସ୍‌ ଭବିଷ୍ୟତ ଭାବେ ବିବେଚିତ ହେଉଥିବା ମହିଳା ଫିଡେ ମାଷ୍ଟର ସାଇନା ସାଲୋନିକା ନିଜ ଲକ୍ଷ୍ୟ ପଥରେ ଆଉ ଏକପାଦ ଆଗକୁ ବଢ଼ିଛନ୍ତି। ସର୍ବିୟାର ପାରାସିନଠାରେ ସୋମବାର ଶେଷ ହୋଇଥିବା ଓର୍ବିସ-୩ ଟୁର୍ନାମେଣ୍ଟରେ କ୍ୟାରିୟରର ଦ୍ୱିତୀୟ ଡବ୍ଲ୍ୟୁଆଇଏମ୍‌ (ମହିଳା ଅନ୍ତର୍ଜାତୀୟ ମାଷ୍ଟର) ନର୍ମ ହାସଲ କରିଛନ୍ତି ଏହି ଚେସ୍‌ ପ୍ରତିଭା। ପ୍ରତିଯୋଗିତାର ୮ମ ରାଉଣ୍ଡରେ କୋରିଆ ଖେଳାଳି କିମ୍‌ ଜିନ୍‌ ଶୁଙ୍କ ସହ ମ୍ୟାଚ ଡ୍ର ରଖି ସାଇନା ଏହି ସଫଳତା ପାଇଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ନର୍ମ ପାଇଁ ସାଇନାଙ୍କୁ ୪.୫ ପଏଣ୍ଟ ହାସଲ ଆବଶ୍ୟକ ହେଉଥିଲା। ଟୁର୍ନାମେଣ୍ଟ ସରିବାର ଗୋଟିଏ ରାଉଣ୍ଡ ପୂର୍ବରୁ ସେ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ ଯାଇଥିଲେ। ସମ୍ପ୍ରତି ୨୦୭୪ ରେଟିଂ ପଏଣ୍ଟରେ ଥିବା ସାଇନା ଉଚ୍ଚ ରେଟିଂପ୍ରାପ୍ତ ଖେଳାଳିଙ୍କୁ ହରାଇ ଏହି ସଫଳତା ପାଇଛନ୍ତି। ଟୁର୍ନାମେଣ୍ଟର ଆଭରେଜ ରେଟିଂ ପଏଣ୍ଟ ଥିଲା ୨୨୫୬। ସେ ମୋଟ ୩ ବିଜୟ, ୨ ପରାଜୟ ଓ ୪ ଡ୍ର ସହ ୫ ପଏଣ୍ଟ ପାଇ ପ୍ରତିଯୋଗିତା ଶେଷ କରିଛନ୍ତି। ଫଳରେ ଏଥିରୁ ତାଙ୍କୁ ମୂଲ୍ୟବାନ ୧୦୨ ଏଲୋ ରେଟିଂ ପଏଣ୍ଟର ଫାଇଦା ମିଳିଛି। ଏହା ପୂର୍ବରୁ ମଧ୍ୟ ସେ ସର୍ବିୟାର ନୋଭିସାଡଠାରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ୭୬ ପଏଣ୍ଟର ଫାଇଦା ପାଇଥିଲେ। କେନ୍ଦୁଝର ଜିଲା ହାଟଡିହି ବ୍ଲକସ୍ଥିତ ସୁଲଣ ଗ୍ରାମର ବବିତା ଓ ଗଣେଶ୍ୱର ଜେନାଙ୍କ ସୁକନ୍ୟା ହେଉଛନ୍ତି ସାଇନା। ସମ୍ପ୍ରତି କିଟ୍‌ ଅନ୍ତର୍ଜାତୀୟ ସ୍କୁଲର ଏକାଦଶ ଷ୍ଟାଣ୍ଡାର୍ଡରେ ଅଧ୍ୟୟନରତ ଏହି ଚେସ୍‌ ପ୍ରତିଭା ଗତ ଜୁନ୍‌ ମାସରେ ଗୋଆ ଅନ୍ତର୍ଜାତୀୟ ଚେସ୍‌ ଟୁର୍ନାମେଣ୍ଟରେ ପ୍ରଥମ ମହିଳା ଅନ୍ତର୍ଜାତୀୟ ମାଷ୍ଟର ନର୍ମ ହାସଲ କରିଥିଲେ। ସେ ଗତ ସିବିଏସଇ ଦଶମ ପରୀକ୍ଷାରେ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବାବେଳେ କ୍ୟାରିୟରରେ ୧୭ଟି ଅନ୍ତର୍ଜାତୀୟ ପଦକ ହାସଲ କରି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଜିଂ ଅଲିମ୍ପିକ୍ସର କୂଟନୈତିକ ବହିଷ୍କାର କଲା ଆମେରିକା…

ଓ୍ବାଶିଂଟନ,୭।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଏକ ବଡ ଘୋଷଣା କରିଛନ୍ତି। ଚାଇନାରେ ୨୦୨୨ରେ ହେବାକୁୂଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ କୂଟନୈତିକ ଭାବରେ ବହିଷ୍କାର...

ରଣ୍‌ଜୀ ଟ୍ରଫି: ଧାଓ୍ବନଙ୍କ ଶତକ

ନୂଆଦିଲ୍ଲୀ, ୨୫।୧୨: ରଣ୍‌ଜୀ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାର ୩ୟ ପର୍ଯ୍ୟାୟ ବୁଧବାରଠାରୁ ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଆହତଜନିତ ସମସ୍ୟା ପରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ...

ଟିମ୍‌ ଇଣ୍ଡିଆ ପାଇଁ କଡ଼ା ପରୀକ୍ଷା

ଅକ୍ଟୋବରରେ ଟି୨୦ ବିଶ୍ୱକପ ଖେଳିବାପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା ହୋଇସାରିଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚବିଶିଷ୍ଟ ଟି୨୦...

ଗାଭାସ୍କରଙ୍କ ବଡ଼ ଘୋଷଣା: କୋହଲିଙ୍କ ପରେ ଏହି ଖେଳାଳିଙ୍କୁ ଦିଆଯାଉ ଅଧିନାୟକ ପଦ

ନୂଆଦିଲ୍ଲୀ,୨୯।୯: ନିକଟରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଭାରତର ଟି -୨୦ ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୨୦୨୧ ଟି...

ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂ କରିବେ ଧର୍ମସେନା, ମାରିଆସ

ଲଣ୍ଡନ,୧୨।୭(ପି.ଟି.)- ରବିବାର ଆଇକନିକ୍‌ ଲଡର୍‌ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଲାଗି ଶ୍ରୀଲଙ୍କା ଅମ୍ପାୟର...

କୋଲକାତାକୁ ହରାଇ ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

କୋଲକାତା, ୧୪।୪: ହ୍ୟାରି ବ୍ରୁକ୍‌ଙ୍କ ଅପରାଜିତ ଶତକ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୯ ତମ ମ୍ୟାଚରେ କୋଲକାତା ନାଇଟ...

ଅଷ୍ଟ୍ରେଲିଆନ୍‌ ଓପନ୍‌: ଭାରତୀୟ ବଂଶୋଦ୍ଭବ ରାଜୀବଙ୍କୁ ଟାଇଟଲ୍‌

ମେଲବୋର୍ନ, ୨।୨ (ଏଏଫ୍‌ପି)- ଆମେରିକାରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବ ରାଜୀବ ରାମ ବର୍ଷର ପ୍ରଥମ ଟେନିସ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି।...

ଆଇଓସିର ଅଲିମ୍ପିକ୍‌ ଘୁଞ୍ଚାଇବା ନିଷ୍ପତ୍ତି ଠିକ୍‌ ଥିଲା: ହିମା

ନୂଆଦିଲ୍ଲୀ,୨୭।୫: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସକୁ ଆସନ୍ତାବର୍ଷକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲା। ଏହି...

Advertisement
Archives

Model This Week