ସହାୟତା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲା ଟ୍ୟାକ୍ସି ଚାଳକ ସଂଘ

ଦାରିଙ୍ଗବାଡ଼ି,୨୧।୪(ଡି.ଏନ.ଏ)- ଲକ୍‌ଡାଉନ ଯୋଗୁ ସମସ୍ତ ପ୍ରକାର ଗାଡ଼ିମୋଟର ବନ୍ଦ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଭାରିଯାନ ସହ ମିନି ଟ୍ରକ ଚଳାଚଳ କରୁଛି। ଘରୋଇ ଟ୍ୟାକ୍ସି ଚଳାଚଳ ବନ୍ଦ ଯୋଗୁ ଏବେ ଚାଳକ ମାନଙ୍କୁ ମାଲିକ ଛଟେଇ କରିଦେଇଛନ୍ତି। ଫଳରେ ଭୋକଉପାସରେ ଦିନ କଟୁଥିବା କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡସ୍ତରୀୟ ମୋଟର ଚାଳକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଅନ୍ୟ ରାଜ୍ୟରେ ସହାୟତା ରାଶି ସରକାର ପ୍ରଦାନ କରୁଥିବା ବେଳେ ଆମ ରାଜ୍ୟରେ ମିଳୁ ନ ଥିବାରୁ ଚାଳକମାନେ ସହାୟତା ଯୋଗାଇଦେବାକୁ ମୋଟର ଚାଳକ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ନିକଟକୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି ବୋଲି ସଂଘର ସଭାପତି ଅଭିରାମ ଦିଗାଳ କହିଛନ୍ତି। ତୁରନ୍ତ ସେମାନଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକ ପଞ୍ଜୀକରଣ ହେଉନି: ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣା

ଛତ୍ରପୁର,୬ା୨(ଡି.ଏନ.ଏ)-ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଛତ୍ରପୁରସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଧାରଣା ଦିଆଯାଇଥିଲା। ପରେ ଜିଲା...

ବଲାଙ୍ଗୀର ଲିଖିରିଆ ଗାଁକୁ ସିଲ୍‌ କରିବା ପ୍ରକ୍ରିୟା ଆରମ୍ଭ, ଗାଁ ଲୋକଙ୍କ ସ୍ବାବ୍‌ ସଂଗ୍ରହ ପାଇଁ ପହଞ୍ଚତ୍ଲା ଟିମ୍‌

ବଲାଙ୍ଗୀର ଅଫିସ/ଗୁଡଭେଲା ୧।୫ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ୍‌ ରୁଷୁଡା ପଞ୍ଚାୟତର ଲିଖିରିଆ ଗାଁର ଦୁଇଜଣ ଯୁବକ ଶୁକ୍ରବାର କରୋନା ପଜିଟିଭ ଚିହ୍ନଟ ହେବା...

ମୃତ୍ୟୁ ଦଣ୍ଡାଦେଶ ଖାରଜ କଲେ ହାଇକୋର୍ଟ

କଟକ ଅଫିସ୍‌, ୨୪ା୧୨:ଅନୁଗୋଳ ଜିଲାରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ହାଇକୋର୍ଟ ବୁଧବାର ଖାରଜ...

୧୪ ମାସ ହେଲା ଛାତ୍ରୀ ନିବାସରେ ତାଲା

ବସ୍ତା,୨୦।୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ଜାମଶୂଳୀ  ବ୍ଲକ ଜାମଶୂଳୀସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଏକମାତ୍ର ଛାତ୍ରୀନିବାସ ୧୪ ମାସ ହେଲା ବନ୍ଦ ରହିଛି। କଲେଜ କର୍ତ୍ତୃପକ୍ଷ ଛାତ୍ରୀନିବାସ ଆନୁଷଙ୍ଗିକ...

ମହିଳାଙ୍କୁ ଗଣବଳାତ୍କାର ଘଟଣା: ୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୯।୧୨(ବ୍ୟୁରୋ) : ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅଧୀନରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ହୋଇଥିବା ଗଣବଳାତ୍କାର ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।...

ଛେଣ୍ଡିପଦାରେ ଉତ୍କଟ ପାନୀୟ ସଙ୍କଟ

ଛେଣ୍ଡିପଦା,୩୦।୪(ଡି.ଏନ.ଏ)ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଦେଖାଦେଇଛି ଉତ୍କଟ ପାନୀୟ ଜଳାଭାବ। ଦିନକୁ ଦିନ ଆଶାତୀତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ...

CORONAVIRUS UPDATE: ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଲା

ଭୁବନେଶ୍ୱର,୧୦।୫:(ବ୍ୟୁରୋ)- ଗଞ୍ଜାମ ଜିଲ୍ଲାରେ କରୋନା ତାଣ୍ଡବ ରଚିଛି। ରବିବାର ଜିଲାରେ୨୯ ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ରାଜ୍ୟରେ କରୋନା ଆକ୍ରାନ୍ତ...

ଧାନକଟା ମେଶିନ ପିଟି ହୋଇଯିବାରୁ ଚାଷୀଙ୍କ ପ୍ରାଣଗଲା

ଧାମନଗର, ୧୦ା୫(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ କୋଠାର ପଞ୍ଚାୟତ ଦିନାଜପୁର ଗ୍ରାମର ମାଧବ ରାଉତ(୪୦) ନାମକ ଚାଷୀ ଧାନକଟା ମେଶିନରେ ପିଟି ହୋଇ ପ୍ରାଣ ହରାଇଛନ୍ତି।...

Play 250+ Trending Games
Archives

Model This Week

Why Dharitri