ଦୃଷ୍ଟିବାଧିତଙ୍କ ଲାଗି ନୋଟ ଚିହ୍ନିବା ହେବ ସହଜ; ଆର୍‌ବିଆଇ ଆଣିଲା ନୂଆ ମୋବାଇଲ ଆପ୍ଲିକେଶନ

ମୁମ୍ବାଇ,୨-୧: ଦୃଷ୍ଟିବାଧିତଙ୍କ ଲାଗି ନୋଟ୍‌ ଚିହ୍ନିବା ଏବେ ସହଜ ହେବ। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନୂଆ ମୋବାଇଲ ଆପ୍ଲିକେଶନ ଆଣିଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ନୂଆ ଆପ୍ଲିକେଶନକୁ ବୁଧବାର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ଲିକେଶନର ନାମ ମୋବାଇଲ ଏଡେଡ ନୋଟ୍‌ ଆଇଡେଣ୍ଟିଫାୟର (ଏମ୍‌ଏଏନ୍‌ଆଇ) ରହିଛି। ଆଣ୍ଡ୍ରଏଡ ପ୍ଲେ ଷ୍ଟୋର କିମ୍ବା ଆଇଓଏସ୍‌ ଆପ୍‌ ଷ୍ଟୋରରୁ ଡାଉନଲୋଡ କରାଯାଇ ପାରିବ। ମୋବାଇଲର ପଛ କ୍ୟାମେରାରେ ଫଟୋ ଉଠାଇ ଦୃଷ୍ଟିବାଧିତ ମହାତ୍ମାଗାନ୍ଧୀ ସିରିଜ ଏବଂ ମହାତ୍ମା ଗାନ୍ଧୀ ନୂଆ ସିରିଜ ନୋଟ ଚିହ୍ନଟ କରିପାରିବେ। ଏହି ଆପ୍‌ କରେନ୍ସି ନୋଟର ଅଡିଓ ଜେନେରେଟ କରିବା ସହ ନନ୍‌ ସୋନିକ ନୋଟିଫିକେଶନ ପ୍ରଦାନ କରିବ। ନଭେମ୍ବର ୨୦୧୬ ପରେ ଆସିଥିବା ନୂଆ ସିରିଜର ମହାତ୍ମାଗାନ୍ଧୀ ନୂଆ ସିରିଜ ନୋଟରେ ଆକାର ଏବଂ ଡିଜାଇନ ଉନ୍ନତ ରହିଛି। ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ହଟିବା ପରେ ୧୦,୨୦, ୫୦, ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ଉପଲବ୍ଧ ରହିଛି। ଦୈନଦିନ କାର୍ଯ୍ୟ ବେଳେ ଏହି ନୂଆ ନୋଟ ଚିହ୍ନିବା ଲାଗି ଦୃଷ୍ଟିବାଧିତ ଲୋକମାନେ ହଇରାଣ ହେଉଥିବା ନଜରକୁ ଆସିଛି। ଏହି ସମସ୍ୟାକୁ ସମାଧାନ କରିବା ଦିଗରେ ନୂଆ ଆପ୍ଲିକେଶନ ସହାୟକ ହେବ ବୋଲି ଆଶା କରାଯାଉଛି। ଏଥିରେ ଥିବା ବିଭିନ୍ନ ଫିଚର ମଧ୍ୟରେ ଭାଷା ଚୟନ ପରିବର୍ତ୍ତନ କରିବା ସୁବିଧା, ଭଏସ କମାଣ୍ଡ, କ୍ୟାମେରା ବ୍ୟବହାର ଦ୍ୱାରା ନୋଟ ଚିହ୍ନିବା ଟୁଲ ଏବଂ ୩୦ ଦିନର ହିଷ୍ଟ୍ରି ଭଳି ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାକୁ ନେଇ ତେଜିଲା ଅସନ୍ତୋଷ, କ୍ରସରରେ ତାଲା ପକାଇଲେ ଗ୍ରାମବାସୀ

ବଲାଙ୍ଗୀର,୨୫।୧୦(ସୁନିଲ କୁମାର ମହାନ୍ତି): ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କ୍ରସରରେ ତାଲା ପକାଇଲେ ଆନ୍ଦୋଳନ କରିଛନ୍ତି। ଏହି ଘଟଣା ଘଟିଛି…

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୮ ବର୍ଷରେ ଯୁବ କ୍ରିକେଟରଙ୍କ ପରଲୋକ

ଢ଼ାକା,୨୫।୧୦: ବାଂଲାଦେଶ କ୍ରିକେଟ୍‌ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୁବ କ୍ରିକେଟର ମେହେଦୀ ହାସନ ହୃଦୟଙ୍କର ପରଲୋକ ହୋଇଛି । ସେ ଗତ…

ଘର ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଲେ ୨୦ ଭରି ସୁନା ଅଳଙ୍କାର ସହ ସ୍କୁଟି

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ଓ୍ବାର୍ଡ ପୁଞ୍ଜିକୟଁା ଛକ ବିଷଧର ନଗରରେ ରହୁଥିବା ପ୍ରଧାନଶିକ୍ଷକ ପଦ୍ମନ ଶବରଙ୍କ ଘର ଗ୍ରୀଲ୍‌…

ପ୍ରାକୃତିକ ବିପର୍ଯ୍ୟୟରେ ମହିଳାଙ୍କ ସୁରକ୍ଷା ଓ ଅନ୍ତର୍ଭୁକ୍ତୀକରଣ ଉପରେ କର୍ମଶାଳା

ଭଞ୍ଜନଗର, ୨୫ା୧୦ (ବାବୁଲା ପ୍ରଧାନ): ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ…

ଉତ୍ସବ ମୁଖର ରିଷିଡ଼ା: ଭକ୍ତିମୟ ପରିବେଶରେ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ ପାଇଁ ମହିଳାଙ୍କ…

ରିଷିଡ଼ା,୨୫ା୧୦(ସୁଶାନ୍ତ ମଲ୍ଲିକ): ଚତୁର୍ଦ୍ଦିଗରେ ଘଣ୍ଟ, ଘଣ୍ଟା, ହୁଳହୁଳି ଏବଂ ସଙ୍କୀର୍ତ୍ତନର ପ୍ରତିଧ୍ୱନି; ସାରା ପରିବେଶ ହୋଇପଡ଼ିଛି ଆଧ୍ୟାତ୍ମିକ ଏବଂ ଉତ୍ସବମୁଖର। ମା’ ଜଗଜ୍ଜନନୀ ମା’ ଗଜଲକ୍ଷ୍ମୀଙ୍କ ଆଗମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?