ସହିଷ୍ଣୁତାରେ ବିଶ୍ୱଶାନ୍ତି ସମ୍ଭବ

ଜାତିସଂଘ: ଆନ୍ତର୍ଜାତିକ ସହିଷ୍ଣୁତା ଦିବସ ପ୍ରତିବର୍ଷ ୧୬ ନଭେମ୍ବରରେ ପାଳନ କରାଯାଉଛି। ବିଶ୍ୱରେ ଅସହିଷ୍ଣୁତାର କାୟାବିସ୍ତାର କରିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ଜାତିସଂଘ ସାଧାରଣ ପରିଷଦ ୧୯୯୬ରେ ବିଶ୍ୱରେ ଅସହିଷ୍ଣୁତାର ବିପଦ ସମ୍ପର୍କରେ ସାର୍ବଜନୀନ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ‘ଆନ୍ତର୍ଜାତିକ ସହିଷ୍ଣୁତା ଦିବସ ଘୋଷଣା’ କରିଥିଲା। ଏହି ବର୍ଷ ୟୁନେସ୍କୋ ମହାମତ୍ା ଗାନ୍ଧୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ସହିଷ୍ଣୁତା ସହ ଅହିଂସାର ମହତ୍ତ୍ୱକୁ ପ୍ରତିପାଦନ କରିବା ଲାଗି‘ମଦନଜିତ ସିଂ ପୁରସ୍କାର’ସ୍ଥାପନ କରିଥିଲା। ଏହି ପୁରସ୍କାର ବିଜ୍ଞାନ, କଳା,ସଂସ୍କୃତି ଓ ସଂଚାର କ୍ଷେତ୍ରରେ ସହିଷ୍ଣୁତା ଓ ଅହିଂସାକୁ ପ୍ରଧାନ୍ୟ ଦେବା ଉଦ୍ଦେଶ୍ୟରେ କରାଯାଉଥିବା କାର୍ଯ୍ୟ ପାଇଁ ପ୍ରଦାନ କରାଯାଉଛି। ପ୍ରତି ଦୁଇବର୍ଷରେ ଏହା ପ୍ରଦାନ କରାଯାଉଛି। କାନାଡାର ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ସୋସିଆଲ ଏଣ୍ଟରପ୍ରିନ୍ୟୁୟର ମାନନ୍‌ ବାର୍‌ବ୍ୟୁ ଓ କେନିଆରେ ମହିଳାଙ୍କ ଉପରେ ହେଉଥିବା ହିଂସାକୁ ସମାପ୍ତ କରିବା ପାଇଁ କାର୍ଯ୍ୟ କରୁଥିବା ‘କୋ-ଏକ୍ଜିଷ୍ଟ୍‌ ଇନ୍‌ସିଏଟିଭ୍‌’ନାମକ ସଂସ୍ଥାକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। କେନିଆରେ ସୌହାଦ୍ଦର୍‌ୟପୂର୍ଣ୍ଣ ସହାବସ୍ଥାନ ବଜାୟ ରଖିବା ତଥା ବିଶ୍ୱରେ ଶାନ୍ତି ଓ ସମନ୍ବୟ ପ୍ରତିଷ୍ଠା କରିବା ପାଇଁ ସହନଶୀଳ ହେବାର ଆବଶ୍ୟକତା ଉପରେ ଲୋକମାନଙ୍କୁ ସଚେତନ କରିବା ଉକ୍ତ ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବୈଶ୍ୱିକ ସହିଷ୍ଣୁତାର ମହତ୍ତ୍ୱ ଓ ଅସହିଷ୍ଣୁତାର କୁପ୍ରଭାବ ଉପରେ ଲୋକମାନଙ୍କୁ ମଧ୍ୟ ଅବଗତ କରାଯାଏ। ଏହି ଅବସରରେ ବିଶ୍ୱରେ ଅନ୍ୟାୟ, ପକ୍ଷପାତପୂର୍ଣ୍ଣ ଭେଦଭାବ ଓ ଅତ୍ୟାଚାର ଏବଂ ଏହାର ସମାଜ ଉପରେ ଥିବା କୁପ୍ରଭାବ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ କରାଯାଇଥାଏ। ପୃଥିବୀରେ ସାମ୍ପ୍ରତିକ ପରିସ୍ଥିତିରେ ସାମ୍ପ୍ରଦାୟିକ , ଜାତିଗତ ଅସହିଷ୍ଣୁତା ଏକ ସମସ୍ୟା ରୂପେ ଉଭା ହୋଇଛି। ସିରିଆ, ନାଇଜେରିଆ, ଇରାକରେ ଏହାକୁ ଭିତ୍ତିକରି ଗୋଷ୍ଠୀଗତ ହିଂସା ବ୍ୟାପୁଛି। ଏହାକୁ କିପରି ହ୍ରାସ କରାଯାଇପାରିବ ସେଥିପାଇଁ ଲୋକମାନଙ୍କ ଜୀବନରେ ସକାରାମତ୍କ ପରିବର୍ତ୍ତନ ଆଣିବା ପାଇଁ ଏକ ଉପଯୋଗୀ ପରିବେଶ ସୃଷ୍ଟି କରିବାରେ ଏହି ଦିବସର ଭୂମିକା ରହିଛି। ଏଥିପାଇଁ ୨୦୧୮ରେ ଦୁବାଇ(ୟୁଏଇ)ରେ ପ୍ରଥମ ବିଶ୍ୱ ସହିଷ୍ଣୁତା ସମ୍ମିଳନୀ(ଡବ୍ଲ୍ୟୁଟିଏସ୍‌) ଅୟୋଜନ କରାଯାଇଥିଲା। ସହିଷ୍ଣୁତା, ଶାନ୍ତି, ସମାନତା ଉପରେ ଏହି ସମ୍ମିଳନୀରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଥିଲା। ହିଂସା ପରିହାର କରି ସହିଷ୍ଣୁତା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ଗୁରୁତ୍ୱ ଦେବା ଏହି ସମ୍ମିଳନୀର ଲକ୍ଷ୍ୟ। ଚଳିତ ବର୍ଷ ମଧ୍ୟ ଏହି ସମ୍ମିଳନୀ ଦୁବାଇରେ ଅନୁଷ୍ଠିତ ହୋଇଛି। ଏଥିରେ ବିଶ୍ୱର ପ୍ରାୟ ୧୦୦ଟି ଦେଶରୁ ୩୦୦୦ରୁ ଊର୍ଦ୍ଧ୍ୱ ପଦାଧିକାରୀ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ୨୦୧୯ ପାଇଁ ‘ବହୁ ସଂସ୍କୃତିବାଦରେ ସହିଷ୍ଣୁତା: ଏକ ସହିଷ୍ଣୁ ଦୁନିଆରେ ସାମାଜିକ, ଆର୍ଥିକ ଓ ମାନବୀୟ ଲାଭ ପ୍ରାପ୍ତ କରିବା’ ସ୍ଲୋଗାନ୍‌ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଇଚ୍ଛା ପୂରଣ କଲେ ସ୍ବାମୀ: ରାମ ମନ୍ଦିର ନିର୍ମାଣ ପାଇଁ ୭ ଲକ୍ଷର ଗହଣା ବିକ୍ରି କରି କଲେ ଦାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଭଗବାନ ରାମଙ୍କ ଭବ୍ୟ ମନ୍ଦିର। ଏଥିନେଇ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଶ୍ରଦ୍ଧାଳୁମାନେ ମନ୍ଦିର ନିର୍ମାଣ ନେଇ ଦାନ...

୪୨୦ କୋଟି ଲୋକ ଘରେ ବନ୍ଦ ଥିବାବେଳେ କରୋନାର ଏନ୍ତୁଡ଼ିଶାଳ ଉହାନ ସହର ଉତ୍ସବ ମୁଖର !

ବେଜିଂ,୮।୪: ଚାଇନାର ହୁବେଇ ପ୍ରଦେଶର ଉହାନ ସହରର ମାଂସ ବଜାରରୁ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା। ପରେ ସୁରକ୍ଷା ଦୃଷ୍ଟିରୁ ସହରକୁ ଲକ୍‌ଡାଉନ୍‌ କରାଯାଇଥିଲା।...

ସଙ୍କଟରେ ଶହ ଶହ ଭାରତୀୟ ନର୍ସଙ୍କ ଚାକିରି

ଦୁବଇ,୧୫।୧୦: ୟୁନାଇଟେଡ ଅରବ ଏମିରେଟ୍ସ (ୟୁଏଇ)ରେ ଡିପ୍ଲୋମା ଡିଗ୍ରିଧାରୀ ଶହ ଶହ ଭାରତୀୟ ନର୍ସଙ୍କ ଚାକିରି ଏବେ ସଙ୍କଟରେ ବୋଲି ସୂଚନା ମିଳିଛି। ଗଣମାଧ୍ୟମର ସୂଚନା...

ପିଲାଙ୍କ ସାଧୁତା ପରୀକ୍ଷା ପାଇଁ ଏହି ସ୍କୁଲରେ ନିଆଯାଉଛି ଅଜବ ଟେଷ୍ଟ

ଚେନ୍ନାଇ,୫।୧୧:ସ୍କୁଲରେ ପିଲାମାନଙ୍କ ବିଭିନ୍ନ ପାଠବିଷୟରେ ଶିକ୍ଷା ପ୍ରଦାନ କରାଯାଏ। କିନ୍ତୁ ତାମିଲନାଡୁର ଏକ ସ୍କୁଲରେ ପିଲାମାନଙ୍କୁ ନୈତିକ ମୂଲ୍ୟବୋଧତା ଉପରେ ଶିକ୍ଷା ଦିଆଯିବା ସହ ସେମାନଙ୍କ...

ପ୍ରବଳ ଗରମ ସହି ନ ପାରି ବିନା ପୋଷାକ ସ୍କୁଟି ଚଳାଇଲେ ଜର୍ମାନୀ ନାଗରିକ: ଭିଡ଼ିଓ ଭାଇରାଲ

ବର୍ଲିନ୍‌,୩୦।୬: ପ୍ରବଳ ଗରମ ସହି ନ ପାରି ଜଣେ ନର୍ମାନୀ ନାଗରିକ ରାସ୍ତାରେ ବିନା ପୋଷାକରେ ସ୍କୁଟି ଚଳାଉଥିବା ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ...

ଖଣି ଭୁଶୁଡ଼ି ୧୧୩ ମୃତ

ୟାଙ୍ଗୁନ୍‌,୩।୭:ଉତ୍ତର ମ୍ୟାନ୍‌ମାରରେ ଥିବା ଏକ ମୂଲ୍ୟବାନ୍‌ ରତ୍ନପଥର (ମଣି) ଖଣି ଗୁରୁବାର ଭୁଶୁଡ଼ି ପଡ଼ିବାରୁ ୧୧୩ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି କେତେଜଣ ପୋତିହୋଇପଡ଼ିଥିବାରୁ ମୃତ୍ୟୁସଂଖ୍ୟା...

ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଫଗାନିସ୍ତାନ ମହିଳା ମନୋନୀତ

କାବୁଲ,୧୧ା୨: ଆଫଗାନିସ୍ତାନରେ ମହିଳା ଅଧିକାର ପାଇଁ କାର୍ଯ୍ୟ କରୁଥିବା ମେହବୁବା ସିରାଜ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କୁ ଜେଲରେ ଥିବା ଇରାନର...

ୟୁକ୍ରେନ୍‌ରେ ଫ୍ରାନ୍ସ ଖବରଦାତାଙ୍କ ପରଲୋକ

କିଭ୍‌,୩୦ା୫: ୟୁକ୍ରେନ୍‌ରେ ରିପୋର୍ଟିଂ କରୁଥିବା ଫ୍ରାନ୍ସର ଜଣେ ଖବରଦାତା ୩୨ ବର୍ଷୀୟ ଫ୍ରେଡେରିକ୍‌ ଲିକ୍ଲର୍କ-ଇମହୋଫ୍‌ଙ୍କ ପରଲୋକ ଘଟିଛି। ଏନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ସୋମବାର...

Advertisement
Archives

Model This Week