Posted inଜାତୀୟ

ସହଜ ନୁହେଁ ୫% ଜିଡିପି: ୨୦୨୦ରେ ଭାରତକୁ ସଂଘର୍ଷ କରିବାକୁ ପଡ଼ିବ

ନୂଆଦିଲ୍ଲୀ,୨ା୧: ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫% ଖସିଛି। ମାନ୍ଦାବସ୍ଥା ଯୋଗୁ ବିକାଶ ହାର ନିମ୍ନଗାମୀ ହେଉଛି। ଏଭଳି ସ୍ଥଳେ ୫% ଜିଡିପି ଅଭିବୃଦ୍ଧି ହାସଲ କରିବା ମଧ୍ୟ କଷ୍ଟକର ହେବ। ଏଥିଲାଗି ୨୦୨୦ରେ ଭାରତକୁ ସଂଘର୍ଷ କରିବାକୁ ପଡିବ ବୋଲି ଆମେରିକୀୟ ଅର୍ଥନୀତିଜ୍ଞ ଷ୍ଟିଭ ହାଙ୍କେ ବୁଧବାର କହିଛନ୍ତି। ଗତକିଛି ତ୍ରୈମାସ ଧରି ଜିଡିପିରେ ହ୍ରାସ ଧାରା ଲାଗି ରହିଛି। ଏହା ସହ ଋଣ ଯୋଗାଣ ଧାରା ମଧ୍ୟ କମ୍‌ ହେଉଥିବା ନଜରକୁ ଆସିଛି। ଏହାକୁ ଏକ ଚକ୍ରୀୟ ସମସ୍ୟା ଭାବେ ହାଙ୍କେ ଅଭିହିତ କରିଛନ୍ତି। ଆମେରିକାର ଜନ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟରେ ଆପ୍ଲାଏଡ ଇକୋନୋମିକ୍ସ ବିଭାଗରେ ହାଙ୍କେ ବର୍ତ୍ତମାନ ଶିକ୍ଷାଦାନ କରୁଛନ୍ତି।
ସେ କହିଛନ୍ତି ଯେ, ଭାରତରେ ଋଣ ଯୋଗାଣ କ୍ଷେତ୍ରରେ ନିରନ୍ତରତା ଦେଖାଯାଇ ନାହିଁ। ଗୋଟିଏ ସମୟରେ ଏହା ଅଧିକ ରହିଥିବା ବେଳେ ବର୍ତ୍ତମାନ ଏଥିରେ ପାର୍ଥକ୍ୟ ପରିଲକ୍ଷିତ ହୋଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଅତି ମାତ୍ରାରେ ପ୍ରଦାନ କରିଥିବା ଋଣ ଏବେ ଅନାଦାୟ ଋଣ(ଏନ୍‌ପିଏ)ରେ ରୂପାନ୍ତରିତ ହୋଇଛି। ଏହା ସହ ଭାରତରେ ମାନ୍ଦାବସ୍ଥା ଋଣ ଯୋଗାଣରେ ଆସିଥିବା ସଙ୍କୁଚିତ ସ୍ଥିତି ସହ ସାମଞ୍ଜସ୍ୟ ରଖୁଛି। ଋଣ ଯୋଗାଣ କମିବା ଏକ ଚକ୍ରୀୟ ସମସ୍ୟା। ଏହା ଢାଞ୍ଚାଗତ ନୁହେଁ। ଏସବୁ ବିଭିନ୍ନ ପ୍ରସଙ୍ଗକୁ ବିଚାର କରିଲେ ଭାରତକୁ ୫% ବିକାଶ ହାର ହାସଲ କରିବାକୁ ହେଲେ ୨୦୨୦ରେ ସଂଘର୍ଷ କରିବାକୁ ହେବ ବୋଲି ଏକ ସାକ୍ଷାତ୍‌କାରରେ ସେ ମତ ରଖିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ବର୍ତ୍ତମାନ ଏକ ଉଚ୍ଚ ସଂରକ୍ଷଣବାଦୀ ରାଷ୍ଟ୍ର ହୋଇଯାଇଛି। ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥନୀତିଙ୍କ ମଧ୍ୟରୁ ଦ୍ରୁତ ଜିଡିପି ବିକାଶ ହେଉଥିବା ରାଷ୍ଟ୍ର ମଧ୍ୟରେ ଏହା ନିଜକୁ ସାମିଲ କରିପାରିଛି। ଏହା ସତ୍ତ୍ୱେ ଭାରତର ବିକାଶ ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସି ଆସିଛି। ଚାହିଦା କମିବା, ନିବେଶରେ ହ୍ରାସ, ନିଯୁକ୍ତି ସୃଷ୍ଟି ନ ହେବା ଏବଂ ଗ୍ରାମାଞ୍ଚଳ ପରିବାରଗୁଡିକର ରୋଜଗାର କମିବା ଯୋଗୁ ଆର୍ଥତ୍କ ସମସ୍ୟା ଦେଖାଯାଇଥିବା ସେ ମତପ୍ରକାଶ କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ହାଙ୍କେ କାର୍ଯ୍ୟକରିଛନ୍ତି।
ଭାରତର ଅର୍ଥନୈତିକ ସଂସ୍କାର ଉପରେ ସେ ମତ ଦେଇ କହିଛନ୍ତି, ମୋଦି ସରକାର ବୃହତ ଅର୍ଥନୈତିକ ସଂସ୍କାର ଆଣିବା ଦିଗରେ ବିଫଳ ହୋଇଛନ୍ତି। ଦୃଢ ଏବଂ ଆବଶ୍ୟକୀୟ ସଂସ୍କାର ଆଣିବା ଦିଗରେ ସରକାରଙ୍କର ଏତେଟା ଆଗ୍ରହ ନାହିଁ। ଧର୍ମ ଏବଂ ବିଭିନ୍ନ ସଂସ୍କୃତି ମଧ୍ୟରେ ଅସ୍ଥିରତା ସୃଷ୍ଟି ଉପରେ ସରକାର ଏବେ ଫୋକସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଏବେ ବିଶ୍ୱର ସର୍ବବୃହତ୍‌ ପୋଲିସ ରାଷ୍ଟ୍ର ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ…

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ସ୍କୁଲ-କଲେଜ ଛୁଟି ଘୋଷଣା

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ବଢ଼ି ଚାଲିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri