ସହାୟକ ହୋଇପାରେ ୟୁଭି ଲ୍ୟାମ୍ପ୍‌

ନ୍ୟୁୟର୍କ,୧୧ା୫: ବିପଜ୍ଜନକ ଭାଇରସ୍‌କୁ ମାରିବା ପାଇଁ ଷ୍ଟେଶନ, ଉଡ଼ାଜାହାଜ ଓ ସ୍କୁଲଗୁଡ଼ିକରେ ଏକ ନୂଆ ପ୍ରକାର ଅତିବାଇଗଣି (ୟୁଭି) ଲ୍ୟାମ୍ପ୍‌ ବ୍ୟହବାର କରାଯାଇପାରିବ, ଯାହାକି କୋଭିଡ୍‌-୧୯ ବିରୋଧୀ ଲଢ଼େଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। କଲମ୍ବିଆ ୟୁନିଭର୍ସିଟିର ଗବେଷକମାନେ ଦୀର୍ଘବର୍ଷ ହେଲା ଏଭଳି ଲ୍ୟାମ୍ପର ବ୍ୟବହାର ଉପରେ ଗବେଷଣା ଚଳାଇଛନ୍ତି। ସେମାନଙ୍କ ଉଦ୍ୟମର ମୂଲ୍ୟ ବର୍ତ୍ତମାନ ମହାମାରୀ ସମୟରେ ମିଳିପାରେ।
ବୀଜାଣୁ, ଭୂତାଣୁ ଓ ଫିମ୍ପି ନଷ୍ଟ କରିବା ପାଇଁ ହସ୍ପିଟାଲ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୟୁଭିସି(ଅତିବାଇଗଣି ବୀଜାଣୁନାଶକ ବିକିରଣ, ଯାହାର ଓ୍ବେଭ୍‌ଲେନ୍‌ଥ ବା ତରଙ୍ଗ ଦୈର୍ଘ୍ୟ ୨୦୦ରୁ ୨୮୦ ନାନୋମିଟର ମଧ୍ୟରେ ରହିଥାଏ) ଲ୍ୟାମ୍ପ୍‌ ବହୁ ପୂର୍ବରୁ ବ୍ୟବହୃତ ହୋଇଆସୁଛି। ତେଣୁ ଏହି ପ୍ରଯୁକ୍ତିବିଦ୍ୟା ବର୍ତ୍ତମାନ ସମୟରେ ଗୁରୁତ୍ୱବହନ କରୁଛି। କିନ୍ତୁ ୟୁଭିସି ଲ୍ୟାମ୍ପ୍‌ର ରଶ୍ମି ବିପଜ୍ଜନକ, ଯାହା ଚର୍ମ କର୍କଟ ଏବଂ ଚକ୍ଷୁ ସମସ୍ୟା ସୃଷ୍ଟି କରିଥାଏ। କେହି ଉପସ୍ଥିତ ନ ଥିବା ସମୟରେ ଏହାକୁ ବ୍ୟବହାର କରାଯାଇପାରିବ। ଚାଇନାକୁ ଅନୁସରଣ କରି ନ୍ୟୁୟର୍କ ମେଟ୍ରୋ ଷ୍ଟେଶନରେ ୟୁଭି ଲ୍ୟାମ୍ପ୍‌ ବ୍ୟବହାର କରିବାକୁ ଯୋଜନା କରାଯାଇଛି। ଫଳରେ ଟ୍ରେନଗୁଡ଼ିକୁ ଭୂତାଣୁମୁକ୍ତ କରାଯାଇପାରିବ। କିନ୍ତୁ ଏହି କାର୍ଯ୍ୟ କେବଳ ରାତିରେ ବନ୍ଦ ସମୟରେ କରାଯିବାକୁ ଯୋଜନା ରହିଛି।
କଲମ୍ବିଆର ସେଣ୍ଟର ଫର୍‌ ରେଡିଓଲୋଜିକାଲ ରିସର୍ଚ୍ଚ ଟିମ୍‌ ‘ଫାର୍‌-ୟୁଭିସି’କୁ ନେଇ ପରୀକ୍ଷଣ କରୁଛନ୍ତି, ଯାହାର ତରଙ୍ଗ ଦୈର୍ଘ୍ୟ ହେଉଛି ୨୨୨ ନାନୋମିଟର। ଏହା ମଣିଷ ପାଇଁ ନିରାପଦ ହେବ ଏବଂ ଭୂତାଣୁ ଲାଗି ଘାତକ ସାଜିବ। ସେହି ଫ୍ରିକ୍ୟୁଏନ୍ସିର ରଶ୍ମି ଚର୍ମ ଓ ଆଖି ପୃଷ୍ଠରେ ପ୍ରବେଶ କରିପାରିବ ନାହିଁ ବୋଲି ଏହି ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଡାଭିଡ୍‌ ବ୍ରେନେର ବିଶ୍ୱସ୍ତରୀୟ ନ୍ୟୁଜ୍‌ ଏଜେନ୍ସି ‘ଏଏଫ୍‌ପି’କୁ କହିଛନ୍ତି। ଏହାର ଅର୍ଥ ହେଲା ଉକ୍ତ ୟୁଭିସି ଲ୍ୟାମ୍ପ ବନ୍ଦ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ବ୍ୟବହୃତ ହୋଇପାରେ, ଯେଉଁଠାରେ ସଂକ୍ରମଣର ବିପଦ ଅଧିକ ରହିଥାଏ।
୨୦୧୩ରେ କଲମ୍ବିଆ ଟିମ୍‌ ଔଷଧ ପ୍ରତିରୋଧକ ଜୀବାଣୁ ଉପରେ ‘ଫାର୍‌- ୟୁଭିସି’ର ପ୍ରଭାବ ସମ୍ପର୍କରେ ଅଧ୍ୟୟନ ଆରମ୍ଭ କରିଥିଲେ। ଏହାପରେ ସେମାନେ ଫ୍ଲୁ ଭାଇରସ୍‌ ସମେତ କେତେକ ଭୂତାଣୁ ବିରୋଧରେ ଏହି ରଶ୍ମି ବ୍ୟବହାର କରି ପରୀକ୍ଷା କରିଥିଲେ। ବର୍ତ୍ତମାନ ସେମାନେ କରୋନା ଭାଇରସ୍‌ ପ୍ରତି ଧ୍ୟାନକେନ୍ଦ୍ରିତ କରିଛନ୍ତି। ବ୍ରେନେର କହିଛନ୍ତି ଯେ, ମହା ସଂକ୍ରାମକ କରୋନା ଭାଇରସ୍‌ ଉପରେ ୟୁଭିସିର ପ୍ରଭାବ ପରୀକ୍ଷା କରିବାକୁ ତାଙ୍କ ଟିମ୍‌ ଉପକରଣ ଧରି କଲମ୍ବିଆର ଏକ ଉଚ୍ଚ ସୁରକ୍ଷିତ ବାୟୋ ଲାବରେଟୋରିକୁ ଯାଇଥିଲା। ପ୍ରାୟ ୪ ସପ୍ତାହ ତଳୁ ପରୀକ୍ଷଣ ଆରମ୍ଭ ହୋଇଥିବାବେଳେ ୟୁଭିସି ରଶ୍ମି କିଛି ମିନିଟ୍‌ ମଧ୍ୟରେ ପୃଷ୍ଠଭାଗର ଭାଇରସ୍‌କୁ ନଷ୍ଟ କରିଦେଉଛି ବୋଲି ବ୍ରେନେର କହିଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କ ଦ୍ୱାରା ବାୟୁ ପ୍ରଭାବିତ ହେଉଛି। ତେଣୁ କଲମ୍ବିଆ ଟିମ୍‌ ବାୟୁରେ ଥିବା ଭୂତାଣୁ ଉପରେ ଏହି ରଶ୍ମି ପରୀକ୍ଷା କରିବାକୁ ଯୋଜନା କରିଛି।
ଏହି ରଶ୍ମି ମାନବ ପାଇଁ କ୍ଷତିକାରକ ନୁହେଁ ବୋଲି ନିଶ୍ଚିତ କରିବାକୁ ପରୀକ୍ଷା ଚାଲିଛି। ଏଥିପାଇଁ ୪୦ ସପ୍ତାହ ହେଲା ଲାବ୍‌ରେ ମୂଷାମାନଙ୍କ ଉପରେ ‘ଫାର୍‌-ୟୁଭିସି’ ରଶ୍ମିର ପ୍ରଭାବ ପରୀକ୍ଷଣ କରାଯାଉଛି। ମଣିଷ ଉପରେ ଯେଉଁ ତୀବ୍ରତାର ରଶ୍ମି ବ୍ୟବହାର କରାଯିବାକୁ ଚିନ୍ତା କରାଯାଉଛି, ତାହାର ୨୦ଗୁଣ ଅଧିକ ତୀବ୍ର ରଶ୍ମି ମୂଷାଙ୍କ ଉପରେ ପରୀକ୍ଷଣ କରାଯାଇଛି। ତାହା ମଧ୍ୟ ଦିନକୁ ୮ ଘଣ୍ଟା ଏବଂ ସପ୍ତାହରେ ୫ ଦିନ। ଏହି ପ୍ରୟୋଗରୁ ଉକ୍ତ ମୂଷାମାନଙ୍କ ଆଖି ଓ ଚର୍ମରେ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳି ନ ଥିଲା। ସେମାନେ ଖୁସି ଥିବା ଦେଖିଥିଲୁ। ଏହି ପରୀକ୍ଷାନିରୀକ୍ଷା ଆଉ ୨୦ ସପ୍ତାହ ପର୍ଯ୍ୟନ୍ତ ଜାରି ରଖିବାକୁ ସ୍ଥିର ହୋଇଛି ବୋଲି ବ୍ରେନେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୨ରେ ସେକେଣ୍ଡ ପିଛା ୪ରୁ ଊର୍ଦ୍ଧ୍ୱ ଛୁଆ ଜନ୍ମ ହେବେ

ଓ୍ବାଶିଂଟନ, ୧ା୧: ୨୦୨୨ରେ ବିଶ୍ୱବ୍ୟାପୀ ପ୍ରତି ସେକେଣ୍ଡରେ ୪.୩ ଜନ୍ମ ହେବେ। ସମାନ ସମୟରେ ୨ଜଣ ମୃତ୍ୟୁ ହେବ। ଏଭଳି ଆକଳନ କରିଛି ଆମେରିକାର ଜନଗଣନା...

୩୧ ଜାନୁୟାରୀ ପର୍ଯ୍ୟନ୍ତ ସବୁ ସ୍କୁଲ୍‌ ବନ୍ଦ, ସରକାରଙ୍କ ଘୋଷଣା…

ଡେରାଡୁନ୍‌, ୨୪।୧ : ଉତ୍ତରାଖଣ୍ଡରେ ସମସ୍ତ ସ୍କୁଲ୍‌ କଲେଜକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବନ୍ଦ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସ୍କୁଲ ସହିତ...

ଘରେ ସୁଖ-ସମୃଦ୍ଧି ଆଣିଦିଏ ଚିମୁଟାଏ ଲୁଣ; ଏପରି କରନ୍ତୁ ବ୍ୟବହାର

ଖାଦ୍ୟ ପ୍ରସ୍ତୁତ ବେଳେ ଯେତେ ମସଲା ପକାଇଲେ ବି ଲୁଣ ପକାଇବା ପରେ ତାର ସ୍ବାଦ ଆସିଥାଏ। ଯଦିଓ ଲୁଣକୁ ଖାଦ୍ୟପେୟର ଅଭିନ୍ନ ଅଙ୍ଗ କୁହାଯାଏ,...

ଆସୁଛି ଆଉ ଏକ କରୋନା ଟିକା ‘ନୋଭାଭାକ୍ସ’: ୯୦% ପ୍ରଭାବଶାଳୀ

ଓ୍ବାଶିଂଟନ୍‌,୧୪।୬: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏହି ଅଜଣା ରୋଗ କୋଟି କୋଟି ଲୋକଙ୍କ ଜୀବନ ନେଇଛି। ଏହାକୁ ରୋକିବା ପାଇଁ...

ଭାରତୀୟ ବଜେଟ୍‌କୁ ସ୍ବାଗତ କଲା ତାଲିବାନ୍‌

କାବୁଲ,୩।୨: ବଜେଟ-୨୦୨୩କୁ ନେଇ ଭାରତରେ ପରିବେଶ ଏବେ ସରଗରମ ରହିଛି। ଫେବୃୟାରୀ ୨ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେନ୍ଦ୍ର ବଜେଟ ୨୦୨୩-୨୦୨୪ ଉପସ୍ଥାପନ କରିଛନ୍ତି।...

କଟକଣା ଲଗାଇଲା ରୁଷିଆ: ବ୍ରିଟିଶ ଏୟାରଲାଇନ୍ସକୁ ଦେଲାନି ଅନୁମତି

ମସ୍କୋ,୨୫।୨: ବ୍ରିଟିଶ ଏୟାରଲାଇନ୍ସକୁ ରୁଷିଆ ବିମାନବନ୍ଦରରେ ଅବତରଣ କିମ୍ବା ଏହାର ବାୟୁସୀମା ବ୍ୟବହାରକୁ ମସ୍କୋ ଅନୁମତି ଦେଇନାହିଁ। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଏହାର ବିମାନକୁ...

ଗୃହିଣୀ ଓ ଇମ୍ୟୁନ୍‌ ବୁଷ୍ଟର

କରୋନା ଆସିବା ପରଠାରୁ ଇମ୍ୟୁନିଟି ବଢାଇବା ପାଇଁ ପ୍ରୟାସ ଚଳାଇଛନ୍ତି ସମସ୍ତେ। ଡାକ୍ତର ଓ ବିଶେଷଜ୍ଞମାନେ ବି ସ୍ବୀକାର କରୁଥିବା ଏମିତି ଏକ ଉଦ୍ୟମକୁ କାହିଁ...

କଏଦୀଙ୍କ କିଡ୍‌ନୀ-ହାର୍ଟ-ଲିଭର ଚୋରି କରୁଛି ଚାଇନା…

ବେଜିଂ, ୬।୪ : ଏବେ ଚାଇନାର ଏକ କୁକାର୍ଯ୍ୟ ନେଇ ସାରା ପୃଥିବୀରେ ଚର୍ଚ୍ଚା ଆରମ୍ଭ ହୋଇଛି। ଚାଇନାରୁ ପ୍ରକାଶିତ ହେଉଥିବା କେତେକ ଖବରରେ ଏହା...

Advertisement
Archives

Model This Week