ସହାୟିକାଙ୍କ ଘରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ତେନ୍ତୁଳିଖୁଣ୍ଟି, ୧୯।୫(ଡି.ଏନ.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଗୌଡଦେଓପାଲି ପଞ୍ଚାୟତର ଭୌଗଳିକ ସ୍ଥିତି ଓ ଜନସଂଖ୍ୟାକୁ ଆଧାର କରି ଅଙ୍ଗନଓ୍ବାଡି କେନ୍ଦ୍ର କରାଯାଇ ନଥିବା ଅଭିଯୋଗ ହୋଇ ଆସୁଛି। ଗୌଡ ଦେଓପାଲି ପଞ୍ଚାୟତର ଚାପଟାପାଶ ଗ୍ରାମବାସୀ ଲମତାଗୁଡା ପଞ୍ଚାୟତର ପଡାଆଉଁଳି ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ସେହିପରି ଡାଇକଠାରେ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ଲାଗି ଲାଗି ରହିଛି । ପରଜାଦେଓପାଲି ଓ ଦେଓପାଲି ଅଙ୍ଗନଓ୍ବାଡି କେନ୍ଦ୍ର। ପରଜାଦେଓପାଲି ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ଡୁମାଝୋଲା, ନୂଆମାଝିଗୁଡା ଏବଂ ପରଜାଦେଓପାଲି ଗ୍ରାମବାସୀ ନିର୍ଭରଶୀଳ । ଦେଓପାଲି ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ଗୌଡଦେଓପାଲି, କଲୋନୀ ଦେଓପାଲି ଗ୍ରାମବାସୀ ନିର୍ଭର କରିଥାନ୍ତି। ସେହିପରି ହିରୁଗୁଡା ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ହିରୁଗୁଡା , ସୁତାବନ୍ଧ, ଡଙ୍ଗାଝରଣ ଗ୍ରାମବାସୀ ନିର୍ଭରଶୀଳ। କିନ୍ତୁ ଏହି କେନ୍ଦ୍ରର ନିଜସ୍ବ ଗୃହ ନାହିଁ । ଦୀର୍ଘବର୍ଷ ହେଲା ଏହି କେନ୍ଦ୍ର ଅଙ୍ଗନଓ୍ବାଡି ସହାୟିକା ହୁକାଇ ଜାନୀଙ୍କ ଘରେ ଚାଲିଛି । ଭାରପ୍ରାପ୍ର ଅଙ୍ଗନଓ୍ବାଡି କର୍ମୀ ଦ୍ୱାରା ଦୀର୍ଘବର୍ଷ କେନ୍ଦ୍ର ପରିଚାଳିତ ହେଉଥିଲା। ବହୁ ଦାବି ପରେ ଦୁଇ ମାସ ତଳେ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତି ମିଳିଛି। ଏହି କେନ୍ଦ୍ର ଉପରେ ୫ରୁ ୬ଜଣ ଗର୍ଭବତୀ, ୨୭ରୁ ୩୦ ପ୍ରାକ୍‌ ବିଦ୍ୟାଳୟ ଛାତ୍ରୀଛାତ୍ର ନିର୍ଭର କରିଥାନ୍ତି। କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ଆଜକୁ ୯ ବର୍ଷ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇ ପାରିନି। ବହୁ ଦାବି ପରେ ଗୃହର ଚଟାଣ ଓ କାନ୍ଥ ପ୍ଲାଷ୍ଟର କରି ଚୂନ କରାଗଲା। ଅଙ୍ଗନଓ୍ବାଡି ଗୃହର କବାଟ ଓ ଝରକା ଲଗାଯାଇ ନାହିଁ। ଶୌଚାଳୟ ମଧ୍ୟ ନିର୍ମାଣ ହୋଇଛି। ଶୌଚାଳୟରେ ଲାଟିନ ପ୍ୟାନ ଲାଗିନି କି ଗୃହ ଉପର ଛପର ହୋଇ ନାହିଁ। ଏହି ଗୃହର ନିର୍ମାଣ କାର୍ଯ୍ୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀଙ୍କ ନାମରେ ରହିଛି। କାମ ଆରମ୍ଭରୁ ବର୍ତ୍ତମାନ ଯାଏ ୫ ଜଣ କନିଷ୍ଠ ଯନ୍ତ୍ରୀ ବଦଳି ହେଲେଣି। କିନ୍ତୁ ଗୃହ ନିର୍ମାଣ ଶେଷ ହୋଇ ପାରୁ ନାହିଁ। ତୁରନ୍ତ ଅସ୍ଥାୟୀ ଭାବେ ନୂତନ ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀରେ ଅଙ୍ଗନଓ୍ବାଡି କେନ୍ଦ୍ରର ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ପାଇଁ ବ୍ୟବହାର କରିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri