ଭଦ୍ରକ ଅଫିସ, ୨୦।୧୨- ଭଦ୍ରକ ସହର ଏକ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ। ବିଭିନ୍ନ ଜିଲା ଓ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଏଠାକୁ ଆସି ବ୍ୟବସାୟ କରିବାକୁ ପସନ୍ଦ କରିଥାନ୍ତି। ସହରର ଚରମ୍ପା ଷ୍ଟେଶନଠାରୁ ଆରମ୍ଭ କରି ଗେଲପୁର ଛକ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଏବେ ବାହାର ରାଜ୍ୟର ବ୍ୟବସାୟୀଙ୍କ ଭିଡ଼। ଭଦ୍ରକ ସହରରେ ଏହି ବେପାରୀମାନେ ଭଡ଼ାରେ ରହି ବ୍ୟବସାୟ କରୁଛନ୍ତି। କିନ୍ତୁ ଏହି ଭଡ଼ାଟିଆମାନଙ୍କ ଠିକଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପୋଲିସ ପାଖରେ ରହୁ ନ ଥିବା ଅଭିଯୋଗ ହେଉଛି। ଫଳରେ ସହର ବାସିନ୍ଦା ସେମାନଙ୍କ ସୁରକ୍ଷା ଚିନ୍ତା ପ୍ରକଟ କରିଛନ୍ତି। ଅପରାଧ ଘଟଣା ଘଟିବା ପୂର୍ବରୁ ପୋଲିସ ରାଜ୍ୟ ବାହାରର ବ୍ୟବସାୟୀଙ୍କ ଠିକଣା ଖୋଜି ବାହାର କରିବା ଆବଶ୍ୟକ ବୋଲି ସହରର ସଚେତନ ନାଗରିକମାନେ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଏଠାରେ ବହୁ କମ୍ ଦରରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି। ଏଥିପାଇଁ ସେମାନେ ସହରର ବିଭିନ୍ନ ଅଞ୍ଚଳରେ ଭଡ଼ାରେ ରହିଆସୁଛନ୍ତି। କେଉଁ ଘର ମାଲିକଙ୍କ ଘରେ ରାଜ୍ୟ ବାହାରର ଏହିଭଳି ବ୍ୟବସାୟୀମାନେ ରହୁଛନ୍ତି ତାହାର ଠିକ୍ ଠିକଣା ସ୍ଥାନୀୟ ଥାନାରେ ରହିବା କଥା। କିନ୍ତୁ ସେ ସମ୍ପର୍କରେ କୌଣସି ତଥ୍ୟ ଥାନାରେ ନାହିଁ। ଭଡ଼ାଟିଆଙ୍କ ଠିକଣା ପୋଲିସ ପାଖରେ ରହୁ ନ ଥିବାରୁ ଅନେକ ସମୟରେ ଅପରାଧ ଘଟାଇ ଅପରାଧୀମାନେ ଘର ଛାଡ଼ି ଫେରାର ହୋଇଯାଉଥିବା ନଜିର ରହିଛି। ଭଦ୍ରକ ସହରରେ ୨୦୧୬ ଫେବୃୟାରୀ ୨୮ରେ ସିମି ଆତଙ୍କବାଦୀମାନେ ଭଡ଼ାରେ ରହି ସେମାନଙ୍କ ନେଟ୍ୱର୍କ ଚଳାଇଥିବାର ମଧ୍ୟ ପ୍ରମାଣ ମିଳିଛି। ୫ ଆତଙ୍କବାଦୀଙ୍କ ବିଷୟରେ ତିଳେମାତ୍ର ସୁରାକ୍ ପାଇପାରି ନ ଥିଲେ ସାହି ପଡ଼ୋଶୀ। ଗିରଫ ଆତଙ୍କବାଦୀମାନେ ସାର କମ୍ପାନୀରେ ଚାକିରି କରୁଥିବା ଓ କାଠ କାମ କରୁଥିବା ନେଇ ପରିଚୟ ଦେଇ ଭଡ଼ାରେ ରହୁଥିଲେ। ସନ୍ଥିଆ ପୋଲଠାରୁ ମାତ୍ର ୩୦ ମିଟର ଦୂରରେ ସେମାନେ ଦୀର୍ଘ ମାସ ରହି ସେମାନଙ୍କ ନେଟ୍ୱର୍କ ଚଳାଇଥିଲେ। ସେଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ଏକ ସ୍ଥାୟୀ ପୋଲିସ କ୍ୟାମ୍ପ ସେମାନଙ୍କ ସମ୍ପର୍କରେ ଜାଣିପାରି ନ ଥିଲା। ଘଟଣା ଘଟିବା ପରେ ପୋଲିସ ଭଡ଼ାଟିଆଙ୍କ ଠିକଣା ଖୋଜିଥିଲା। କିନ୍ତୁ ସେଥିପ୍ରତି ଗୁରୁତ୍ୱ ଦେଇ ନ ଥିଲା। ଫଳରେ ବହୁ ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଏଠାରେ ଭଡ଼ାରେ ରହୁଥିବା ରାଜ୍ୟ ବାହାରର ଅନେକ ଗୁପ୍ଚୁପ୍ ବ୍ୟବସାୟୀ ଗିରଫ ହେଉଥିବା ନଜରକୁ ଆସିଛି। କେତେକ କ୍ଷେତ୍ରରେ ଦିନରେ ଫେରି କରି ରାତିରେ ଚୋରି କରୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଜାଣିବାକୁ ମିଳିଛି। ଏ ସମ୍ପର୍କରେ ଟାଉନ ଥାନାଧିକାରୀ ସରୋଜିନୀ ସିଂଙ୍କୁ ପଚାରିବାରୁ କହିଛନ୍ତି, କେତେଜଣ ଭଡ଼ାଟିଆଙ୍କ ଠିକଣା ସମ୍ପର୍କରେ ପୋଲିସ ଅବଗତ। ଏଥିପ୍ରତି ଘର ମାଲିକ ଅଧିକ ସଚେତନ ହେବା ସହ ଥାନାରେ ସେମାନଙ୍କ ଠିକଣା ଜଣାଇବା ଉଚିତ ବୋଲି ସେ କହିଛନ୍ତି।
Posted inଆମ ଜିଲା ଖବର, ଭଦ୍ରକ View All
ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ
ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...
କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ
ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...
ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…
କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...
ସ୍ବାଧୀନତାର ୭୯ ବର୍ଷ ପରେ ପହଞ୍ଚିନି ବିକାଶ: ଆଜିବି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲା
ଥୁଆମୂଳ ରାମପୁର,୨।୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ସରକାରୀ ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ବ୍ଲକ କାର୍ଯ୍ୟାଳୟଠାରୁ...
ଜ୍ୱାଇଁଙ୍କୁ ବିଷ ପିଆଇଦେଲେ ଶ୍ୱଶୁରଘର ଲୋକେ, ଭିଡିଓ ଦେଖିଲେ ଆଖିରୁ…
ନୟାଗଡ଼/ରଣପୁର,୨।୧ (ଲୋକନାଥ ମିଶ୍ର /ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗାଁର ବିପିନ ବିହାରୀ ଭୂୟାଁ(୩୦)ଙ୍କୁ ଶ୍ୱଶୁର ଘର ଲୋକେ ବିଷ...
ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଭୂର୍ଷିପଡ଼ା: ଅନ୍ଧାର ଘେରରେ ୩୦ ଆଦିବାସୀ ପରିବାର
ନୂଆପଡ଼ା,୨ା୧ (ମକାରୁ ବେମାଲ):ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ...
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ, ଦୁଇଥର ବିଧାୟକ ହୋଇଥିଲେ
ନୀଳଗିରି, ୦୨/୦୧(ପ୍ରଶାନ୍ତ କୁମାର ବିଶ୍ୱାଳ): ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି...
୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ
ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...
Archives


