ସହରବାସୀଙ୍କୁ ଘାରିଛି ସୁରକ୍ଷା ଚିନ୍ତା

ଭଦ୍ରକ ଅଫିସ, ୨୦।୧୨- ଭଦ୍ରକ ସହର ଏକ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ। ବିଭିନ୍ନ ଜିଲା ଓ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଏଠାକୁ ଆସି ବ୍ୟବସାୟ କରିବାକୁ ପସନ୍ଦ କରିଥାନ୍ତି। ସହରର ଚରମ୍ପା ଷ୍ଟେଶନଠାରୁ ଆରମ୍ଭ କରି ଗେଲପୁର ଛକ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଏବେ ବାହାର ରାଜ୍ୟର ବ୍ୟବସାୟୀଙ୍କ ଭିଡ଼। ଭଦ୍ରକ ସହରରେ ଏହି ବେପାରୀମାନେ ଭଡ଼ାରେ ରହି ବ୍ୟବସାୟ କରୁଛନ୍ତି। କିନ୍ତୁ ଏହି ଭଡ଼ାଟିଆମାନଙ୍କ ଠିକଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପୋଲିସ ପାଖରେ ରହୁ ନ ଥିବା ଅଭିଯୋଗ ହେଉଛି। ଫଳରେ ସହର ବାସିନ୍ଦା ସେମାନଙ୍କ ସୁରକ୍ଷା ଚିନ୍ତା ପ୍ରକଟ କରିଛନ୍ତି। ଅପରାଧ ଘଟଣା ଘଟିବା ପୂର୍ବରୁ ପୋଲିସ ରାଜ୍ୟ ବାହାରର ବ୍ୟବସାୟୀଙ୍କ ଠିକଣା ଖୋଜି ବାହାର କରିବା ଆବଶ୍ୟକ ବୋଲି ସହରର ସଚେତନ ନାଗରିକମାନେ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଏଠାରେ ବହୁ କମ୍‌ ଦରରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି। ଏଥିପାଇଁ ସେମାନେ ସହରର ବିଭିନ୍ନ ଅଞ୍ଚଳରେ ଭଡ଼ାରେ ରହିଆସୁଛନ୍ତି। କେଉଁ ଘର ମାଲିକଙ୍କ ଘରେ ରାଜ୍ୟ ବାହାରର ଏହିଭଳି ବ୍ୟବସାୟୀମାନେ ରହୁଛନ୍ତି ତାହାର ଠିକ୍‌ ଠିକଣା ସ୍ଥାନୀୟ ଥାନାରେ ରହିବା କଥା। କିନ୍ତୁ ସେ ସମ୍ପର୍କରେ କୌଣସି ତଥ୍ୟ ଥାନାରେ ନାହିଁ। ଭଡ଼ାଟିଆଙ୍କ ଠିକଣା ପୋଲିସ ପାଖରେ ରହୁ ନ ଥିବାରୁ ଅନେକ ସମୟରେ ଅପରାଧ ଘଟାଇ ଅପରାଧୀମାନେ ଘର ଛାଡ଼ି ଫେରାର ହୋଇଯାଉଥିବା ନଜିର ରହିଛି। ଭଦ୍ରକ ସହରରେ ୨୦୧୬ ଫେବୃୟାରୀ ୨୮ରେ ସିମି ଆତଙ୍କବାଦୀମାନେ ଭଡ଼ାରେ ରହି ସେମାନଙ୍କ ନେଟ୍‌ୱର୍କ ଚଳାଇଥିବାର ମଧ୍ୟ ପ୍ରମାଣ ମିଳିଛି। ୫ ଆତଙ୍କବାଦୀଙ୍କ ବିଷୟରେ ତିଳେମାତ୍ର ସୁରାକ୍‌ ପାଇପାରି ନ ଥିଲେ ସାହି ପଡ଼ୋଶୀ। ଗିରଫ ଆତଙ୍କବାଦୀମାନେ ସାର କମ୍ପାନୀରେ ଚାକିରି କରୁଥିବା ଓ କାଠ କାମ କରୁଥିବା ନେଇ ପରିଚୟ ଦେଇ ଭଡ଼ାରେ ରହୁଥିଲେ। ସନ୍ଥିଆ ପୋଲଠାରୁ ମାତ୍ର ୩୦ ମିଟର ଦୂରରେ ସେମାନେ ଦୀର୍ଘ ମାସ ରହି ସେମାନଙ୍କ ନେଟ୍‌ୱର୍କ ଚଳାଇଥିଲେ। ସେଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ଏକ ସ୍ଥାୟୀ ପୋଲିସ କ୍ୟାମ୍ପ ସେମାନଙ୍କ ସମ୍ପର୍କରେ ଜାଣିପାରି ନ ଥିଲା। ଘଟଣା ଘଟିବା ପରେ ପୋଲିସ ଭଡ଼ାଟିଆଙ୍କ ଠିକଣା ଖୋଜିଥିଲା। କିନ୍ତୁ ସେଥିପ୍ରତି ଗୁରୁତ୍ୱ ଦେଇ ନ ଥିଲା। ଫଳରେ ବହୁ ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଏଠାରେ ଭଡ଼ାରେ ରହୁଥିବା ରାଜ୍ୟ ବାହାରର ଅନେକ ଗୁପ୍‌ଚୁପ୍‌ ବ୍ୟବସାୟୀ ଗିରଫ ହେଉଥିବା ନଜରକୁ ଆସିଛି। କେତେକ କ୍ଷେତ୍ରରେ ଦିନରେ ଫେରି କରି ରାତିରେ ଚୋରି କରୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଜାଣିବାକୁ ମିଳିଛି। ଏ ସମ୍ପର୍କରେ ଟାଉନ ଥାନାଧିକାରୀ ସରୋଜିନୀ ସିଂଙ୍କୁ ପଚାରିବାରୁ କହିଛନ୍ତି, କେତେଜଣ ଭଡ଼ାଟିଆଙ୍କ ଠିକଣା ସମ୍ପର୍କରେ ପୋଲିସ ଅବଗତ। ଏଥିପ୍ରତି ଘର ମାଲିକ ଅଧିକ ସଚେତନ ହେବା ସହ ଥାନାରେ ସେମାନଙ୍କ ଠିକଣା ଜଣାଇବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

ସରିଥିଲା ନିର୍ବନ୍ଧ ହୋଇଥାନ୍ତା ବାହାଘର: ହେଲେ ଜନ୍ମଦିନରେ ଜଳିଲା ଜୁଇ

ଟିକିରି,୧୪।୪ (ପ୍ରଫୁଲ୍ଲ କୁମାର ବେହେରା): ସୋମବାର ପାଳନ କରିଥାନ୍ତେ ୨୮ ତମ ଜନ୍ମଦିନ। ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ଜନ୍ମଦିନ ପାଳନ କରିବା…

କୌଳିକ ବୃତ୍ତିରୁ ମୁହଁ ଫେରେଇଲେଣି ବାଉଁଶ କାରିଗର: ପହଞ୍ଚୁନି ସରକାରୀ ପ୍ରୋତ୍ସାହନ

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ ):ଅତ୍ୟାଧୁନିକ ଯୁଗ ତଥା ଆଜିର ବିଜ୍ଞାନ ଯୁଗରେ ହାତ ତିଆରି ଜିନିଷ ଅଲୋଡ଼ା ହୋଇ ପଡୁଛି । ପ୍ଲାଷ୍ଟିକର ବହୁଳ ବ୍ୟବହାର ଏବଂ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri