ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ପତ

ରାଇସୁଆଁ,୨୬।୪(ଡି.ଏନ.ଏ.)-ଦିବ୍ୟାଙ୍ଗଙ୍କ ଥାଇଥାନ ପାଇଁ ବହୁ ଯୋଜନା କରାଯାଉଛି। ମାତ୍ର ପ୍ରଶାସନିକସ୍ତରରେ କେତେକ ନେତାଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ବହୁ ଗରିବ ସରକାରଙ୍କ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତର କୁଡିଆଘେରା ଗ୍ରାମର ପତମାଝୀଙ୍କ କ୍ଷେତ୍ରରେ। ପତମାଝୀ ଜନ୍ମରୁ ଦିବ୍ୟାଙ୍ଗ। ସେ ସମ୍ପୂର୍ଣ୍ଣ ଭାବେ କଥାବାର୍ତ୍ତା କରିପାରନ୍ତି ନାହିଁ। ତାଙ୍କର ଏପରି ଅବସ୍ଥା ଯୋଗୁଁ ସେ ଅବିବାହିତ ଅଛନ୍ତି। ତେବେ ଏହି ଅବସ୍ଥାରେ ତାଙ୍କୁ ତାଙ୍କ ଘର ଲୋକ ମଧ୍ୟ ପଚାରୁନାହାନ୍ତି। ଆଗରୁ ପର ଘରେ କାମଧନ୍ଧା କରିଚଳୁଥିବା ବେଳେ  ବୟସାଧିକ ଯୋଗୁଁ ଶାରିରୀକ ଦୁର୍ବଳତା ଫଳରେ ସେ ଆଉ କିଛି କାମଧନ୍ଧା କରିପାରୁ ନାହାନ୍ତି। ଏବେ ପଡିଶା ଘରର ଲୋକମାନେ କିଛି ଦୟାକରି ଦେଲେ ଖାଇ ଚଳୁଥିବା ପଡୋଶି ଘରର ଲୋକ ମାନେ କହିଛନ୍ତି। ବୟସ ୭୦ ଟପିଗଲାଣି ମଧ୍ୟ ଆଜିଯାଏ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରିନି ବୋଲି ତାଙ୍କ ପଡୋଶୀ ଲୋକେ ଅଭିଯୋଗ କରିଛନ୍ତି। ଅସହାୟ ଦିବ୍ୟାଙ୍ଗ ପତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଜିଲାପ୍ରଶାସନ ନିକଟ ରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂଚନା ଫଳକ ଫଟୋ ଲଗାଇ ଅର୍ଥ ହଡ଼ପ ଅଭିଯୋଗ

ଖଇରା,୧୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ରଟିଣା ପଞ୍ଚାୟତରେ ବର୍ତ୍ତମାନ ଚାଲିଥିବା ଉନ୍ନୟନ କାର୍ଯ୍ୟ ମଧ୍ୟରୁ ଅଧିକାଂଶ କାମ ବିନା ଫଳକରେ ଶେଷ ହୋଇଛି। କାର୍ଯ୍ୟଗୁଡ଼ିକ...

ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେଉ

ବାଲେଶ୍ୱର ଅଫିସ,୨୯।୧: ବାଲେଶ୍ୱର ଜିଲାର କୃଷି ଓ କୃଷକଙ୍କ ସ୍ବାର୍ଥରକ୍ଷା ନିମନ୍ତେ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି।...

୨୧ ଅମାନିଆଙ୍କୁ ଆର୍ଥିକ ଦଣ୍ଡ

ସୋର,୧୫ା୪(ଡି.ଏନ.ଏ.)-ମହାମାରୀ କରୋନା କୋଭିଡ଼-୧୯କୁ ରୋକିବା ପାଇଁ ସମଗ୍ର ଦେଶ ତଥା ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ବେଳେ କେତେକ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ମଙ୍ଗଳବାର...

୩ ମହଲାରୁ ଖସି ଯୁବକଙ୍କ ଜୀବନ ଗଲା : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭଦ୍ରକ ଅଫିସ,୩୦ା୫: ସ୍ଥାନୀୟ ନୂଆବଜାରସ୍ଥିତ ଏକ ନର୍ସିଂହୋମ୍‌ରେ ସୁଇପର ଭାବେ କାମ କରୁଥିବା ମହେଶ୍ୱର ଦାସ(୩୫)ଙ୍କ କୌଣସି କାରଣରୁ ୩ ମହଲାରୁ ଖସିପଡ଼ି ମୃତ୍ୟୁ ଘଟିଛି।...

କିଏ ଦଳର: ଦ୍ୱନ୍ଦ୍ୱରେ ଭୋଟର

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ୩ ଜଣ ପ୍ରାର୍ଥୀ ନିଜକୁ ଗୋଟିଏ ଦଳର ସମର୍ଥିତ ଦାବି କରି ନିର୍ବାଚନ ପ୍ରଚାର...

ଗାଁକୁ ରାସ୍ତା ନାହିଁ: ଖଟିଆରେ ବୁହା ହେଲେ ରୋଗୀ

ବସ୍ତା,୧୧ା୯(ଡି.ଏନ୍‌.ଏ.): ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ବାଲେଶ୍ୱର ଜିଲା ବସ୍ତା ବ୍ଲକର ଗମ୍ଭାରିଆ ଗ୍ରାମରେ ରାସ୍ତା ନ ଥିବାରୁ ଖଟିଆରେ ୧ କି.ମି. ରାସ୍ତାରେ...

ଶାରୀଶୁଆ ପାହାଡ଼ରୁ ବୋହି ନେଲେ ମାଟି, ପଥର

ଖଇରା, ୨୦।୧: ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡରୁ ମାଟି ଓ ପଥର ଲୁଟ କରୁଥିବା ମାଫିଆମାନେ କିଛି ଦିନ ନୀରବ ରହିବା...

ଗୋଚର, ଶ୍ମଶାନ ଓ ଜଙ୍ଗଲ ଜମିରେ ଖର୍ଚ୍ଚ ହେଉଛି ‘ୟାସ୍‌’ ଅର୍ଥ

ଖଇରା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତରେ ୟାସ୍‌ ବାତ୍ୟାରେ ଆସିଥିବା ଅର୍ଥ ବେନିୟମ ଭାବେ ଖର୍ଚ୍ଚ ହେଉଥିବା ନେଇ ବିଭିନ୍ନ ଗ୍ରାମର ବାସିନ୍ଦା...

Advertisement
Archives

Model This Week